mc stan became the winner of bigg boss 16 ମୁମ୍ବାଇ: ଅପେକ୍ଷାର ଘଟିଲା ଅନ୍ତ । କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ସୋ ବିଗବସ ୧୬ର ଟ୍ରଫି ହାତେଇଲେ ରାପର ଏମସି ଷ୍ଟାନ । ୫ ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି ଏହି ଜଣାଶୁଣା ରାପର । ସେହିପରି ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ବିଗବସ ବିଜେତା ଶିବ ଠାକରେ ଏବଂ ଦ୍ବିତୀୟ ରନର୍ସ ଅପ୍ ହୋଇଛନ୍ତି ପ୍ରିୟଙ୍କା ଚାହାର ଚୌଧୁରୀ । ରାପର ଏମସି ଷ୍ଟାନଙ୍କୁ ଟ୍ରଫି ସହ ୩୧.୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଓ ଏକ ବ୍ରାଣ୍ଡ ନ୍ୟୁ କାର ମଧ୍ୟ ପ୍ରଦାନ କରାଯାଇଛି । ଦୀର୍ଘ ୪ ମାସ ଧରି ବିଗବସ ୧୬ ଚାଲିବା ପରେ ଗତକାଲି ଶେଷ ହୋଇଛି । ଅର୍ଚ୍ଚନା ଗୌତମ ତୃତୀୟ ରନର୍ସ ଅପ୍ ହୋଇଛନ୍ତି ।
mc stan became the winner of bigg boss 16 ବିଗବସ ୧୬ ଫାଇନାଲ ରବିବାର ରାତି ୯ଟା ସମୟରେ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଜାରି ରହିଥିଲା । ଟପ ୫ରେ ଥିଲେ ଶିବ ଠାକରେ, ପ୍ରିୟଙ୍କା ଚେହେର ଚୌଧୁରୀ,ଶାଲିନ ଭାନୋତ, ଅର୍ଚ୍ଚନା ଗୌତମ ଓ ରାପର ଏମସି ଷ୍ଟାନ । ବିଗବସ ୧୬ ଫାଇନାଲରେ ସମସ୍ତ ପୁରୁଣା ପ୍ରତିଯୋଗୀ ସାମିଲ ହୋଇଥିବା ବେଳେ ଟପ ୫ ଫାଇନାଲିଷ୍ଟଙ୍କ ପରିବାର ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।
ବହୁ ଜଣାଶୁଣା ବଲିଉଡ କଳାକାର ମଧ୍ୟ ସାମିଲ ହୋଇଥିଲେ । ତେବେ ୫ଜଣ ଫାଇନାଲିଷ୍ଟଙ୍କ ମଧ୍ୟରୁ ପ୍ରଥମେ ବିଗବସ ହାଉସରୁ ବାହାରକୁ ଆସିଥିଲେ ସାଲିନ ଭାନୋତ ଓ ଏହାପରେ ଅର୍ଚ୍ଚନା ଗୌତମ । ଟପ ୩ ଫାଇନାଲିଷ୍ଟଙ୍କ ମଧ୍ୟରୁ କିଏ ବିଜୟ ମୁକୁଟ ପିନ୍ଧିବ ସେନେଇ ସମସ୍ତଙ୍କ ହାର୍ଟବିଟ୍ ବଢିଯାଇଥିଲା । ଶେଷରେ ଏହି ରେସରୁ ବାହାରି ଯାଇଥିଲେ ପ୍ରିୟଙ୍କା । ଯାହା ସମସ୍ତଙ୍କୁ ଝଟକା ଦେଇଥିଲା ।
କାହିଁକି ନା ସମସ୍ତ ଭାବୁଥିଲେ ପ୍ରିୟଙ୍କା ହିଁ ଚଳିତ ସିଜନରେ ବିଜେତା ହେବେ । କିନ୍ତୁ କମ ଭୋଟ ଯୋଗୁଁ ପ୍ରିୟଙ୍କା ବିଗବସ ହାଉସରୁ ବାହରକୁ ଆସିଥିଲେ । ତାଙ୍କ ଫ୍ୟାନ୍ସ ନିରାଶ ହୋଇଥିଲେ ମଧ୍ୟ ସେ କିନ୍ତୁ ଖୁସି ବୋଲି ପ୍ରକାଶ କରିଥିଲେ । ଶେଷରେ ଶିବ ଠାକରେ ଓ ଏମସି ଷ୍ଟାନ ହାଉସରୁ ବାହାରକୁ ଆସିବା ପରେ ସମସ୍ତେ ଭାବି ଥିଲେ ଶିବ ଠାକରେ ବିଜେତା ହେବେ । କିନ୍ତୁ ସମସ୍ତ ପ୍ରତିକ୍ଷାର ଅନ୍ତ ଘଟାଇ ସୋର ହୋଷ୍ଟ ସଲମାନ ଖାନ ଏମସି ଷ୍ଟାନଙ୍କୁ ବିଗବସ ୧୬ର ବିଜେତା ଭାବେ ଘୋଷଣା କରିଥିଲେ ।
କିଛି ସମୟ ପାଇଁ ଦର୍ଶକ ସମେତ ନିଜେ ଏମସି ମଧ୍ୟ ଏହାକୁ ବିଶ୍ବାସ କରିପାରି ନଥିଲେ । ଶେଷରେ ବିଗବସ ଟ୍ରଫି ତାଙ୍କ ହାତକୁ ଯାଇଥିଲା । ୨୦୨୨ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଥିଲା ଏହି ସୋ । ଯେଉଁଥିରେ ପ୍ରଥମେ ୧୭ ଜଣ ପ୍ରତିଯୋଗୀ ସାମିଲ ହୋଇଥିଲେ ।