ଓଡିଶା

odisha

By ETV Bharat Odisha Team

Published : Nov 23, 2023, 1:00 PM IST

ETV Bharat / entertainment

ରୁମର ଗାର୍ଲଫ୍ରେଣ୍ଡ ସୁହାନା ଖାନଙ୍କ ସହ ଜନ୍ମଦିନ ପାଳିଲେ ଅଗସ୍ତ୍ୟା, 'ଦ ଆର୍ଚିସ' ଷ୍ଟାରକାଷ୍ଟ ମଧ୍ୟ ଆସିଲେ ନଜର

ଆଜି ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦା ୨୩ ବର୍ଷରେ ପାଦ ଥାପିଛନ୍ତି । ରୁମର ଗାର୍ଲଫ୍ରେଣ୍ଡଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି ଅଗସ୍ତ୍ୟା । ତାଙ୍କ ଡେବ୍ୟୁ ଫିଲ୍ମ 'ଦ ଆର୍ଚିସ' ଷ୍ଟାରକାଷ୍ଟ ମଧ୍ୟ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

ରୁମର ଗାର୍ଲଫ୍ରେଣ୍ଡ ସୁହାନା ଖାନଙ୍କ ସହ ଜନ୍ମଦିନ ପାଳିଲେ ଅଗସ୍ତ୍ୟା, 'ଦ ଆର୍ଚିସ' ଷ୍ଟାରକାଷ୍ଟ ମଧ୍ୟ ଆସିଲେ ନଜର
ରୁମର ଗାର୍ଲଫ୍ରେଣ୍ଡ ସୁହାନା ଖାନଙ୍କ ସହ ଜନ୍ମଦିନ ପାଳିଲେ ଅଗସ୍ତ୍ୟା, 'ଦ ଆର୍ଚିସ' ଷ୍ଟାରକାଷ୍ଟ ମଧ୍ୟ ଆସିଲେ ନଜର

ହାଇଦ୍ରାବାଦ:ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦା ଆଜି ଅର୍ଥାତ୍ ନଭେମ୍ବର ୨୩ରେ ତାଙ୍କ ୨୩ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ମା' ଶ୍ବେତା ବଚ୍ଚନ, ଭଉଣୀ ନବ୍ୟା ନଭେଲି ନନ୍ଦା ଏବଂ ତାରକା ମାମୁଁ ଅଭିଷେକ ବଚ୍ଚନଙ୍କ ସହ ଅନେକ ବଲିଉଡ ତାରକାମାନେ ଅଗସ୍ତ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ସମୟରେ ଅଗସ୍ତ୍ୟାଙ୍କ ଜନ୍ମଦିନ ସେଲିବ୍ରେସନର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଅଗସ୍ତ୍ୟା ରୁମର ଗାର୍ଲଫ୍ରେଣ୍ଡଙ୍କ ସହ ଜନ୍ମଦିନ ପାଳନ କରିଥିବା ଦେଖିବାକୁ ମିଳିଛି । ତାଙ୍କ ଡେବ୍ୟୁ ଫିଲ୍ମ 'ଦ ଆର୍ଚିସ' ଷ୍ଟାରକାଷ୍ଟ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

