ନାଇରୋବି: ବିଶ୍ବରେ 188 ଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳର ଆକାଶରେ କୋରନାର କଳାବାଦଲ । କିଛି ଦିନ ପରେ ସମଗ୍ର ବିଶ୍ବକୁ ଗ୍ରାସ କରିପାରେ କୋରୋନା । କୋରୋନା ସଂକ୍ରମଣ ଆରମ୍ଭ ପରେ ପରେ ସବୁଠାରୁ କମ୍ ସଂକ୍ରମଣର ଆଶଙ୍କା ଥିବା ଆଫ୍ରିକାରେ ଏବେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ସଦ୍ୟ ସୂଚନା ଅନୁସାରେ ଚଳିତ ସପ୍ତାହରେ ଆଫ୍ରିକାରେ କୋରୋନା ଭାଇରସ ସଂକ୍ରମଣ ରିପୋର୍ଟ 1000 ଅତିକ୍ରମ କରିଛି ।
ଆଫ୍ରିକା ମହାଦେଶରେ ବର୍ତ୍ତମାନ ସୁଦ୍ଧା କୋଭିଡ-19ରେ 1198ଟି ପଜେଟିଭ ରିପୋର୍ଟ ରହିଛି । କୋରୋନାରେ 294 ରିପୋର୍ଟ ଓ 10 ମୃତ୍ୟୁ ସହିତ ଇଜିପ୍ଟ ଆଫ୍ରିକା ମହାଦେଶରେ ଆଗୁଆ ରହିଛି । ସେହପରି ଇଜିପ୍ଟ ପଛରେ ଦକ୍ଷିଣ ଆଫ୍ରିକାରେ 240ଟି ମାମଲା ରହିଛି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର କୋରୋନାଭାଇରସ୍ ରିସୋର୍ସ ସେଣ୍ଟର ଅନୁଯାୟୀ ଏପର୍ଯ୍ୟନ୍ତ ସାଉଥ ଆଫ୍ରିକାରେ କୋରୋନାରେ କୌଣସି ମୃତ୍ୟୁ ଘଟି ନାହିଁ ।
ଏହାର ତଥ୍ୟ ଅନୁଯାୟୀ, ଆଲଜେରିଆରୁ ସର୍ବାଧିକ 15 , ଯାହାର 139 ମାମଲା ଥିଲା କିନ୍ତୁ ସଂକ୍ରମିତ ମଧ୍ୟରୁ 65 ଜଣ ସୁସ୍ଥ ହୋଇଥିବାର ମଧ୍ୟ ଦେଖାଯାଇଛି | ଶନିବାର ରାତିରେ ଉଗାଣ୍ଡା ଏହାର ପ୍ରଥମ ରିପୋର୍ଟ ଆସିଥିଲା । ଦୁବାଇରୁ ଘରକୁ ଫେରିଥିବା ଜଣେ ବିମାନ ଯାତ୍ରୀ କୋରୋନା ସଂକ୍ରମିତ ରହିଥିଲେ ।
ରାଷ୍ଟ୍ରପତି ୟୋଭେରୀ ମୁସେଭେନି ରବିବାର ମଧ୍ୟରାତ୍ରିରୁ ସମସ୍ତ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସେହିପରି ଭିଡ଼ ନିୟନ୍ତ୍ରଣ ପଦକ୍ଷେପ ଘୋଷଣା କରିବାର କିଛି ଘଣ୍ଟା ପରେ ଏହି ରିପୋର୍ଟ ଆସିଛି ।