ଓଡିଶା

odisha

ETV Bharat / entertainment

ବିରାଟ କୋହଲିଙ୍କ ରେକର୍ଡ: ବଲିଉଡ ଓ ସାଉଥ୍‌ ସେଲିବ୍ରିଟିଙ୍କ ନିକଟରୁ ଛୁଟିଲା ଶୁଭେଚ୍ଛାର ସୁଅ

ବିରାଟ କୋହଲି ଐତିହାସିକ ଶତକକୁ ସେଲିବ୍ରେଟ କରିଛନ୍ତି ବଲିଉଡଠାରୁ ଆରମ୍ଭ କରି ସାଉଥ ତାରକା । ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ସାଉଥ ଷ୍ଟାର ଜୁନିଅର NTR ଯାଏଁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Nov 16, 2023, 10:35 AM IST

ସେମିଫାଇନାଲରେ ବିରାଟ କୋହଲିଙ୍କ ରେକର୍ଡ: ବଲିଉଡରୁ ସାଉଥ ସେଲିବ୍ରଟିଙ୍କ ଛୁଟିଲା ଶୁଭେଚ୍ଛାର ସୁଅ
ସେମିଫାଇନାଲରେ ବିରାଟ କୋହଲିଙ୍କ ରେକର୍ଡ: ବଲିଉଡରୁ ସାଉଥ ସେଲିବ୍ରଟିଙ୍କ ଛୁଟିଲା ଶୁଭେଚ୍ଛାର ସୁଅ

ହାଇଦ୍ରାବାଦ: ବିରାଟ କୋହଲି ଶେଷରେ ସଚିନଙ୍କ ରେକର୍ଡ ଭାଙ୍ଗି ବ୍ୟାଟ୍ ଯାଦୁ ଦେଖାଇଛନ୍ତି । ବିଶ୍ବକପ 2023ର ସେମିଫାଇନାଲ ମ୍ୟାଚରେ ବିରାଟ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ୫୦ତମ ଶତକ ହାସଲ କରି ଇତିହାସ ରଚିଛନ୍ତି । ବିରାଟଙ୍କ ଏହି ଐତିହାସିକ ଶତକ ସାରା ବିଶ୍ୱରେ ଆଲୋଚନା ହେଉଛି । 50ତମ ଦିନିକିଆ ଶତକ ହାସଲ କରି ବିରାଟ ଗଡ୍ ଅଫ୍ କ୍ରିକେଟ୍ ସଚିନ୍ ତେନ୍ଦୁଲକର (49 ଶତକ) ରେକର୍ଡ ଭାଙ୍ଗିଛନ୍ତି । ବର୍ତ୍ତମାନ ବିରାଟ ଏହି ମହାନ ରେକର୍ଡ ପାଇଁ ଦେଶ ତଥା ସମଗ୍ର ବିଶ୍ୱରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି କ୍ରମରେ ବଲିଉଡ୍‌ରୁ ସାଉଥ୍‌ ସେଲିବ୍ରିଟି ମଧ୍ୟ ସମସ୍ତେ ବିରାଟଙ୍କୁ ତାଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ବିରାଟଙ୍କୁ ସାମନ୍ଥାଙ୍କ ଶୁଭେଚ୍ଛା

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସମେତ ସାଉଥ୍ ଷ୍ଟାର ଜୁନିଅର ଏନ୍‌ଟିଆର୍‌, କ୍ରିକେଟର କେ.ଏଲ୍ ରାହୁଲଙ୍କ ପତ୍ନୀ ଆଥିଆ ଶେଟ୍ଟୀ, ସାଉଥ ସୁପରହିଟ୍ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ, ଅର୍ଜୁନ କପୁର, ସାଉଥ୍‌ ଅଭିନେତା ବରୁଣ କୋନିଡେଲା, ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ଫରହାନ୍ ଅଖତର, ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଏବଂ ଆୟୁଷ୍ମାନ ଖୁରାନା, ଏସ୍‌ଏସ୍‌ ରାଜାମୌଲିଙ୍କ ସମେତ ଅନ୍ୟାନ୍ୟ ତାରକା ବିରାଟଙ୍କ ଐତିହାସିକ ରେକର୍ଡ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ବିରାଟଙ୍କୁ ସେଲିବ୍ରଟିଙ୍କ ଶୁଭେଚ୍ଛା