ଅଗସ୍ତ୍ୟା ନନ୍ଦଙ୍କ ଜନ୍ମଦିନ ସେଲିବ୍ରେସନର ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି । ତାଙ୍କ ଜନ୍ମଦିନ ପାଳନର କିଛି ଫଟୋ ଏବଂ ଭିଡିଓ ସୁହାନା ଖାନ ମଧ୍ୟ ନିଜ ଇନଷ୍ଟାଷ୍ଟେରୀରେ ସେୟାର କରିଛନ୍ତି । ଏବଂ କ୍ୟାପସନରେ ହାପି ବର୍ଥ ଡେ ଅଗସ୍ତ୍ୟା ବୋଲି ଲେଖିଛନ୍ତି । ଏହି ଭିଡିଓଗୁଡ଼ିକରେ ସୁହାନା ଏବଂ ଅଗସ୍ତ୍ୟା ନନ୍ଦା ଏକାଠି ନଜର ଆସିଛନ୍ତି । ଦୁହେଁ ବ୍ଲାକ ଆଉଟଫିଟରେ ନଜର ଆସିଥିବା ବେଳେ ଅଗସ୍ତ୍ୟା କେକ କାଟିବା ସମୟରେ ସୁହାନା ଖାନ ହସୁଥିବାର ନଜର ଆସିଛନ୍ତି । ଏଥିସହ ଦ ଆର୍ଚିସର ସହ ତାରକା ମିହିର ଆହୁଜା ମଧ୍ୟ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ସେପଟେ ଅଗସ୍ତ୍ୟାଙ୍କ ଜନ୍ମଦିନରେ ତାଙ୍କ ମା' ଶ୍ୱେତା ବଚ୍ଚନ, ଭଉଣୀ ନବ୍ୟା ନନ୍ଦା ଏବଂ ମାମୁଁ ଅଭିଷେକ ମଧ୍ୟ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ବିଶେଷ ଅବସରରେ ଅଭିଷେକ, ଶ୍ୱେତା ଅଗସ୍ତ୍ୟାଙ୍କ ପିଲାଦିନର ଫଟୋ ସେୟାର କରିଛନ୍ତି । ନବ୍ୟା ଉଭୟ ଭାଇ ଭଉଣୀଙ୍କ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି । ଶ୍ୱେତା ଏବଂ ନବ୍ୟା କ୍ୟାପ୍‌ସନରେ ଲେଖିଛନ୍ତି, ଶୁଭ 23-23-23 ପୁଅ, ତୁମର ସାହସୀ ହୃଦୟ ତୁମକୁ ଶୀର୍ଷକୁ ନେଇଯାଉ, ଲୋକଙ୍କୁ ଭଲ ଦେବେ କେବେବି ଭୁଲିବ ନାହିଁ । ସେହିପରି ଅଭିଷେକ ଲେଖିଛନ୍ତି, ବାପି ବର୍ଥ ଡେ ଆର୍ଚି ଆଣ୍ଡ୍ର୍ୟୁ । ଏହା ପରେ କୋରିଓଗ୍ରାଫର ଫରାହ ଖାନ, ଚଙ୍କି ପାଣ୍ଡେ, ସୋନାଲି ବେନ୍ଦ୍ରେ, ଶ୍ୱେତାଙ୍କ ଜନ୍ମଦିନ ପୋଷ୍ଟରେ ଅଗସ୍ତ୍ୟାଙ୍କୁ ଶୁଭକାମନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:ସୁହାନା ଖାନଙ୍କୁ ଅଗସ୍ତ୍ୟା ନନ୍ଦାଙ୍କ ଫ୍ଲାଇଂ କିସ୍ , ଡେଟିଂ ନେଇ ଚର୍ଚ୍ଚା

ସୂଚନା ଥାଉ କି, ସୁହାନା ଖାନ ଏବଂ ଅଗସ୍ତ୍ୟା ନନ୍ଦା ସେମାନଙ୍କର ଡେବ୍ୟୁ ପ୍ରୋଜେକ୍ଟ 'ଦ ଆର୍ଚିସ'ରେ ଏକାଠି ନଜର ଆସିବେ । ଜୋୟା ଅଖତର ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଏବଂ ଏହା ଡିସେମ୍ବର ୭ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ପ୍ରଥମ ଥର ପାଇଁ ସୁହାନା ଏବଂ ଅଗସ୍ତ୍ୟା ସ୍କ୍ରିନ୍‌ ସେୟାର କରିଛନ୍ତି । ଏହି ଫିଲ୍ମରେ ଏକାଠି କାମ କରିବା ଦିନଠାରୁ ଆଲୋଚନାରେ ରହି ଆସିଛନ୍ତି ସୁହାନା ଅଗସ୍ତ୍ୟା । ଉଭୟ ଡେଟିଂ କରୁଥିବା ଚର୍ଚ୍ଚା ହେଉଥିବା ବେଳେ ଉଭୟ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ସେପଟେ ଏହି ଫିଲ୍ମ ସହ ଖୁସୀ କପୁର ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି ।

ABOUT THE AUTHOR

...view details