ଓଡିଶା

odisha

By

Published : Apr 2, 2023, 7:09 AM IST

ETV Bharat / entertainment

Master Chef India 2023: ଟ୍ରଫି ହାତେଇଲେ ନୟନଜ୍ୟୋତି

ମାଷ୍ଟର ସେଫ ସିଜିନ 7କୁ ତାର ବିଜେତା ମିଳି ସାରିଛନ୍ତି । ଆସାମର ନୟନଜ୍ୟୋତି ବିଜୟ ମୁକୁଟ ପିନ୍ଧିଛନ୍ତି । 25 ଲକ୍ଷ ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ଜିତିଛନ୍ତି ନୟନଜ୍ୟୋତି ସାଇକିଆ । ଅଧିକ ପଢନ୍ତୁ

Master Chef
ଟ୍ରଫି ହାତେଇଲେ ନୟନଜ୍ୟୋତି

ମୁମ୍ବାଇ:କୁକିଙ୍ଗ ରିଆଲିଟି ଶୋ' ମାଷ୍ଟର ସେଫ ସପ୍ତମ ସଂସ୍କରଣର ଫାଇନାଲ ସମାପ୍ତ ହୋଇଛି । ମାଷ୍ଟର ସେଫ ଇଣ୍ଡିଆ ସିଜିନ 7କୁ ତାର ବିଜେତା ମିଳି ସାରିଛନ୍ତି । ଆସାମର 26 ବର୍ଷୀୟ ନୟନଜ୍ୟୋତି ସାଇକିଆ ବିଜୟୀ ହୋଇଛନ୍ତି । ପୁରସ୍କାର ବାବଦରେ 25 ଲକ୍ଷ ଟଙ୍କା ସହ ଟ୍ରଫି ଜିତିଛନ୍ତି ନୟନଜ୍ୟୋତି ସାଇକିଆ । ଅନ୍ୟ ଦୁଇ ଫାଇନାଲିଷ୍ଟ ଆସାମର ଶାନ୍ତା ଓ ମୁମ୍ବାଇର ସୁବର୍ଣ୍ଣାଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ନୟନଜ୍ୟୋତି । ଶାନ୍ତା ଶର୍ମା ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ସୁବର୍ଣ୍ଣା ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ବିଜୟ ମୁକୁଟ ପିନ୍ଧିବା ପରେ ନୟନଜ୍ୟୋତି ଖୁସିରେ ବିଭୋର ହୋଇଥିଲେ । ପ୍ରତିକ୍ରିୟା ରଖି ସେ କହିଥିଲେ,'' ମୁଁ ବିଶ୍ବାସ କରି ପାରୁନାହିଁ ମୋ ହାତରେ ଟ୍ରଫି ଅଛି । ଏହା ମୋ ପାଇଁ ବହୁତ କିଛି ।'' ନୟନଜ୍ୟୋତିଙ୍କୁ 25 ଲକ୍ଷ ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ମିଳିଛି । ଦ୍ବିତୀୟରେ ଥିବା ଆସାମର ଶାନ୍ତା ଶର୍ମା ଓ ତୃତୀୟ ସ୍ଥାନରେ ଥିବା ସୁବର୍ଣ୍ଣାଙ୍କୁ 5 ଲକ୍ଷ ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ଫାଇନାଲରେ ସେଫ ସଞ୍ଜୀବ କପୁର ଅନ୍ୟ 3 ବିଚାରପତିଙ୍କ ସହ ଯୋଗ ଦେଇଥିଲେ । ସେଫ ବିକାଶ ଖନ୍ନା, ରଣବୀର ବରାର ଓ ଗରିମା ଆରୋରା ଚଳିତ ସିଜିନରେ ବିଚାରକ ଦାୟିତ୍ବ ତୁଲାଇଥିଲେ । ସେମାନେ ଦେଇଥିବା ଚ୍ୟାଲେଞ୍ଜରେ ପ୍ରତିଯୋଗୀ ଖାଦ୍ୟ ପ୍ରସ୍ତୁତ କରୁଥିଲେ । ସ୍ବାଦ, ଲୁକ ସମସ୍ତ ଆଧାରରେ ସମସ୍ତ ପ୍ରତିଯୋଗୀଙ୍କୁ ମାର୍କ ମିଳୁଥିଲା । ଫାଇନାଲରେ 3 ଜଣ ପ୍ରବେଶ କରିଥିଲେ । ନୟନଜ୍ୟୋତି, ଶାନ୍ତା ଓ ସୁବର୍ଣ୍ଣା । ସମସ୍ତ ଏପିସୋଡରେ ନୟନଜ୍ୟୋତିଙ୍କ ପ୍ରଦର୍ଶନକୁ ଦେଖିଲେ ସେ ବିଜୟୀ ହେବା ଅନୁମାନ କରାଯାଉଥିଲା । ଆକଳନ ସତ ହୋଇଥିଲା ନୟନଜ୍ୟୋତି ଶାନ୍ତା ଓ ସୁବର୍ଣ୍ଣାଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଥିଲେ ।

