ଓଡିଶା

odisha

ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା ପୀଡ଼ିତଙ୍କୁ ସାହାଯ୍ୟ କରିବେ ସୋନୁ, ଜାରି କଲେ ହେଲ୍ପଲାଇନ ନମ୍ବର

By

Published : Jun 7, 2023, 7:11 PM IST

ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ଏବଂ ପୀଡ଼ିତଙ୍କ ପାଇଁ ଜାରି କରିଛନ୍ତି ହେଲ୍ପଲାଇନ ନମ୍ବର । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଏହି ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ:ବାଲେଶ୍ବର ଜିଲ୍ଲା ବାହାନାଗା ଟ୍ରେନ ଦୁର୍ଘଟଣା । ଗତ ଜୁନ 2ରେ ହୋଇଥିବା ଏହି ଛାତିଥରା ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଛି । ଲୋକଙ୍କ ମନରୁ ଏଯାଏଁ ଲିଭିନି ସେ କଳାରାତିର ଦୃଶ୍ୟ । ଏଥିରେ 288 ଜଣ ପ୍ରାଣ ହରାଇଥିବା ବେଳେ 1100 ଲୋକ ଆହତ ହୋଇଛନ୍ତି । ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ଏଥିସହ ପ୍ରାଣ ହରାଇଥିବା 288 ଜଣଙ୍କ ମଧ୍ୟରୁ ଅନେକ ମୃତଦେହ ଏଯାଏଁ ଚିହ୍ନଟ ହୋଇନାହିଁ । ତେବେ ଏପରି ସ୍ଥିତିରେ ପୀଡ଼ିତ ପରିବାରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍‌ । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଜାରି କରିଛନ୍ତି ହେଲ୍ପଲାଇନ ନମ୍ବର ।

ସୋନୁ ସୁଦ୍‌ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କହୁଛନ୍ତି, "ବନ୍ଧୁଗଣ, କିଛି ସମୟ ହେଲା ଆମେ ଜାଣିବାକୁ ଚେଷ୍ଟା କରୁଛୁ କେଉଁ ପରିବାର ଓଡ଼ିଶାର ଟ୍ରେନ୍ ଦୁର୍ଘଟଣାରେ ଅଧିକ ପ୍ରଭାବିତ ହୋଇଛନ୍ତି । ଏହି ଦୁର୍ଘଟଣାରେ କିଛି ଲୋକ ନିଜ ସମ୍ପର୍କୀୟଙ୍କୁ ହରାଇଛନ୍ତି, କିଛି ଲୋକ ଗୁରୁତର ଆହତ ହୋଇଛନ୍ତି । ଏପରି ସ୍ଥିତିରେ ସେମାନେ ବର୍ତ୍ତମାନ କିପରି ଜୀବନଯାପନ କିପରି କରିବେ ?"

ସୋନୁ ସୁଦ୍‌ ଆହୁରି କହିଛନ୍ତି, "ଦୁର୍ଘଟଣାରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ 9967567520 ହେଲ୍ପଲାଇନ ନମ୍ବର ଦେଇଛୁ, ଯାହା ମୁଁ ଆପଣଙ୍କ ସହିତ ସେୟାର କରୁଛି । ଆପଣ ଏହି ନମ୍ବରରେ ପୀଡିତାଙ୍କ ପରିବାର ସହ ଆମକୁ ଯୋଗାଯୋଗ କରିପାରିବେ, ତେଣୁ ଦୟାକରି ଏହି ନମ୍ବରରେ ମେସେଜ ପଠାନ୍ତୁ । ମନେରଖନ୍ତୁ, ଆପଣଙ୍କୁ ଏହି ନମ୍ବରରେ କଲ୍ କରିବାକୁ ପଡିବ ନାହିଁ, କେବଳ SMS କରିବାକୁ ପଡ଼ିବ । ଆମେ ଚେଷ୍ଟା କରିବୁ କି, ସେମାନଙ୍କୁ କିପରି ପୁଣି ଛିଡ଼ା କରାଇପାରିବୁ । ଚାକିରି, ବ୍ୟବସାୟ, ପିଲାମାନଙ୍କର ଶିକ୍ଷା ସମ୍ବନ୍ଧରେ ପୀଡ଼ିତ ପରିବାରକୁ ସାହାଯ୍ୟ କରିବାକୁ ଆମେ ଯଥାସମ୍ଭବ ଚେଷ୍ଟା କରିବୁ ।"

2020 ମସିହାରେ କୋରୋନା କାଳରେ ଦେଶରେ ଲକ୍‌ଡାଉନ ଲାଗୁ ହୋଇଥିବା ବେଳେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟର ହାତ ବଢାଇଥିଲେ । ଅନେକ ଲୋକଙ୍କୁ ଘରେ ପହଞ୍ଚାଇବାକୁ ପାଇଁ ସେ ମାଗଣା ବ୍ୟବସ୍ଥା କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ, ସେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ଆଗରେ ଅଛନ୍ତି । ସୋନୁ ସୁଦ୍‌ ଏବଂ ତାଙ୍କ ଟିମ୍‌ ହଜାରହଜାର ଲୋକଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରିଛନ୍ତି ।

ଏବେ ସୋନୁ ପୁଣି ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାର ପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବାରୁ ଫ୍ୟାନ୍ସ ସୋସିଆଲ ମିଡିଆରେ ଅଭିନେତାଙ୍କୁ ପ୍ରଶଂସା କରୁଛନ୍ତି । ଜଣେ ଲେଖିଛନ୍ତି, "ଏହା ଭାଇଙ୍କଠାରୁ ଆଶା କରାଯାଉଥିଲା ।" ଅନ୍ୟ ଜଣେ ଲେଖିଛନ୍ତି, "କୃଷକ ଶ୍ରମିକ ଏବଂ ଗରିବଙ୍କ ପୁଅ ଯିଏ ଅନ୍ୟ ରାଜ୍ୟରେ କାମ କରିବାକୁ ଯାଇ ଅନେକ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିଲେ, ସେମାନଙ୍କ ପରିବାରକୁ ସାହାଯ୍ୟ କରିଥିବାରୁ ଧନ୍ୟବାଦ ସାର୍ ।"

ABOUT THE AUTHOR

...view details