ଓଡିଶା

odisha

ETV Bharat / headlines

କାତି ବିକି ମାଛ ବ୍ୟବସାୟୀ ମାଲାମାଲ

ବିହାର ଭଳି ଅନ୍ୟ ରାଜ୍ୟରେ ମାଛ କାତି ବିକ୍ରି ଉପରେ ଯଦି ଗୁରୁତ୍ବ ଦିଆଯାଏ, ତେବେ ବେକାରୀ ସମସ୍ୟା ଦୂର ହେବା ସହ ମାଛ କାତିର ମଧ୍ୟ ଚାହିଦା ବୃଦ୍ଧି ପାଆନ୍ତା ।

By

Published : Jun 26, 2019, 7:55 PM IST

Updated : Jul 20, 2019, 7:51 PM IST

ଡିଜାଇନ ଫଟୋ

ପାଟନା: ମାଛ ବିକ୍ରେତାଙ୍କ ପାଇଁ ଖୁସି ଖବର । ମାଛ ସହ କାତି ବିକ୍ରି କରି ହୋଇପାରିବେ ଲାଭବାନ । ଆଜ୍ଞା ହଁ, ବିହାରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମାଛ ସହ କାତି ବିକ୍ରି କରି ଲୋକେ କରୁଛନ୍ତି ଅର୍ଥ ଉପାର୍ଜନ । ରାଜ୍ୟ ସହକାରୀ ମତ୍ସ୍ୟଜୀବୀ ସଂଘ ମାଛ କାତିକୁ ବିକ୍ରି ପାଇଁ ଗୋଟିଏ ଜାପାନୀ କମ୍ପାନୀ ସହ ଚୁକ୍ତି କରିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସଂଘ ପ୍ରଥମେ ମାଛ କାତିକୁ ସଂଗ୍ରହ କରିଛୁ । ପରେ ସଂଗୃହିତ କାତିକୁ ଭଲ ଭାବେ ଧୋଇ, ଶୁଖାଇ ବିକ୍ରି କରୁଛି । ଏଥି ପାଇଁ ସଂଘ ଅଧିନରେ କାର୍ଯ୍ୟ କରୁଥିବା 1 ହଜାରୁ ଅଧିକ ଲୋକେ ମାସକୁ 20 ହଜାରରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି ।

ରାଜ୍ୟରେ ବର୍ଷକୁ ପାଖାପାଖି 12 ହଜାର ଟନ ମାଛ କାତି ବାହାରୁଛି । 2 ରୁ 3 ଦିନ ରାସ୍ତା କଡରେ ସେଗୁଡିକ ପଡି ଦୁର୍ଗନ୍ଧ ହେବା ଫଳରେ ନାନାଦି ରୋଗ ହେବାର ଆଶଙ୍କା ରହିଛି । ସେପଟେ ଚୁକ୍ତି ମୁତାବକ ରାଜ୍ୟରୁ 3 ମାସ ମଧ୍ୟରେ 3 ଟନ କାତି ଜାପନକୁ ରପ୍ତାନୀ କରାଯାଇଛି । କାତି କିଲୋ ପିଛା 70 ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି । ଆମେ ବ୍ୟବହାର କରୁଥିବା ପ୍ରୋଟିନ ପାଉଡର, କ୍ୟାପସୁଲ, ଟାବଲେଟ, ତରଳ ପଦାର୍ଥରେ ମାଛ କାତିକୁ ପ୍ୟୁରିଫାଏ କରି ମିଶ୍ରଣ କରାଯାଇଥାଏ ।

ପାଟନାରୁ ଶଶି ତୁଲସ୍ୟାନଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Jul 20, 2019, 7:51 PM IST

ABOUT THE AUTHOR

...view details