ଏହା ବି ପଢନ୍ତୁ...NMACC Gala: 'ରଘୁପତି ରାଜା ରାମ' ଗୀତରେ ନୀତାଙ୍କ ଭାରତନାଟ୍ୟମ, ବିମୋହିତ ଦର୍ଶକ

26 ବର୍ଷୀୟ ନୟନଜ୍ୟୋତିଙ୍କୁ ''ସେଲ୍ଫ ମେଡ କୁକ'' ବୋଲି କୁହାଯାଏ । ଏହି ଶୋ ଜରିଆରେ ସେ ମିଠା ଆଇଟମ କରି ସମସ୍ତଙ୍କ ହୃଦୟ ଜିଣିଥିଲେ । ସେଫ ବିକାଶ ଖନ୍ନା ଆସାମ ଯାଇ ପ୍ରତିଯୋଗୀ ଭାବେ ନୟନଜ୍ୟୋତିଙ୍କୁ ଶୋ'କୁ ଆଣିଥିଲେ । ସୋସିଆଲ ମିଡିଆରେ ସେ ନୟନଜ୍ୟୋତିଙ୍କ ରୋଷେଇ କରିବା ପ୍ରଣାଳୀକୁ ଦେଖି ତାଙ୍କ ବିଷୟରେ ଜାଣିଥିଲେ । ଏହା ପରେ ତାଙ୍କୁ ମାଷ୍ଟର ସେଫ ଇଣ୍ଡିଆ ଚଳିତ ସଂସ୍କରଣ ପାଇଁ ପ୍ରତିଯୋଗୀ ଭାବେ ସାମିଲ କିରଥିଲେ ବିକାଶ ଖାନ୍ନା ।

ପ୍ରକାଶଥାଉ କି, ଚଳିତ ସିଜନରେ ଓଡିଶାରୁ ଜଣେ ପ୍ରତିଯୋଗୀ ଅବିନାଶ ପଟ୍ଟନାୟକ ସାମିଲ ହୋଇଥିଲେ । ଓଡିଆ ଖାଦ୍ୟକୁ ଏହି ଶୋ'ରେ ଉପସ୍ଥାପନା କରିଥିଲେ । ଓଡ଼ିଆ ପରମ୍ପରା ସହ ଜଡିତ ଗଇଁଠା ପିଠାକୁ ନେଇ ମାଷ୍ଟର ସେଫ୍‌ରେ ନିଜର ସ୍ଥାନ ପକ୍କା କରିଥିଲେ । ମାତ୍ର ପରବର୍ତ୍ତୀ ରାଉଣ୍ଡରୁ ସେ ଏଲିମିନେଟ ହୋଇଯାଇଥିଲେ ।

ABOUT THE AUTHOR

...view details