ଓଡିଶା

odisha

ETV Bharat / entertainment

ମେଟ୍ରୋ ଏବଂ ଅଟୋ ଯାତ୍ରା କଲେ ଡ୍ରିମ୍‌ଗାର୍ଲ, ଭିଡିଓ ଭାଇରାଲ

ବର୍ଷିଆନ ଅଭିନେତ୍ରୀ ହେମା ମାଲିନି ଟ୍ରାଫିକ ସମସ୍ୟାରେ ପଡ଼ିବା ପରେ ମେଟ୍ରୋ ଯାତ୍ରା କଲେ । ମେଟ୍ରୋ ସହ ଅଟୋରେ ମଧ୍ୟ ଯାତ୍ରା କଲେ । ସୋସିଆଲ ମିଡିଆରେ ନିଜ ମେଟ୍ରୋ ଡାଏରୀର ଏକ ଝଲକ ସେୟାର କରିଛନ୍ତି ଏହି ଅଭିନେତ୍ରୀ । ଅଧିକ ପଢନ୍ତୁ

ମୁମ୍ବାଇ ମେଟ୍ରୋ ଏବଂ ଅଟୋ ଯାତ୍ରା କରିଥିଲେ ଡ୍ରିମ ଗାର୍ଲ ହେମା ମାଳିନି
ମୁମ୍ବାଇ ମେଟ୍ରୋ ଏବଂ ଅଟୋ ଯାତ୍ରା କରିଥିଲେ ଡ୍ରିମ ଗାର୍ଲ ହେମା ମାଳିନି

By

Published : Apr 12, 2023, 3:33 PM IST

ମୁମ୍ବାଇ:ମାୟାନାଗରୀ ମୁମ୍ବାଇ । ଏହାକୁ ଭାରତର ବ୍ୟବସାୟିକ ରାଜଧାନୀ ବୋଲି ମଧ୍ୟ କୁହାଯାଏ । ଏହି ବ୍ୟସ୍ତବହୁଳ ସହରରେ ଟ୍ରାଫିକ ସମସ୍ୟା ଏକ ନିତି ଦିନିଆ ଘଟଣା । ଏଥିରେ କେବଳ ସାଧାରଣ ଲୋକ ନୁହନ୍ତି ବରଂ ନେତା ଅଭିନେତାମାନେ ମଧ୍ୟ ଯୁଝି ହେଉଛନ୍ତି । ନିକଟରେ ମୁମ୍ବାଇରେ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି । ବଲିଉଡର ଡ୍ରିମ୍‌ଗାର୍ଲ ହେମା ମାଳିନୀଙ୍କୁ ମେଟ୍ରୋ ଓ ଅଟୋରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ସେ ଖୋଦ୍‌ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ସେୟାର କରିଛନ୍ତି । ଖାଲି ସେତିକି ନୁହେଁ ଟ୍ରାଫିକ ସମସ୍ୟାକୁ ନେଇ ସେ ନିଜର ଅନୁଭୁତି ମଧ୍ୟ ସେୟାର କରିଛନ୍ତି ।

ହେମା ମାଳିନୀ ଗତ ମଙ୍ଗଳବାର କୌଣସି ଏକ କାମରେ ଯାଉଥିବା ବେଳେ ମୁମ୍ବାଇରେ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହାପରେ ଅଭିନେତ୍ରୀ ଜଣକ ମଟ୍ରୋ ଓ ପରେ ଅଟୋରେ ଯାତ୍ରା କରି ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲେ । ପବ୍ଲିକ ଟ୍ରାନ୍ସପୋର୍ଟରେ ଯାତ୍ରା କରିବା ପରେ ଏହାର ଏକ ଝଲକ ସେ ନିଜ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାକୁ ତାଙ୍କ ଫ୍ୟାନ୍ସ ଲାଇକ କରିବା ସହ କମେଣ୍ଟ ଦେଇଛନ୍ତି ।

