ଓଡିଶା

odisha

ETV Bharat / entertainment

କ୍ୟାଟ୍ରିନା କୈଫଙ୍କ ସହ ସମ୍ପର୍କକୁ ନେଇ ବିକିଙ୍କ ଖୁଲାସା, ଏମିତି କ୍ୟାଟ୍ରିନାଙ୍କ ପ୍ରେମରେ ପଡିଥିଲେ

ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହକୁ 2 ବର୍ଷ ହେବାକୁ ଯାଉଛି। ନିକଟରେ ବିକି ତାଙ୍କ ଲଭ ଲାଇଫକୁ ନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି ତାଙ୍କୁ ବିଶ୍ବାସ ହେଉନଥିଲା ଯେ କ୍ୟାଟ୍ରିନା ତାଙ୍କୁ ପସନ୍ଦ କରିଥିଲେ। ଅଧିକ ପଢନ୍ତୁ,

By ETV Bharat Odisha Team

Published : Sep 5, 2023, 1:59 PM IST

କ୍ୟାଟ୍ରିନା କୈଫଙ୍କ ସହ ସମ୍ପର୍କକୁ ନେଇ ବିକିଙ୍କ ଖୁଲାସା, ଏମିତି କ୍ୟାଟ୍ରିନାଙ୍କ ପ୍ରେମରେ ପଡିଥିଲେ ଅଭିନେତା
କ୍ୟାଟ୍ରିନା କୈଫଙ୍କ ସହ ସମ୍ପର୍କକୁ ନେଇ ବିକିଙ୍କ ଖୁଲାସା, ଏମିତି କ୍ୟାଟ୍ରିନାଙ୍କ ପ୍ରେମରେ ପଡିଥିଲେ ଅଭିନେତା

ହାଇଦ୍ରାବାଦ: ବଲିଉଡ କ୍ୟୁଟ୍ ଏବଂ ସୁନ୍ଦର କପଲଙ୍କ ମଧ୍ୟରେ ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ଯୋଡି ଅନ୍ୟତମ । 2021 ମସିହାରେ ଏହି ଯୋଡି ବିବାହ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ଏମାନଙ୍କ ବିବାହର ଅନେକ ଫଟୋ ଏବଂ ଭିଡିଓ ବେଶ ବାଇରାଲ ହୋଇଥିଲା । ଏହି ବର୍ଷ ଡିସେମ୍ବରରେ ଏହି ଯୋଡ଼ିଙ୍କ ବିବାହକୁ 2 ବର୍ଷ ପୁରୁଛି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତା ବିକି କୌଶଲ କ୍ଯାଟ୍ରିନା ଏବଂ ତାଙ୍କ ଲଭ ଲାଇଫକୁ ନେଇ କିଛି ଖୁଲାସା କରିଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ବିକି କ୍ୟାଟ୍ରିନାଙ୍କ ସହ ସମ୍ପର୍କ ବିଷୟରେ ଖୁଲାସା କରିଛନ୍ତି । ସେ କହିଛନ୍ତି, "ଯେତେବେଳେ ଆମେ ପରସ୍ପରକୁ ଡେଟ୍‌ ଆରମ୍ଭ କରିଥିଲୁ । ସେତେବେଳେ ମୁଁ ବିଶ୍ବାସ କରିପାରୁ ନଥିଲି ଯେ, କ୍ୟାଟ୍ରିନା ମୋତେ ପସନ୍ଦ କରିଛନ୍ତି । ପରେ କ୍ୟାଟ୍ରିନାଙ୍କୁ ଭଲରେ ଜାଣିବା ପରେ ମୁଁ ତାଙ୍କ ପ୍ରେମରେ ପଡିଥିଲି। ପରେ ଆମେ ବିବାହ କରିବାକୁ ସ୍ଥିର କଲୁ । ସେ ଜଣେ ଭଲ ମଣିଷ, ଏବଂ ବହୁତ ଦୟାଳୁ ମଧ୍ୟ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଆରମ୍ଭରେ କ୍ୟାଟ୍ରିନାଙ୍କ ମୋ ପ୍ରତି ଦୃଷ୍ଟି ଆକର୍ଷଣ ଦେଖି ମୋତେ ଅଜବ ଲାଗିଥିଲା । ମୋତେ ଏପରି ଲାଗୁଥିଲା କି ମୁଁ ହିଁ କାହିଁକି? ଯତେବେଳେ ମୁଁ ତାଙ୍କୁ ଜାଣିବା ଆରମ୍ଭ କଲି ମୋତେ ତାଙ୍କ ସହ ପ୍ରେମ ହୋଇଗଲା । ପରେ ମୁଁ ତାଙ୍କୁ ଜୀବନସାଥୀ କରିବାକୁ ମନସ୍ଥ କଲି । ସେ ଜଣେ ବହୁତ ଭଲ ମଣିଷଟିଏ ।" ସେ ଏହା ମଧ୍ୟ କହିଛନ୍ତି ଯେ, "ଡିନର ଡେଟରୁ ତାଙ୍କର ମୋର ସମ୍ପର୍କ ଆରମ୍ଭ ହୋଇଥିଲା ।" ପରେ ତାଙ୍କୁ ପଚରାଗଲା କି ସେ କ୍ୟାଟ୍ରିନାଙ୍କୁ ବିବାହ କରିବେ ବୋଲି ଭାବିଥିଲେ। ସେ ଏହାରୁ ଉତ୍ତର ଦେଇ କହିଛନ୍ତି, "ନା, କାରଣ ସେହି ସମୟରେ ଆମର ଲଭଷ୍ଟୋରୀ ଏତେ ନିବିଡ ନଥିଲା । ଯଦି ମୁଁ ତାଙ୍କୁ ବିବାହ କଥା କହିବି ତେବେ ସେ ମନା ମଧ୍ୟ କରିପାରନ୍ତି । ପରେ ପରେ ସମ୍ପର୍କ ନିବିଡ଼ ହେଲା ଏବଂ ବିବାହ ଯୋଜନା କରି ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଥିଲୁ ।"

