ଓଡିଶା

odisha

Uorfi ଡାକିବାକୁ ଫ୍ୟାନ୍ସଙ୍କୁ ଅନୁରୋଧ କଲେ Urrfii, ସେୟାର କଲେ ପୋଷ୍ଟ

By

Published : Jun 7, 2022, 7:13 PM IST

ସୋସିଆଲ ମିଡିଆ ସେନ୍ସେସ୍ ଉର୍ଫି ଜାଭେଦ୍ ପୁଣି ଥରେ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ Urrfii ଇନଷ୍ଟାଗ୍ରାମରେ ଲେଖୁଥିଲେ, ଏବେ ସେ ଏହାକୁ Uorfi ରେ ପରିବର୍ତ୍ତନ କରିଛନ୍ତି । ଅଧିକ ପଢନ୍ତୁ

Uorfi ଡାକିବାକୁ ଫ୍ୟାନ୍ସଙ୍କୁ ଅନୁରୋଧ କଲେ Urrfii, ସେୟାର କଲେ ପୋଷ୍ଟ
Uorfi ଡାକିବାକୁ ଫ୍ୟାନ୍ସଙ୍କୁ ଅନୁରୋଧ କଲେ Urrfii, ସେୟାର କଲେ ପୋଷ୍ଟ

ହାଇଦ୍ରାବାଦ: ସୋସିଆଲ ମିଡିଆ ସେନ୍ସେସ୍ ଉର୍ଫି ଜାଭେଦ୍ ପୁଣି ଥରେ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି । ନିଜକୁ ଲାଇମଲାଇଟରେ କେମିତି ରଖିବାକୁ ହେବ ତାହା ଅଭିନେତ୍ରୀ ବେଶ୍‌ ଭଲ ଭାବେ ଜଣା । ଅତୀତରେ ଉର୍ଫି ମଧ୍ୟ ତାଙ୍କ ନାମରେ ବନାନ ପରିବର୍ତ୍ତନ କରିଥିଲେ । କହିବାକୁ ଗଲେ, ଉର୍ଫିଙ୍କୁ ପରିବର୍ତ୍ତନ କରିବାର ସଉକ ବହୁତ ରହିଛି। ସେଥିପାଇଁ ସେ କେତେବେଳେ ପୋଷାକ ବଦଳାଇବାରେ ବ୍ୟସ୍ତ ଥାନ୍ତି ତ ପୁଣି କେତେବେଳେ ମେକଅପ୍ ଏବଂ ନାମ ପରିବର୍ତ୍ତନ କରନ୍ତି। ଉର୍ଫି ତୃତୀୟ ଥର ପାଇଁ ତାଙ୍କ ନାମର ବନାନକୁ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ Urrfii ଇନଷ୍ଟାଗ୍ରାମରେ ଲେଖୁଥିଲେ, ଏବେ ସେ ଏହାକୁ Uorfi ରେ ପରିବର୍ତ୍ତନ କରିଛନ୍ତି।

Uorfi ଡାକିବାକୁ ଫ୍ୟାନ୍ସଙ୍କୁ ଅନୁରୋଧ କଲେ Urrfii

ଉର୍ଫି ନିଜେ ଏହି ପୋଷ୍ଟକୁ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ଉର୍ଫି ଲେଖିଛନ୍ତି- 'ନମସ୍କାର ବନ୍ଧୁଗଣ, ମୁଁ ଆନୁଷ୍ଠାନିକ ଭାବରେ ମୋର ନାମ ପରିବର୍ତ୍ତନ କରିଛି । କଥା କହିବାରେ ସମାନ ହେବ, କେବଳ ବନାନ ଲିଖିତ ଆକାରରେ ବଦଳି ଯାଇଛି । ମୁଁ କେବଳ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ବର୍ତ୍ତମାନଠାରୁ ମୋ ନାମ ସଠିକ୍ ଭାବରେ ଲେଖିବାକୁ ମନେ ରଖିବେ, ଯାହାଫଳରେ ମୁଁ ମଧ୍ୟ ମନେ ରଖିପାରିବି । ମୁଁ ମଧ୍ୟ ପ୍ରାୟତଃ ଭୁଲିଯାଏ । ଲଭ୍‌ ୟୁ ଧନ୍ୟବାଦ'।

ସୋସିଆଲ ମିଡିଆରେ ଉର୍ଫି ବହୁତ ସକ୍ରିୟ । ସୋସିଆଲ ମିଡିଆ ଲଭର ତାଙ୍କର ଅଜବ ଗଜବ ଫ୍ୟାଶନ ପାଇଁ ପ୍ରାୟତଃ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଥାନ୍ତି । ଉର୍ଫିର ଲୋକପ୍ରିୟତା ଏତେ ବୃଦ୍ଧି ପାଇଛି ଯେ ପ୍ରଶଂସକମାନେ ତାଙ୍କ ନୂଆ ଏକ୍ସପେରିମେଣ୍ଟ ପାଇଁ ଅପେକ୍ଷା କରିଥାନ୍ତି । ଇନଷ୍ଟାଗ୍ରାମରେ ଉର୍ଫିଙ୍କର 3.2 ନିୟୁତ ଫଲୋର୍ସ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details