ଓଡିଶା

odisha

By

Published : Oct 30, 2022, 9:56 AM IST

ETV Bharat / entertainment

ରାଜନୀତିରେ ଖୁବଶୀଘ୍ର ଏଣ୍ଟ୍ରି କରିପାରନ୍ତି ବଲିଉଡ୍‌ର କୁଇନ କଙ୍ଗନା

ବିଭିନ୍ନ ସମୟରେ ନିଜ କଥାକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା କଙ୍ଗନା ଏବେ ପୁଣି ଚର୍ଚ୍ଚାରେ । ଏବେ ମନ୍ତବ୍ୟକୁ ନେଇ ନୁହେଂ ବରଂ ଅନ୍ୟ କିଛି କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି ବଲିଉଡ କୁଇନ କଙ୍ଗନା ରାଣାୱତ । ଅଧିକ ପଢନ୍ତୁ

kangana ranaut
ରାଜନୀତିରେ ଏଣ୍ଟ୍ରି ମାରିବେ କଙ୍ଗନା

ମୁମ୍ବାଇ:ଚର୍ଚ୍ଚାରେ ବଲିଉଡ କୁଇନ କଙ୍ଗନା ରାଣାୱତ । ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା କଙ୍ଗନା ରାଣାୱତ ଏବେ ରାଜନୀତିରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ହେଉଛି । ଅଭିନେତ୍ରୀ କଙ୍ଗନା ରାଣାୱତ ରାଜନୀତି ପ୍ରବେଶ କରିବା ନେଇ ମନ ବଳାଇଛନ୍ତି । ଶେଷରେ ମନ କଥା ପ୍ରକାଶ କରି କଙ୍ଗନା କହିଛନ୍ତି ଯଦି ତାଙ୍କୁ ହିମାଚଳ ପ୍ରଦେଶ ଲୋକଙ୍କ ସେବା କରିବାର ସୁଯୋଗ ମିଳେ ତେବେ ସେ ଅଧିକ ଖୁସି ହେବେ ।

ଗଣମାଧ୍ୟମ ସହ ଆଲୋଚନା ବେଳେ କଙ୍ଗନା କହିଛନ୍ତି, ''ସେ ଦେଶବାସୀଙ୍କ ସେବା କରିବାକୁ ଚାହାନ୍ତି । ତାଙ୍କୁ ସୁଯୋଗ ମିଳିଲେ ସେ ନିଶ୍ଚୟ ତାହା କରିବେ । ଯଦି ହିମାଚଳ ପ୍ରଦେଶ ଲୋକ ତାଙ୍କୁ ଏହି ସୁଯୋଗ ପ୍ରଦାନ କରିବେ ତେବେ ସେ ତାଙ୍କ ନିକଟରେ କୃତଜ୍ଞ ରହିବି । ହିମାଚଳବାସୀ ହୋଇଥିବା ଯଦି ନିର୍ବାଚନ ଲଢିବେ ତେବେ ହିମାଚଳ ପ୍ରଦେଶର ମଣ୍ଡିରୁ ହିଁ ଲଢିବେ ।

ଏହା ବି ପଢନ୍ତୁ...ନବ୍ୟା ବିବାହ ପୂର୍ବରୁ ମାଆ ହେଲେ ଅସୁବିଧା ନାହିଁ କହିଲେ ଆଈ ଜୟା ବଚ୍ଚନ

ସେ ଆହୁରି କହିଛନ୍ତି, ହିମାଚଳ ପ୍ରଦେଶରେ ଉନ୍ନୟନମୂଳକ କାର୍ଯ୍ୟ ହେଉଛି । ବର୍ତ୍ତମାନ ଥିବା ସରକାରଙ୍କ ଦ୍ବାରା ଏହା ସମ୍ଭବ ହୋଇଛି । ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଥିବା କଙ୍ଗନା କହିଛନ୍ତି, ଯଦି ଜନତା ଚାହିଁବେ ବିଜେପି ତାଙ୍କୁ ଟିକେଟ ଦେବ ତେବେ ସେ ଆଗାମୀ ନିର୍ବାଚନ ଲଢିବେ । ହିମାଚଳ ପ୍ରଦେଶକୁ ଲଢିବାକୁ ସୁଯୋଗ ମିଳିଲେ ତାହା ମୋ ପାଇଁ ସୌଭାଗ୍ୟ ହେବ ବୋଲି କହିଛନ୍ତି ବଲିଉଡ କୁଇନ କଙ୍ଗନା ରାଣାୱତ ।

ରାହୁଲଙ୍କୁ ନେଇ ଏହା କହିଲେ କଙ୍ଗନା...

ସାକ୍ଷାତକାରରେ କଙ୍ଗନାଙ୍କୁ ରାହୁଲ ଗାନ୍ଧୀଙ୍କ ବିଷୟରେ ପ୍ରଶ୍ନ କରାଯାଇଥିଲା । ସେ କହିଥିଲେ, ''ଇତିହାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ମହାପୁରୁଷ କେବଳ ଥରେ ଆସନ୍ତି । ରାହୁଲ ଗାନ୍ଧୀ ମଧ୍ୟ ନିଜ ତରଫରୁ ବହୁତ ଚେଷ୍ଟା କରୁଛନ୍ତି । କିନ୍ତୁ ମୋ ମତରେ ରାହୁଲ ଗାନ୍ଧୀଙ୍କ ପାଇଁ ଦୁଃଖର କାରଣ ଏହା ଯେ ତାଙ୍କ ବିରୋଧୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବଂ ନରେନ୍ଦ୍ର ମୋଦିଙ୍କ ପାଇଁ ଦୁଃଖ ଏହା କି ରାହୁଲ ଗାନ୍ଧୀ ତାଙ୍କ ବିରୋଧୀ ।

ମୋଦିଙ୍କ ପାଇଁ ରାହୁଲ ଗାନ୍ଧୀ କିପରି ଦୁଃଖ ହୋଇ ପାରନ୍ତି ପ୍ରଶ୍ନରେ ଉତ୍ତରେ କଙ୍ଗନା କହିଥିଲେ, ଯେ କୌଣସି କ୍ଷେତ୍ରରେ କିଛି ହାସଲ କରିବାକୁ ହେଲେ ପ୍ରତିନ୍ଦ୍ବନ୍ଦିତାର ସମ୍ମୁଖୀନ ହେବାକୁ ପଡେ । ଆଉ ଯିଏ ବିଜୟୀ ହୁଏ ସେ କଦାପି ଜଣେ ଦୁର୍ବଳ ପ୍ରତିନ୍ଦ୍ବନ୍ଦୀଠୁ ବିଜୟୀ ହେବାକୁ ଚାହିଁବ ନାହିଁ । ମୋଦିଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇନାହିଁ ଯାହା ତାଙ୍କ ପାଇଁ ଏକ ଦୁଃଖର କାରଣ ।

ABOUT THE AUTHOR

...view details