ଏହା ମଧ୍ୟ ପଢନ୍ତୁ:ସ୍ବାମୀ ବିକିଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କଲେ କ୍ଯାଟ୍ରିନା

ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ବିକି କୌଶଲଙ୍କୁ ଶେଷ ଥର ପାଇଁ ସାରା ଅଲି ଖାନଙ୍କ ସହ 'ଜରା ବଚକେ ଜରା ହଟକେ' ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ଭଲ ରୋଜଗାର କରିବା ସହ ହିଟ୍ ହୋଇଥିଲା । ବର୍ତ୍ତମାନ ଅଭିନେତାଙ୍କୁ ଦ ଗ୍ରେଟ୍‌ ଇଣ୍ଡିଆନ ଫ୍ୟାମିଲି ଫିଲ୍ମରେ ଦେଖିବାକୁ ମିଳିବ । ଏହି ଫିଲ୍ମ ସେପ୍ଟେମ୍ବର 22ରେ ସାରା ବିଶ୍ୱରେ ରିଲିଜ୍ ହେବାକୁ ଯାଉଛି । ଏଥିସହ ବିକି 'ଡଙ୍କି' ଏବଂ 'ମେରେ ମେହବୁବ ମେରେ ସନମ' ରେ ନଜର ଆସିବେ । ସେପଟେ କ୍ୟାଟ୍ରିନାଙ୍କୁ ପୁଣି ଟାଇଗର-3ରେ ସଲମାନ ଖାନଙ୍କ ସହ ଦେଖିବାକୁ ମିଳିବ । ଏଥିସହ ସେ ମେରୀ ଖ୍ରୀଷ୍ଟମାସରେ ମଧ୍ୟ ନଜର ଆସିବେ ।

ABOUT THE AUTHOR

...view details