ମେଟ୍ରୋରେ ଯାତ୍ରା ବେଳେ ହେମା ମାଳିନୀଙ୍କୁ ନିକଟରେ ଦେଖି ଉତ୍ସାହିତ ହୋଇ ପଡ଼ିଥିଲେ ତାଙ୍କ ଫ୍ୟାନ୍ସ । ମେଟ୍ରୋରେ ହେମାଙ୍କୁ ଘେରି ଯାଇଥିଲେ ଫ୍ୟାନ୍ସ । ଜଣଙ୍କ ପରେ ଜଣେ ହେମାଙ୍କ ସହ ଫଟୋ ଉଠାଇଥିଲେ । ନିଜ ଫ୍ୟାନ୍ସଙ୍କ ସହ ଏହି ବିଶେଷ ମୁହୁର୍ତ୍ତ ଏବଂ ନିଜ ଅନୁଭୂତିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି 'ଡ୍ରିମ୍ ଗାର୍ଲ' ।

ମେଟ୍ରୋ ଯାତ୍ରାର ପ୍ରଥମ ପୋଷ୍ଟ କରି ହେମା ମାଳିନୀ କ୍ୟାପସନରେ ଲେଖିଛନ୍ତି, "ମୁଁ ତୁମ ସମସ୍ତଙ୍କ ସହ ମୋର ଅଦ୍ଭୁତ ଅନୁଭୂତି ସେୟାର କରିବାକୁ ଚାହୁଁଛି । ଟ୍ରାଫିକ ସମସ୍ୟା ଯୋଗୁଁ କାର୍‌ ଚଳାଇ ଦହିସର ଯିବାକୁ ମୋତେ ଦୁଇ ଘଣ୍ଟା ସମୟ ଲାଗିଥିଲା । ମୁଁ ବହୁତ କ୍ଲାନ୍ତ ହୋଇ ପଡ଼ିଥିଲି । ଏହା ପରେ ମୁଁ ମେଟ୍ରୋରେ ଯାତ୍ରା କରିବାକୁ ସ୍ଥିର କଲି । ଦହିସରୁ ମୋତେ ପୁନଃ ଜୁହୁ ପହଞ୍ଚିବାକୁ ମାତ୍ର ଅଧା ଘଣ୍ଟା ସମୟ ଲାଗିଲା । ମେଟ୍ରୋ ଅତି ସ୍ବଚ୍ଛ ଓ ଦୃତଗାମୀ ଥିଲା । ଏହି ଯାତ୍ରାକୁ ଖୁବ ଉପଭୋଗ କରିଛି।

ସେହିଦିନ ହେମା ମାଳିନୀ ଅଟୋ ରିକ୍ସାରେ ମଧ୍ୟ ଯାତ୍ରା କରିଥିଲେ । ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "ମୋର ମେଟ୍ରୋ ଅଭିଜ୍ଞତା ପରେ ମୁଁ ଡିଏନ୍ ନଗରରୁ ଜୁହୁକୁ ଅଟୋ ଯୋଗେ ଯିବାକୁ ସ୍ଥିର କଲି । ଯେତେବେଳେ ମୁଁ ଅଟୋରୁ ଓହ୍ଲାଇ ଆସିଲି, ସେତେବେଳେ ମୋର ସୁରକ୍ଷାକର୍ମୀ ଏହା ଦେଖି ବିଶ୍ବାସ କରିପାରିଲେ ନାହିଁ ।" ଏଥିସହ ଜନସାଧାରଣଙ୍କ ସହ ମେଟ୍ରୋରେ ଯାତ୍ରା କରିବା, ମୋ ପାଇଁ ନିଆରା ଅନୁଭୂତି ଥିଲା ବୋଲି କହିଛନ୍ତି ହେମା । ନିକଟରେ ହେମା ମାଳିନୀଙ୍କ ବ୍ୟତୀତ ଅଭିନେତ୍ରୀ ନୁସରତ ଭରୁଚ୍ଚା ଏବଂ ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ ମେଟ୍ରୋରେ ଯାତ୍ରା କରିଥିବା ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details