ରାୟପୁର:ଲୋକପ୍ରିୟ ରିଆଲିଟି ଶୋ ବିଗବସ-୧୬ର ପ୍ରତିଯୋଗୀ ଅର୍ଚ୍ଚନା ଗୌତମଙ୍କୁ ହତ୍ୟା ଧମକ । କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପିଏ(ପର୍ସନାଲ ଆସିଷାଣ୍ଟ) ସନ୍ଦୀପ ସିଂ ଧମକ ଦେଇଥିବା ଅଭିଯୋଗ । ଏନେଇ ଅର୍ଚ୍ଚନାଙ୍କ ବାପା ଗୌତମ ବୁଦ୍ଧ ପାତ୍ରପୁର ପୋଲିସ ଷ୍ଟେସନରେ ଅଭିଯୋଗ କରିବା ସହ ଅର୍ଚ୍ଚନା ଗୌତମ ଫେସବୁକ୍ରେ ଲାଇଭ ଆସି ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପାତ୍ରୁପୁର ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅର୍ଚ୍ଚନା ଗୌତମଙ୍କ ବାପା ଗୌତମ ବୁଦ୍ଧଙ୍କ ଅଭିଯୋଗ କରିଛନ୍ତି, "ଫେବୃଆରୀ ୨୬ ତାରିଖରେ ମୋ ଝିଅ ଅର୍ଚ୍ଚନା ଛଡିଶଗଡର ରାୟପୁରକୁ ଯାଇଥିଲା । କଂଗ୍ରେସର ଏକ ବୈଠକରେ ଯୋଗଦେବା ପାଇଁ ପ୍ରିୟଙ୍କା ଗାନ୍ଧୀ ଅର୍ଚ୍ଚନାଙ୍କୁ ନିମନ୍ତ୍ରଣ କରିଥିଲେ । ଯେତେବେଳେ ଅର୍ଚ୍ଚନା ପ୍ରିୟଙ୍କା ଗାନ୍ଧୀଙ୍କୁ ଦେଖା କରିବା ପାଇଁ ପିଏ ସନ୍ଦୀପ ସିଂଙ୍କ ଅନୁମତି ମାଗିଥିଲେ ସେତେବେଳେ ସେ ମନା କରିଦେବା ସହ ଜାତିଆଣକୁ ଆକ୍ଷେପ କରିଥିଲେ । ଏହାସହ ଅର୍ଚ୍ଚନାକୁ ରାଗିଯାଇ ଖରାପ ଭାଷା ମଧ୍ୟ କହିଥିଲେ । ଏହାବ୍ୟତୀତ ତାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲା । ମୋ ଝିଅକୁ ନିଜେ ଡାକି ପିଏଙ୍କ ଦ୍ବାରା ଧମକ ଦିଆଯାଉଛି ।" ଏହି ଘଟଣାକୁ ନେଇ ଅର୍ଚ୍ଚନା ଗୌତମଙ୍କ ବାପା ପାତ୍ରପୁର ପୋଲିସ ଷ୍ଟେସନରେ ଅଭିଯୋଗ କରିବା ସହ ନିଜେ ଅର୍ଚ୍ଚନା ଫେସବୁକ ଲାଇଭ କରି ସୂଚନା ଦେଇଛନ୍ତି । ଅର୍ଚ୍ଚନା ଗୌତମଙ୍କୁ ନ୍ୟାୟ ଦେବା ପାଇଁ ବାପା ଗୌତମ ବୁଦ୍ଧ ପୋଲିସକୁ ଗୁହାରି କରିଛନ୍ତି ।