ଓଡିଶା

odisha

ETV Bharat / entertainment

Chiyaan Vikram suffered a heart attack ! ହସ୍ପିଟାଲରେ ଭର୍ତ୍ତି ହେଲେ ତାମିଲ ସୁପରଷ୍ଟାର ବିକ୍ରମ

ବିଗିଡିଲା ତାମିଲ ସୁପରଷ୍ଟାର ବିକ୍ରମଙ୍କ ସ୍ବାସ୍ଥ୍ୟାବସ୍ଥା । ହୃଦ୍‌ଘାତ କାରଣରୁ ତାଙ୍କୁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ହସ୍ପିଟାଲରେ ଭର୍ତ୍ତି ହେଲେ ତାମିଲ ସୁପରଷ୍ଟାର ବିକ୍ରମ
ହସ୍ପିଟାଲରେ ଭର୍ତ୍ତି ହେଲେ ତାମିଲ ସୁପରଷ୍ଟାର ବିକ୍ରମ

By

Published : Jul 8, 2022, 3:52 PM IST

Updated : Jul 8, 2022, 5:01 PM IST

ହାଇଦ୍ରାବାଦ:ତାମିଲ ସୁପରଷ୍ଟାର ବିକ୍ରମଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ହୃଦ୍‌ଘାତ କାରଣରୁ ଅଭିନେତା ବିକ୍ରମଙ୍କୁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। 56 ବର୍ଷୀୟ ଅଭିନେତାଙ୍କୁ ଆଜି (ଜୁଲାଇ 8)ରେ ତାଙ୍କର ଆଗାମୀ ପିରିୟଡ୍ ଫିଲ୍ମ 'ପୋନିୟିନ୍ ସେଲଭାନ୍ ପାର୍ଟ 1'ର (Ponniyin Selvan Part 1) ଟ୍ରେଲର ଲଞ୍ଚରେ ଯୋଗ ଦେବାର ଥିଲା ।

ପ୍ରାପ୍ତ ସୂଚନା ଅନୁଯାୟୀ, ଅଭିନେତା ନିୟମିତ ବ୍ୟାୟାମ କରନ୍ତି । ଯେତେବେଳେ ହୃଦଘାତର ଖବର ଆସିଲା, ତାଙ୍କ ପ୍ରଶଂସକ ଚିନ୍ତାରେ ପଡିଯାଇଥିଲେ । ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ତାଙ୍କ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି। ନିକଟରେ ମଣିରତ୍ନନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ପୋନ୍ନିୟିନ ସେଲବନ ପାର୍ଟ 1' ରୁ ଅଭିନେତାଙ୍କର ଏକ ନୂଆ ପୋଷ୍ଟର ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି। 'ପୋନ୍ନିୟିନ ସେଲବନ ପାର୍ଟ 1'ରେ ସାଉଥ୍ ସୁପରଷ୍ଟାର ବିକ୍ରମଙ୍କ ବ୍ୟତୀତ ଜୟମ ରବି, କାର୍ତ୍ତି ତୃଷା, ସରଥ କୁମାର, ପ୍ରକାଶ ରାଜ, ସୋଭିତା ଧୁଲିପାଲା, ବିକ୍ରମ ପ୍ରଭୁ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।

ଏହି ଚଳଚ୍ଚିତ୍ରଟି ହାଇଦ୍ରାବାଦ ଏବଂ ମଧ୍ୟପ୍ରଦେଶ ସମେତ ଦେଶର ବିଭିନ୍ନ ସହରରେ ସୁଟିଂ କରାଯାଇଛି। ମଣି ରତ୍ନାମ ଦୀର୍ଘ ସମୟ ଧରି ଫିଲ୍ମ ପ୍ରସ୍ତୁତ କରୁଛନ୍ତି। କହିବାକୁ ଗଲେ, ଏହି ଚଳଚ୍ଚିତ୍ର ଚଳିତ ବର୍ଷ 30 ସେପ୍ଟେମ୍ବରରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ ।

ଏହା ବି ପଢନ୍ତୁ: Ponniyin Selvan Part 1ରୁ ନୀଳନୟନାଙ୍କ ନୂଆ ପୋଷ୍ଟର ରିଲିଜ୍‌

ବିକ୍ରମଙ୍କୁ ଚିଆନ ବିକ୍ରମ ନାମରେ ମଧ୍ୟ ଜଣାଯାଏ । ବିକ୍ରମ ଅନେକ ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ କାମ କରିଛନ୍ତି । ବିକ୍ରମ ସାତୋଟି ଫିଲ୍ମଫେୟାର ପୁରସ୍କାର, ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହିତ ଜାତୀୟ ପୁରସ୍କାର ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 8, 2022, 5:01 PM IST

ABOUT THE AUTHOR

...view details