ହାଇଦ୍ରାବାଦ: 2021 ମସିହାରେ ଭୁଲ ବୁଝାମଣା ପରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କରଣ ଜୋହର ଏବଂ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଅଗଷ୍ଟ 10ରେ ଆରମ୍ଭ ହୋଇଥିବା ମେଲବୋର୍ଣ୍ଣର 14 ତମ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏକାଠି ନଜର ଆସିଥିଲେ । ଓପନିଂ ଦିନର ସାମ୍ବାଦିକ ସମ୍ମିଳନୀରେ କରଣ, କାର୍ତ୍ତିକ, ମୃଣାଲ ଠାକୁର ଏବଂ ବିଜୟ ବର୍ମାଙ୍କ ପରି ଅନେକ ବି-ଟାଉନ ସେଲିବ୍ରିଟି ସେଠାରେ ଉପସ୍ଥିତ ଥିଲେ। ତେବେ କରଣ ଏବଂ କାର୍ତ୍ତିକଙ୍କୁ ଏକାଠି ଦେଖି ବର୍ତ୍ତମାନ ସେମାନଙ୍କ ମଧ୍ୟରେ ଥିବା ମତଭେଦ ଦୂର ହୋଇଥିବା ଜଣାପଡିଛି । ଏହି ସମୟର ଫଟୋ ଏବଂ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।
ମେଲବୋର୍ଣ୍ଣରେ ଆୟୋଜିତ କାର୍ଯ୍ୟକ୍ରମରେ କାର୍ତ୍ତିକ ଆର୍ଯ୍ୟନ ଏବଂ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କୁ ପୁଣି ଏକାଠି ଦେଖିବାକୁ ମିଳିଛି । ପୁଣି ଏକାଠି କାମ କରୁଥିବା ଦେଖିବାକୁ ମିଳିବ ବୋଲି ଜଣାପଡିଛି। ସେପଟେ ଏହି ସମୟରେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଏକ ଇଣ୍ଡୋ-ଅଷ୍ଟ୍ରେଲିଆ ଗଣମାଧ୍ୟମ ସେମାନଙ୍କୁ ପଚାରିବାରୁ କରଣ ମଧ୍ୟ କହିଛନ୍ତି: ଯେ, "ଅତୀତରେ ଆମେ ଏକାଠି କାମ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ତାହା ସଫଳ ହୋଇପାରିଲା ନାହିଁ । କିନ୍ତୁ ଆମେ କିଛି ପ୍ରୋଜେକ୍ଟ ଉପରେ ଏକାଠି କାମ କରୁଛୁ । ଆଶା କରୁଛି ଏହା ବାସ୍ତବ ରୂପ ନେଇପାରେ ।
ସୂଚନା ଥାଉ କି, 2021 ମସିହାରେ କରଣଙ୍କ ସହ କାର୍ତ୍ତିକ ଦୋସ୍ତାନା-2ରେ ଏକାଠି କାମ କରୁଥିଲେ। ଦୋସ୍ତାନା-2ରେ କାର୍ତ୍ତିକ ଜାହ୍ନବୀ କପୁରଙ୍କ ସହ ଅଭିନୟ କରିବାକୁ ଯାଉଥିଲେ, କିନ୍ତୁ ଅଭିନେତା ଏହି ପ୍ରକଳ୍ପରୁ ଓହରି ଯାଇଥିଲେ । ଯାହାକୁ ନେଇ ଅନେକ ରୁମର ଖବର ପ୍ରସାରିତ ହୋଇଥିଲା । ଏହି ପ୍ରଚାର ପରେ କରଣ ଜୋହରଙ୍କ ପ୍ରଡକ୍ସନ୍ ହାଉସ୍ ଧର୍ମା ପ୍ରଡକ୍ସନ୍ସ କାର୍ତ୍ତିକଙ୍କ ଫିଲ୍ମରୁ ବିଦାୟ ନେଇଥିବା ଘୋଷଣା କରିଥିଲା ।