ହାଇଦ୍ରାବାଦ:ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଖୁବ୍ ଶୀଘ୍ର ଅଭିନୟ କ୍ୟାରିଅରରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଫିଲ୍ମ UT69 ରେ ଜଣେ ମୁଖ୍ୟ ଅଭିନେତା ଭାବରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ପର୍ଣ୍ଣୋଗ୍ରାଫି ମାମଲା ଠାରୁ ଆରମ୍ଭ କରି ତାଙ୍କ ଜେଲରେ ଥିବା ଯାତ୍ରାର କାହାଣୀ ଦେଖିବାକୁ ମିଳିବ । ବର୍ତ୍ତମାନ ରାଜ ଫିଲ୍ମର ଜୋରଦାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଜୀବନର ଏହି କଠିନ ପର୍ଯ୍ୟାୟ ବିଷୟରେ ଅନେକ ଖୁଲାସା କରୁଛନ୍ତି ।
ରାଜ କୁନ୍ଦ୍ରା ଜେଲରେ ଥିବା ସମୟରେ ଶିଳ୍ପା ଚାହୁଁଥିଲେ ଯେ ଦେଶ ଛାଡି ଚାଲିଯିବେ । ରାଜ କହିଛନ୍ତି ଯେ, ଶିଳ୍ପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ମୋତେ ଦେଶ ଛାଡି ବିଦେଶ ଯିବାକୁ କହିଥିଲେ । ସେ ମୋତେ କହିଥିଲେ ଯେ, ଯଦି ତୁମେ ଏଠାରୁ ବିଦେଶ ଯିବାକୁ ଚାହୁଁଛ ତେବେ ମୁଁ ତୁମ ସହିତ ଅଛି । ଆମେ ସମସ୍ତେ ଲଣ୍ଡନ ଯାଇ ସିଫ୍ଟ ହୋଇପାରିବା । ହେଲେ ମୁଁ ତାଙ୍କ ନିଷ୍ପତ୍ତିକୁ ମନା କରିଦେଇଥିଲି । ମୁଁ ଶିଳ୍ପାଙ୍କୁ କହିଥିଲି ଯେ ମୁଁ ଭାରତକୁ ଭଲପାଏ । ଏଣୁ ମୁଁ କେବଳ ଭାରତରେ ରହିବାକୁ ଚାହୁଁଛି । ଲୋକମାନେ ବଡ଼ ଦୁର୍ନୀତି କରି ଟଙ୍କା ରୋଜଗାର କରିବା ପରେ ଦେଶ ଛାଡି ଚାଲିଯାଆନ୍ତି । ହେଲେ ମୁଁ ସେପରି କିଛି କରି ନାହିଁ । ସେଥିପାଇଁ ମୁଁ ଏଠାରୁ ଯିବି ନାହିଁ ।"