ମୁମ୍ବାଇ : ଭାଇଜାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଏଥର ରିଆଲିଟି ଶୋ' ବିଗ୍ବସ୍ ଓଟିଟି ସିଜନ 2ରେ ଧମାକା କରିବାକୁ ଯାଉଛନ୍ତି ବଲିଉଡ 'ଭାଇଜାନ' ସଲ୍ମାନ୍ ଖାନ୍ । ପୂର୍ବରୁ ଏହି ଶୋ'କୁ ବଲିଉଡ ଜଣାଶୁଣା ନିର୍ଦ୍ଦେଶକ କରଣ ଜୋହର ହୋଷ୍ଟ କରୁଥିବା ବେଳେ ବର୍ତ୍ତମାନ ସଲମାନ ସିଜନ-2 ଶୋ' ହୋଷ୍ଟ କରିବେ । ଏହି ଖବର ଶୁଣିବା ମାତ୍ରେ ସଲମାନଙ୍କ ଫ୍ୟାନ୍ସ ଏହାକୁ ଦେଖିବାକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଏହି ଶୋ’ର ରିଲିଜ୍ ତାରିଖ ସାମ୍ନାକୁ ଆସିଛି । ମେ' ଶେଷ ସୁଦ୍ଧା କିମ୍ବା ଜୁନ ପ୍ରଥସ ସପ୍ତାହରେ ଏହା ଓଟିଟିରେ ରିଲିଜ ହେବ ବୋଲି କୁହାଯାଉଛି ।
ଅନେକ ରିୟଲିଟି ଶୋ' ମଧ୍ୟରେ ବିଗ୍ବସ୍ ଅନ୍ୟତମ । ବିଗ୍ବସ୍ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ ଏହାର କ୍ରେଜ୍ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳିଥାଏ । ଶୋ’ର କ୍ରେଜ୍ ଦେଖି ନିର୍ମାତାମାନେ ଏହାକୁ ଓଟିଟିରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ବେଶ ଲୋକପ୍ରିୟତା ହାସଲ କରିଥିଲା । ବିଗ୍ବସ୍ର OTT ପ୍ରଥମ ସିଜନ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା ଏବଂ ଶୋ'କୁ ହିଟ୍ କରିଥିଲା । ବର୍ତ୍ତମାନ ବିଗ୍ବସ୍ ଓଟିଟିର ଦ୍ୱିତୀୟ ସିଜିନ୍ ଆସିବ ବୋଲି ଜଣାପଡିଛି । OTT ପ୍ରଥମ ସିଜିନ କରଣ ଜୋହର ହୋଷ୍ଟ କରିଥିବା ବେଳେ ବର୍ତ୍ତମାନ ସିଜନ-2ରେ କରଣଙ୍କ ବଦଳରେ ସଲମାନ ଖାନ କରିବେ ଶୋ'ର ହୋଷ୍ଟିଂ। ଏହି ଶୋ' ତିନି ମାସ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଛି ଏବଂ ଭୁଟ(VOOT)ରେ ହେବ ଷ୍ଟ୍ରିମିଂ ।