ଓଡିଶା

odisha

ନାଗାର୍ଜୁନଙ୍କ ବାପା ANRଙ୍କ 100ତମ ଜନ୍ମବାର୍ଷିକୀରେ ପ୍ରତିମୂର୍ତ୍ତି ଉନ୍ମୋଚନ, ସାମିଲ ହେଲେ ଏହି ସେଲିବ୍ରିଟି

By ETV Bharat Odisha Team

Published : Sep 20, 2023, 2:16 PM IST

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ବାପା ଆକ୍କିନେନି ନାଗେଶ୍ବର ରାଓଙ୍କ ଆଜି 100ତମ ଜନ୍ମବାର୍ଷିକୀ । ଏହି ଅବସରରେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ତାଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି । ଜୟସୁଧା, ରାମ ଚରଣ, ନମ୍ରତା ଏବଂ ମହେଶ ବାବୁ, ଅନୁପମ ଖେରଙ୍କ ସମେତ ବହୁ ସେଲିବ୍ରିଟି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅଧିକ ପଢ଼ନ୍ତୁ

ନାଗାର୍ଜୁନଙ୍କ ବାପା ANRଙ୍କ 100ତମ ଜନ୍ମବାର୍ଷିକୀରେ ପ୍ରତିମୂର୍ତ୍ତି ଉନ୍ମୋଚନ, ସାମିଲ ହେଲେ ଏହି ସେଲିବ୍ରିଟି
ନାଗାର୍ଜୁନଙ୍କ ବାପା ANRଙ୍କ 100ତମ ଜନ୍ମବାର୍ଷିକୀରେ ପ୍ରତିମୂର୍ତ୍ତି ଉନ୍ମୋଚନ, ସାମିଲ ହେଲେ ଏହି ସେଲିବ୍ରିଟି

ହାଇଦ୍ରାବାଦ:ଆଜି ସେପ୍ଟେମ୍ବର 20 ସାଉଥ ସିନେମାର ମାସ୍ ତାରକା ନାଗାର୍ଜୁନଙ୍କ ବାପା ଆକ୍କିନେନି ନାଗେଶ୍ୱର ରାଓଙ୍କ 100ତମ ଜନ୍ମଦିନ। ଆକ୍କିନେନି ନାଗେଶ୍ୱର ରାଓ 2014ରେ 91 ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ତେବେ ତାଙ୍କ ଜନ୍ମବାର୍ଷିକୀରେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓ (ବନଜରା ହିଲ୍ସ) ରେ ନାଗାର୍ଜୁନଙ୍କ ବାପାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହି ସମୟରେ ରାମ ଚରଣଙ୍କ ସମେତ ଅନେକ ସାଉଥ ଏବଂ ବଲିଉଡ ତାରକା ସାମିଲ ହୋଇଛନ୍ତି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନାଗାର୍ଜୁନଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଅଭିନେତାଙ୍କୁ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଆରଆରଆର ତାରକା ରାମ ଚରଣ, ଟଲିଉଡର ପ୍ରିନ୍ସ ମହେଶ ବାବୁ ଏବଂ ତାଙ୍କ ଷ୍ଟାର ପତ୍ନୀ ନମ୍ରତା ଶିରୋଦକର ଯୋଗ ଦେଇଛନ୍ତି । ଏହି ସମୟରେ ସାଉଥ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ନ ଚୁରାଲ ଷ୍ଟାର ନାନି ଏବଂ ଅଭିନେତା ଜଗପତି ବାବୁଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ନାଗାର୍ଜୁନଙ୍କ ସାନ ପୁଅ ଅଖିଲ ଅକ୍କିନେନି ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ। ନାଗାର୍ଜୁନଙ୍କ ପୁରା ପରିବାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରୁ ମହେଶ ବାବୁ, ନମ୍ରତା ଶିରୋଦକର ଏବଂ ରାମ ଚରଣଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି।

ନମ୍ରତା ଗ୍ରୀନ ସୁଟରେ ଏବଂ ମହେଶ ବାବୁ ଏକ ମେରୁନ ରଙ୍ଗର ସାର୍ଟ ଏବଂ ବ୍ଲୁ ପ୍ୟାଣ୍ଟରେ ନଜର ଆସିଛନ୍ତି । ଏଥି ସହିତ ରାମ ଚରଣ କଳା ସାର୍ଟ ପିନ୍ଧି ଏଠାକୁ ଆସିଛନ୍ତି । ରାମ ଚରଣ, ମହେଶ ବାବୁ, ଏବଂ ନମ୍ରତା ଏକାଠି ମଜା କରୁଥିବା ଦେଖିବାକୁ ମିଳିଛି । ଯାହା ସୋସିଆଲ ମିଡିଆ ଭାଇରାଲ ହୋଇଛି । ତାଙ୍କ ସହ ଆର ଆର ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲି ମଧ୍ୟ ନଜର ଆସିଛନ୍ତି । ଟଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ବଲିଉଡ ତାରକା ଅନୁପମ ଖେର ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ଏହା ମଧ୍ୟ ପଢନ୍ତୁ:ଟ୍ରୋଲର୍ସଙ୍କ ଉପରେ ବର୍ଷିଲେ ପଲ୍ଲବୀ, କହିଲେ- ସେମାନେ ମୋ ଦର୍ଶକ ନୁହଁନ୍ତି

ଆକ୍କିନେନି ନାଗେଶ୍ୱର ରାଓ 20 ସେପ୍ଟେମ୍ବର 1924 ରେ ଜନ୍ମଗ୍ରହଣ କରିଥିଲେ ଏବଂ 22 ଜାନୁଆରୀ 2014 ରେ ତାଙ୍କର ଦେହାନ୍ତ ହୋଇଥିଲା। ଜଣେ ଅଭିନେତା ହେବା ସହ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ନିର୍ମାତା ଥିଲେ। ସେ ତାଙ୍କର 75 ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। 1941 ମସିହାରେ ତାଙ୍କୁ ଧର୍ମ ପତ୍ନୀ ଚଳଚ୍ଚିତ୍ରର ଏକ ଗୀତରେ ଦେଖିବାକୁ ମିଳିଥିଲା। ଏଥି ସହିତ, 1944 ମସିହାରେ ତାଙ୍କୁ ଶ୍ରୀ ସୀତା ରାମ ଜନ୍ନମ ଚଳଚ୍ଚିତ୍ରରେ ପ୍ରଭୁ ରାମ ଭୂମିକାରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି ଜଣେ ଅଭିନେତା ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ସେ 7 ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ 200ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ ।

ABOUT THE AUTHOR

...view details