ଓଡିଶା

odisha

ETV Bharat / headlines

ଜିଏସଟି ଆଳରେ 19 କୋଟିର ଠକେଇ ଅଭିଯୋଗ - arrest

ଜିଏସଟି ଆଳରେ 19 କୋଟି ଟଙ୍କାର ଠକେଇ ଅଭିଯୋଗରେ ଜଣେ ବ୍ୟବସାୟୀ କମଳ ପସାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣା ସାମନାକୁ ଆସିବା ପରେ ଅବକାରୀ ବିଭାଗ ପକ୍ଷରୁ ସହର ତଥା ଜିଲ୍ଲାର କେତୋଟି ସ୍ଥାନରେ ଚଢାଉ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : May 21, 2019, 8:43 PM IST

ରାଉରକେଲା: ଜିଏସଟି ଆଳରେ 19 କୋଟି ଟଙ୍କାର ଠକେଇ ଅଭିଯୋଗ । ଏନେଇ ମଙ୍ଗଳବାର ଜଣେ ବ୍ୟବସାୟୀ କମଳ ପସାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ତେବେ ଏହି ଘଟଣା ସାମନାକୁ ଆସିବା ପରେ ଅବକାରୀ ବିଭାଗ ପକ୍ଷରୁ ସହର ତଥା ଜିଲ୍ଲାର କେତୋଟି ସ୍ଥାନରେ ଚଢାଉ କରାଯାଉଛି । ଚଢାଉ ପରେ ଜବତ ସାମଗ୍ରୀ ସମ୍ପର୍କର କୌଣସି ସୂଚନା ଦେବାକୁ ମନା କରିଥିଲେ ବିଭାଗୀୟ ଅଧିକାରୀ ।

ସୂଚନାନୁସାରେ, ପାଖାପାଖି 500 କୋଟି ଟଙ୍କାର ଜିଏସଟି ଠକେଇ ମାମଲା ସାମନାକୁ ଆସିଛି । ସହରରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ସୁଦ୍ଧା କଡା କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ବାରମ୍ବାର ଠକେଇ ହେଉଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details