ଓଡିଶା

odisha

ETV Bharat / entertainment

ବିଚ୍‌ ରାସ୍ତାରେ କରଣ କୁନ୍ଦ୍ରାଙ୍କୁ ଭୁଲ୍‌ ମାଗିଲେ ତେଜସ୍ୱୀ, ଭିଡିଓ ଭାଇରାଲ

ବର୍ତ୍ତମାନ ତେଜସ୍ୱୀ ପ୍ରକାଶ ଏବଂ କରଣ କୁନ୍ଦ୍ରାଙ୍କର ଏକ ଭିଡିଓ (Tejasswi Karan Video) ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତେଜସ୍ୱୀ ପ୍ରକାଶ ବାରମ୍ବାର କରଣ କୁନ୍ଦ୍ରାଙ୍କୁ ଭୁଲ ମାଗୁଥିବାର ଦେଖାଯାଉଛି । ଅଧିକ ପଢନ୍ତୁ

By

Published : May 19, 2022, 7:09 PM IST

ବିଚ୍‌ ରାସ୍ତାରେ କରଣ କୁନ୍ଦ୍ରାଙ୍କୁ ଭୁଲ୍‌ ମାଗିଲେ ତେଜସ୍ୱୀ, ଭିଡିଓ ଭାଇରାଲ
ବିଚ୍‌ ରାସ୍ତାରେ କରଣ କୁନ୍ଦ୍ରାଙ୍କୁ ଭୁଲ୍‌ ମାଗିଲେ ତେଜସ୍ୱୀ, ଭିଡିଓ ଭାଇରାଲ

ହାଇଦ୍ରାବାଦ: 'ବିଗ୍ ବସ୍'ରୁ ଚର୍ଚ୍ଚାକୁ ଆସିଥିବା ତେଜସ୍ୱୀ ପ୍ରକାଶ ଏବଂ କରଣ କୁନ୍ଦ୍ରା ସୋ’ରୁ ବାହାରିବା ପରେ ମଧ୍ୟ ଏକାଠି ଅଛନ୍ତି। ଏହି କପଲ ପ୍ରାୟତଃ କ୍ବାଲିଟି ଟାଇମ ବିତାଥିବା ଦେଖିବାକୁ ମିଳିଛି । ଏମିତି କି ଅନେକ ସମୟରେ ବେଳେବେଳେ ଡିନର ଏବଂ ସପିଂ ମଲରେ ନଜର ଆସିଛନ୍ତି । ବର୍ତ୍ତମାନ କପଲଙ୍କର ଏକ ଭିଡିଓ (Tejasswi Karan Video) ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତେଜସ୍ୱୀ ପ୍ରକାଶ ବାରମ୍ବାର କରଣ କୁନ୍ଦ୍ରାଙ୍କୁ ଭୁଲ ମାଗୁଥିବାର ଦେଖାଯାଉଛି ।

ଫଟୋଗ୍ରାଫର ବିରଲ ଭୟାନୀଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତେଜସ୍ୱୀ କରଣଙ୍କ ଲାଟେଷ୍ଟ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ଏହି କ୍ଲିପରେ ଅଭିନେତ୍ରୀ ଏକ ନୀଳ ପ୍ରିଣ୍ଟେଡ୍ କୋ-ଅର୍ଡ ଡ୍ରେସରେ ସୁନ୍ଦର ଦେଖାଯାଇଛନ୍ତି । ଅନ୍ୟ ପଟେ କରଣ ଏକ ନୀଳ ସାର୍ଟ ଏବଂ ଧୂସର ଜିନ୍ସରେ ଡାପର ଦେଖାଯାଉଛନ୍ତି ।

ତେବେ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ତେଜସ୍ୱୀ ପ୍ରକାଶ କରଣଙ୍କ କାରରେ ବସିବାକୁ ଯାଉଥିଲେ। ସେ କାରର କବାଟ ଖୋଲିବା ସମୟରେ ତାହା ଏକ ଗଛରେ ବାଜିଥିଲା । ତେଜସ୍ୱୀ ଏହାକୁ ଦେଖି ଭୟଭୀତ ହୋଇଯାଇ ପଛକୁ ଚାଲିଯାଇଥିଲେ। ଏହି ସମୟରେ କରଣ ମଧ୍ୟ ତେଜସ୍ୱୀ ପ୍ରକାଶଙ୍କୁ ଏପରି କରୁଥିବାର ଦେଖିଥିଲେ । ପରେ ତେଜସ୍ୱୀ ଏଥିପାଇଁ କରଣଙ୍କୁ ବାରମ୍ବାର ଭୁଲ ମଧ୍ୟ ମାଗିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details