ଓଡିଶା

odisha

By

Published : Oct 31, 2022, 6:50 PM IST

ETV Bharat / entertainment

କାନ୍ଧରେ ପୋଷ୍ଟର ଧରି ନିଆରା ଢଙ୍ଗରେ ଫିଲ୍ମ ଦମନର ପ୍ରମୋସନ

କାନ୍ଧରେ ପୋଷ୍ଟର ଧରି ନିଆରା ଢଙ୍ଗରେ ଫିଲ୍ମ ଦମନର ପ୍ରମୋସନ କରାଯାଇଛି । ଏହି ସିନେମା ୪ ତାରିଖରେ ରିଲିଜ ହେବାକୁ ଯାଉଛି । ଅଧିକ ପଢନ୍ତୁ

କାନ୍ଧରେ ପୋଷ୍ଟର ଧରି ନିଆରା ଢଙ୍ଗରେ ଫିଲ୍ମ ଦମନର ପ୍ରମୋସନ
କାନ୍ଧରେ ପୋଷ୍ଟର ଧରି ନିଆରା ଢଙ୍ଗରେ ଫିଲ୍ମ ଦମନର ପ୍ରମୋସନ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ପାଇଁ ଏକ ବୈପ୍ଳବିକ ଆନ୍ଦୋଳନ ସୃଷ୍ଟି କରିବ । ଏହାକୁ ନେଇ ପୁଣି ଥରେ ଓଡ଼ିଆ ସିନେମାକୁ ଭଲ ପାଇବେ ସିନେମା ପ୍ରେମୀ ବୋଲି ଆଶା ରଖିଛନ୍ତି ପ୍ରସ୍ତୁତକର୍ତ୍ତା । ଅଭିନେତା ବାବୁଶାନ୍ ତାଙ୍କ ପ୍ରଶଂସକଙ୍କୁ ଭେଟିଦେବାକୁ ଯାଉଛନ୍ତି ଚଳଚ୍ଚିତ୍ର ଦମନ । ଆଉ ଏହି ସିନେମାଟି ୪ ତାରିଖରେ ରିଲିଜ ହେବାକୁ ଯାଉଛି । ଏଥିପାଇଁ ନିଆରା ଢଙ୍ଗରେ ଏହାର ପ୍ରମୋସନ କରାଯାଇଛି ।

କାନ୍ଧରେ ପୋଷ୍ଟର ଧରି ନିଆରା ଢଙ୍ଗରେ ଫିଲ୍ମ ଦମନର ପ୍ରମୋସନ

ରାଜଧାନୀର ବିଭିନ ଛକକୁ ଯାଇ ଚଳଚିତ୍ର ସଦସ୍ୟ ଏହାର ପ୍ରମୋସନ କରିଛନ୍ତି । ଦମନର ପୋଷ୍ଟରକୁ କାନ୍ଧରେ ବୋହି ଡାକ୍ତର ବେଶରେ ଦୁଇ ସଦସ୍ୟ ଲୋକଙ୍କୁ ସିନେମାର ବାସ୍ତବତା ବିଷୟରେ ବୁଝାଇଛନ୍ତି ଆଉ ଏହି ଭଳି ଏକ ବୈପ୍ଲବିକ ସିନେମା ଦେଖିବାକୁ ଅନୁରୋଧ କରିଛନ୍ତି । ଏଥିପାଇଁ ଏହା ନିଶ୍ଚିତ ଓଡ଼ିଆ ଶିଳ୍ପ ପାଇଁ ଏକ ପରିବର୍ତନ ଆଣିବ । କାରଣ ଓଡ଼ିଆରେ ମୌଳିକ କାହାଣୀ ନାହିଁ ବୋଲି ଦୀର୍ଘ ଦିନରୁ ବହୁତ ଅଭିଯୋଗ କରୁଛନ୍ତି ଦର୍ଶକ । ତେଣୁ ସିନେମା ନିଶ୍ଚିତ ତାଙ୍କ ହୃଦୟକୁ ଛୁଇଁବ ବୋଲି କହିଛନ୍ତି ନିର୍ଦେଶକ ।

ଅନ୍ୟପଟେ କରୋନା କାରଣରୁ ଦୁଇବର୍ଷ ହେଲା ବଡ଼ ବଜେଟ୍‌ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସି ନ ଥିଲା । ପରିସ୍ଥିତି ସୁଧୁରିବା ପରେ ଓଡ଼ିଆ ସିନେମା ଶିଳ୍ପ ଚଳଚଞ୍ଚଳ ହୋଇଉଠିଛି । ଏବେ ମୁକ୍ତିଲାଭ ପାଇଁ ସଜବାଜ ହେଉଛି ଚଳଚ୍ଚିତ୍ର ‘ଦମନ’। ଏହି ଫିଲ୍ମରେ ବାବୁସାନ୍‌ଙ୍କ ସହ ଅଛନ୍ତି ଦୀପନ୍ବିତ ଦାସ ମହାପାତ୍ର । ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏଥିରେ ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠା କାହାଣୀ ପ୍ରତିଫଳିତ ହୋଇଛି । ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଙ୍ଗ୍ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ।

ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରବ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ୁଛି । ବଡ଼ ବଜେଟ୍‌ର ଏହି ଫିଲ୍ମରେ ବାବୁସାାନ୍‌ଙ୍କ ଅଲଗା ଅବତାର ଦେଖିବାକୁ ମିଳିବ । ଏ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା । ପ୍ରଯୋଜନା କରିଛନ୍ତି ଦୀପେନ୍ଦ୍ର ସାମଲ । ଜେପି ୱାର୍ଲଡ୍‌ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details