ସଚିନ ତେନ୍ଦୁଲକର ବିରାଟଙ୍କୁ ତାଙ୍କ ରେକର୍ଡ ଭାଙ୍ଗିଥିବାରୁ ଅଭିନନ୍ଦନ ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ବିରାଟଙ୍କ ଫଟୋ ନିଜ ଏକ୍ସରେ ସେୟାର କରି ଲେଖିଛନ୍ତି, 'ଏହାର ଅର୍ଥ ମୁଦ୍ରିତ କାଗଜରେ ଲେଖାଯାଇଥିବା ଶବ୍ଦଠାରୁ ଅଧିକ ।' ଏଥିସହ ଜୁନିଅର ଏନଟିଆର ଲେଖିଛନ୍ତି, ୪୦ ଦିନିକିଆ ଶତକ । ଏକ ଅବିସ୍ମରଣୀୟ ରେକର୍ଡ । ଭାରତରେ ଏକ ବିଶ୍ୱକପ୍ ସେମିଫାଇନାଲରେ ଜଣେ ଭାରତୀୟ ଦ୍ୱାରା ଏହି ରେକର୍ଡ ଭାଙ୍ଗିଗଲା । ଏହାଠାରୁ ଭଲ ଆଉ କିଛି ହୋଇପାରିବ ନାହିଁ । ଅଭିନନ୍ଦନ କୋହଲି । ତୁମେ 50ଟି ଷ୍ଟାଣ୍ଡିଂ ଓଭେସନ୍ ଏବଂ ଏହାଠାରୁ ଅଧିକ ପାଇବାକୁ ଯୋଗ୍ୟ ।

ବିରାଟଙ୍କୁ ସେଲିବ୍ରଟିଙ୍କ ଶୁଭେଚ୍ଛା

ଏହା ମଧ୍ୟ ପଢନ୍ତୁ:ବିରାଟଙ୍କ ଐତିହାସିକ ଶତକ: ଖୁସିରେ ଝୁମିଲେ ପତ୍ନୀ ଅନୁଷ୍କା, କହିଲେ 'ତୁମେ ସତରେ ଭଗବାନଙ୍କ ସନ୍ତାନ'

ସେହିପରି ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବିରାଟଙ୍କ ଏକ ଫଟୋ ସେୟାର କରି କୃତଜ୍ଞତା ଜଣାଇଛନ୍ତି । ଇନଷ୍ଟାଗ୍ରାମ ଷ୍ଟୋରୀରେ ଅର୍ଜୁନ କପୁର ବିରାଟଙ୍କୁ କିମ୍ବଦନ୍ତୀ ଭାବରେ ପ୍ରଶଂସା କରି ତାଙ୍କ କଠିନ ପରିଶ୍ରମ ଏବଂ ନିର୍ମଳ ପ୍ରତିଭାର ମିଶ୍ରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ବିରାଟଙ୍କ ଅଭିନୟକୁ ଅବିଶ୍ୱସନୀୟ ବୋଲି କହିଛନ୍ତି ଆଥିଆ ଶେଟ୍ଟୀ । ସେପଟେ ରଣଦୀପ ହୁଡା ବିରାଟଙ୍କ ବ୍ୟାଟିଂ ସମୟର ଏକ ଫଟୋ ସେୟାର କରିଛନ୍ତି । ଏବଂ ପ୍ରଶଂସାରେ କୋହଲିଙ୍କୁ 'କିଙ୍ଗ୍‌ ଅଫ୍‌ କ୍ରିକେଟ୍‌ ୱାର୍ଲ୍ଡ' ବୋଲି କହିଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ବରୁଣ ତେଜ୍‌ ବିରାଟଙ୍କୁ "କିଙ୍ଗ୍‌ କୋହଲି" ବୋଲି କହିଛନ୍ତି ।

ABOUT THE AUTHOR

...view details