ମୁମ୍ବାଇ:ପୁଣି ଚର୍ଚ୍ଚାରେ ବଲିଉଡ ତଥା ଟଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ । ଶନିବାର ରାତିରେ ଏକ ରେଷ୍ଟୁରାଣ୍ଟରୁ ବାହାରୁଥିବା ବେଳେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟରେ ତାଙ୍କ କାର ଡୋର ସମ୍ମୁଖରେ ଥିବା ଜଣେ ସାମ୍ବାଦିକଙ୍କ ଉପରେ ବିରକ୍ତ ହେଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ୟୁଜର୍ସମାନେ ସୋସିଆଲ ମିଡିଆରେ ଜୋରଦାର କମେଣ୍ଟ୍ କରିଥିବା ଦେଖିବାକୁ ମିଳିଛି ।
ଶନିବାର ରାତିରେ ଏକ ରେଷ୍ଟୁରାଣ୍ଟ୍ ସମ୍ମୁଖରେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟରେ ଜଣେ ସାମ୍ୱାଦିକ( paperazzi) ତାଙ୍କ କାର ଡୋର ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ ବାରମ୍ବାର ସେଠାରୁ ଉଠିଯିବାକୁ କହୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ନେଇ ମିଶ୍ରିତ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି । କିଛି ୟୁଜର୍ସ ତାପସୀଙ୍କୁ ସମର୍ଥନ କରୁଥିବା ବେଳେ କିଛି ୟୁଜର୍ସ ଏହାକୁ ନିନ୍ଦା କରିଛନ୍ତି । ତାପସୀ ଏଭଳି ସାମ୍ବାଦିକଙ୍କ ଉପରେ ବିରକ୍ତ ହେବା ଠିକ ନୁହେଁ ବୋଲି କିଛି ବ୍ୟକ୍ତି କମେଣ୍ଟ୍ସରେ ଲେଖିଥିବା ଦେଖିବାକୁ ମିଳିଛି ।
ଏହାମଧ୍ୟ ପଢନ୍ତୁ..କିଆରାଙ୍କ ସହ 'ଜୁମ୍ମା ଚୁମ୍ମା'ରେ ନାଚିଲେ ସାହିଦ କପୁର, ଭିଡିଓ ଭାଇରାଲ
ଭିଡିଓ କ୍ଲିପରେ ତାପସୀ ପେପରାଜିଙ୍କୁ ବାରମ୍ବାର ଗାଡ଼ି ନିକଟରୁ ହଟି ଯିବାକୁ କହୁଥିଲେ । 'ପ୍ଲିଜ୍ ହଟ୍ ଜାଇୟେ, ପ୍ଲିଜ ହଟ୍ ଜାୟେ, ଆରାମ ସେ ବୋଲ ରହି ହୁଁ, ନେହିଁ ତୋ କହେଙ୍ଗେ ଧକ୍କା ଲଗ୍ ଗୟା, ପ୍ଲିଜ ହଟ୍ ଜାୟେ, ପ୍ଲିଜ ହଟ ଜାୟେ, ପ୍ଲିଜ ହଟ୍ ଜାୟେ (ପ୍ଲିଜ ହଟି ଯାଆନ୍ତୁ , ପ୍ଲିଜ ହଟି ଯାଆନ୍ତୁ ନହେଲେ ହଟି ଯିବାକୁ ଆରାମ ସେ କହୁଛି ନହେଲେ କହିବେ ଧକ୍କା ଲାଗିଗଲା) । ଏହାପରେ ସାମ୍ବାଦିକ ଜଣକ ହଟିଯିବା ପରେ ଗାଡି ଭିତରକୁ ଯାଇ ବସିବା ପରେ ଧନ୍ୟବାଦ ଦେଇ ଚାଲିଯାଇଥିଲେ ତାପସୀ । ଅନ୍ୟପଟେ ସାମ୍ବାଦିକ ଜଣକ ତାପସୀ ପନ୍ନୁଙ୍କୁ ଧନ୍ୟବାଦ ଦେବା ସହ ଆପଣ ବହୁତ ଭଲ ବୋଲି କହୁଥିବାର ମଧ୍ୟ ଭିଡିଓରେ ଶୁଣିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଏହାମଧ୍ୟ ପଢନ୍ତୁ..ସାହିଦଙ୍କ ନୂଆ ଲୁକ୍ ଦେଖି ରହିପାରିଲେନି ମୀରା ରାଜପୁତ, କରିଦେଲେ ଏମିତି କମେଣ୍ଟ
ତେବେ ଏଭଳି ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ବି ବହୁବାର ପାପାରାଜି ଓ ତାପସୀଙ୍କ ମଧ୍ୟରେ ଏଭଳି ଖିଟପିଟ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଏଭଳି ଭିଡିଓ ଦେଖିବାକୁ ମିଳିଥାଏ । ଯେଉଁଥିରେ ସାମ୍ବାଦିକ ଓ ଅଭିନେତା ଅଭିନେତ୍ରୀମାନଙ୍କ ମଧ୍ୟରେ ଛୋଟ ଝଗଡ଼ା ହୋଇଥାଏ ।
ସୂଚନାଯୋଗ୍ୟ, ତାପସୀ ପନ୍ନୁଙ୍କ ପ୍ରଡକ୍ସନରେ ନିର୍ମିତ ଫିଲ୍ମ ଧକ୍ ଧକ୍(Dhak Dhak) 13 ଅକ୍ଟୋବରରେ ରିଲିଜ ହେବା ନେଇ ତାରିଖ ଘୋଷଣା ସରିଛି । ଏହି ଫିଲ୍ମରେ ଫାତିମା ସନା ଶେଖ, ରତ୍ନା ପାଠକ ଶାହ, ଦିୟା ମିର୍ଜା ଓ ସଞ୍ଜନା ସଂଘ ଲିଡ୍ ରୋଲରେ ନଜର ଆସିବେ । ତେବେ ତାପସୀ ପନ୍ନୁ ଖୁବଶୀଘ୍ର ଶାହରୁଖ ଖାନଙ୍କ ସହ ଡଙ୍କି ଫିଲ୍ମରେ ନଜର ଆସିବେ । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ହୋଇଥିବା ବେଳେ ନିକଟରେ ଏହାର ରିଲିଜ ତାରିଖ ଘୋଷଣା ହୋଇଥିଲା ।