ଓଡିଶା

odisha

Zara Hatke Zara Bachke: କମାଲ କରୁଛି ବିକି ଓ ସାରାଙ୍କ ଫିଲ୍ମ, ଦ୍ୱିତୀୟ ଦିନରେ କଲାଣି ଏତିକି ଆୟ

By

Published : Jun 4, 2023, 12:31 PM IST

ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଅଭିନୀତ ଫିଲ୍ମ 'ଜରା ହଟକେ ଜରା ବଚକେ' ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରୁଛି । ରିଲିଜ ହେବାର ଦ୍ୱିତୀୟ ଦିନରେ 7କୋଟିରୁ ଅଧିକ ଆୟ କରିଛି । ପ୍ରଥମ ସପ୍ତାହ ଶେଷ ସୁଦ୍ଧା ଫିଲ୍ମ 20 କୋଟି ପାର କରିବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ

କମାଲ କରୁଛି ବିକି ଏବଂ ସାରାଙ୍କ ଫିଲ୍ମ, 7କୋଟିରୁ ଅଧିକ କଲାଣି ଆୟ
କମାଲ କରୁଛି ବିକି ଏବଂ ସାରାଙ୍କ ଫିଲ୍ମ, 7କୋଟିରୁ ଅଧିକ କଲାଣି ଆୟ

ମୁମ୍ବାଇ: ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରୁଛି ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଅଭିନୀତ ଫିଲ୍ମ 'ଜରା ହଟକେ ଜରା ବଚକେ' । ଏହି ଫିଲ୍ମଟି ଦର୍ଶକଙ୍କ ମନ ଜିତିବାରେ ଲାଗିଛି ଏବଂ ରିଲିଜର 2 ଦିନ ମଧ୍ୟରେ ଭଲ ରୋଜଗାର କରିବାରେ ସଫଳ ହୋଇଛି । ଶୁକ୍ରବାର ଅର୍ଥାତ୍ ଜୁନ୍‌ 2ରେ ଫିଲ୍ମଟି ସିନେମାହଲରେ ରିଲିଜ ହୋଇଥିଲା । ତେବେ ଦ୍ୱିତୀୟ ଦିନରେ 7 କୋଟିରୁ ଅଧିକ ଆୟ କରିଛି ଫିଲ୍ମ । ଫିଲ୍ମର ମୋଟ ଆୟ 12 କୋଟିରୁ ଅଧିକ ହୋଇଥିବା ବେଳେ ଖୁବଶୀଘ୍ର 20କୋଟି ଅତିକ୍ରମ କରିବ ବୋଲି ଆଶା କରାଯାଉଛି ।

ପ୍ରଥମ ଦିନରେ ଫିଲ୍ମ ବକ୍ସ ଅଫିସରେ 5.25 କୋଟି ରୋଜଗାର କରିଥିବାବେଳେ ରିଲିଜ୍ ହେବାର ଦ୍ୱିତୀୟ ଦିନରେ ଫିଲ୍ମର ଆୟ 35% ବୃଦ୍ଧି ପାଇଛି । ଏହା ସହିତ ଫିଲ୍ମଟି ପ୍ରାୟ 7 କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି । ତେବେ 2 ଦିନ ମଧ୍ୟରେ ଫିଲ୍ମ 12.74 କୋଟି ଟଙ୍କା ସଂଗ୍ରହ କରିଛି । ଯହି ଫିଲ୍ମର ଆୟ ଏଭଳି ରହେ ତେବେ ସପ୍ତାହ ଶେଷ ସୁଦ୍ଧା ଫିଲ୍ମ 20 କୋଟିରୁ ଅଧିକ ଆୟ କରିପାରେ ବୋଳି ଅନୁମାନ କରାଯାଉଛି । ତେବେ ଏହି ଫିଲ୍ମଟି 'ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକ୍' ପରେ ବିକି କୌଶଲଙ୍କ ଦ୍ୱିତୀୟ ହାଇ ଓପନର୍ ଫିଲ୍ମ ଭାବେ ପରିଗଣିତ ହୋଇଛି । ସେହିପରି ସାରା ଅଲି ଖାନଙ୍କ 'ଜରା ହଟକେ ଜରା ବଚକେ' ଫିଲ୍ମ 'ସିମ୍ବା', 'କେଦାରନାଥ' ଏବଂ 'ଲଭ୍ ଆଜ କଲ' ପରେ ଚତୁର୍ଥ ହାଇ ଓପନର୍ ଫିଲ୍ମ ହୋଇପାରିଛି।

ଲକ୍ଷ୍ମଣ ଉତ୍ତେକରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଜରା ହଟକେ ଜରା ବଚକେ'ରେ ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଅନସ୍କ୍ରିନ୍‌ ଯୋଡ଼ିକୁ ଖୁବ ପସନ୍ଦ କରୁଛନ୍ତି ଫ୍ୟାନ୍ସ। ବିକି କୌଶଲ ଏବଂ ସାରା ଅଲି ଖାନ ଜଣେ ଦମ୍ପତି କପିଲ ଏବଂ ସୌମ୍ୟାଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ କପିଲ ଏବଂ ସୌମ୍ୟା ପରସ୍ପରକୁ ବହୁତ ଭଲ ପାଆନ୍ତି, କିନ୍ତୁ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଛାଡପତ୍ର ହେବାର ସମ୍ଭାବନା ଥାଏ । ଏହା ପରେ ଅନେକ ଟୁଇଷ୍ଟ୍‌ ଆସେ ଯାହା ବହୁତ ସୁନ୍ଦର ଭାବେ ଫିଲ୍ମରେ ଦର୍ଶାଯାଇଛି । ତେବେ ବିକି-ସାରାଙ୍କ ଅଭିନୀତ ଏହି ରୋମାଣ୍ଟିକ୍ କମେଡି ଡ୍ରାମା ଫିଲ୍ମକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି । ଫିଲ୍ମର ଗୀତ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଛି । 'ଦ କେରଳ ଷ୍ଟୋରୀ' ଏବଂ 'ସ୍ପାଇଡର୍-ମ୍ୟାନ୍: ଦି ସ୍ପାଇଡର୍-ବର୍ସ' ସହ ପ୍ରତିଯୋଗିତା ସତ୍ତ୍ବେ ଫିଲ୍ମ ସଫଳତା ହାସଲ କରିଛି ।

ABOUT THE AUTHOR

...view details