ହାଇଦ୍ରାବାଦ: ନିକଟରେ ରିଲିଜ ହୋଇଥିବା 'ଆନିମଲ' ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି ତ୍ରିପ୍ତୀ ଡିମ୍ରି । ରଣବୀରଙ୍କ ସହ ଇଣ୍ଟିମେଟ୍ ସିନ୍ ଦେଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ତ୍ରିପ୍ତୀ । ଏହାପରେ ବର୍ତ୍ତମାନ ଅଭିନେତ୍ରୀ ନ୍ୟାସନାଲ କ୍ରସ୍ ହୋଇଛନ୍ତି । ତେବେ ରଣବୀରଙ୍କ ପରେ ଏବେ ବିକି କୌଶଲଙ୍କ ସହ ରୋମାନ୍ସ କରିବେ ତ୍ରିପ୍ତୀ । ଅଭିନେତ୍ରୀ ଆଗାମୀ ଫିଲ୍ମ 'ମେରେ ମେହବୁବ ମେରେ ସନମ' ଫିଲ୍ମରେ ବିକିଙ୍କ ସହ ସ୍କ୍ରିନ ସେୟାର କରିବେ । ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ସମୟର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।
ବିକି କୌଶଲ ଏବଂ ତ୍ରିପ୍ତୀ ଡିମ୍ରି ଖୁବଶୀଘ୍ର ଏକ ରୋମ-କମ ଫିଲ୍ମ 'ମେରେ ମେହବୁବ ମେରେ ସନମ'ରେ ଏକାଠି ନଜର ଆସିବେ । ଯାହାକୁ ନିର୍ଦ୍ଦେଶକ ଆନନ୍ଦ ତିୱାରୀ ନିର୍ଦ୍ଦେଶନା ଦେବେ। ଗତ ବର୍ଷ (୨୦୨୨) ଉଭୟ ତାରକା କ୍ରୋଏସିଆରେ ଏହି ଫିଲ୍ମ ପାଇଁ ଏକ ରୋମାଣ୍ଟିକ୍ ଗୀତ ସୁଟ୍ କରିଥିଲେ । ଗୀତ ସୁଟିଂ ସମୟର ଲିକ୍ ହୋଇଥିବା କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲିକ୍ ହୋଇଥିବା ଫଟୋରେ ବିକି ତ୍ରିପ୍ତୀଙ୍କ ସହ ଗୀତର ସୁଟିଂ ସମୟରେ ରୋମାନ୍ସ କରୁଥିବା ନଜର ଆସିଛନ୍ତି ।
ଏହି ଫଟୋ ଭାଇରାଲ ପରେ ଫ୍ୟାନ୍ସ ଫିଲ୍ମକୁ ନେଇ ବେଶ ଉତ୍ସାହିତ ହେବା ସହ କମେଣ୍ଟ ବର୍ଷା କରିଛନ୍ତି । ଜଣେ ଲେଖିଛନ୍ତି, 'ସେମାନେ ଏକାଠି ହଟ୍ ଲାଗୁଛନ୍ତି।' ଅନ୍ୟ ଜଣେ ଲେଖିଛନ୍ତି, 'ତ୍ରିପ୍ତୀ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଆଶା କରୁଛି ତାଙ୍କୁ ଅଧିକ ବଡ଼ ବଜେଟ୍ ଚଳଚ୍ଚିତ୍ର ଏବଂ ଭଲ ଭୂମିକାରେ ଦେଖିବାକୁ ମିଳିବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିକି ତ୍ରିପ୍ତୀ ସେମାନଙ୍କ ଚଳଚ୍ଚିତ୍ର 'ମେରେ ମେହବୁବ ମେରେ ସନାମ'ର ଏହି ଗୀତକୁ ଫରାହ ଖାନ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ର ଫେବୃଆରୀ ୨୩ ୨୦୨୪ ରେ ମୁକ୍ତିଲାଭ କରିବ ।
ଏହା ମଧ୍ୟ ପଢନ୍ତୁ:ଆନିମଲରେ ଇଣ୍ଟିମେଟ ସିନକୁ ନେଇ ମୁହଁ ଖୋଲିଲେ ତ୍ରିପ୍ତୀ, କିପରି ସହଯୋଗ କରିଥିଲେ ପୁରା ଟିମ୍
ସୂଚନା ଥାଉ କି, 'ଆନିମଲ' ପୂର୍ବରୁ ତ୍ରିପ୍ତୀ ଡିମ୍ରି ବାବିଲ ଖାନଙ୍କ ସହ 'କାଲା' ଫିଲ୍ମରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟି ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା ଏବଂ ଏହାକୁ ମଧ୍ୟ ବହୁତ ପସନ୍ଦ କରାଯାଇଥିଲା । ଏହା ପରେ ମଧ୍ୟ ତ୍ରିପ୍ତୀଙ୍କ ବିଷୟରେ ଅନେକ ଆଲୋଚନା ହୋଇଥିଲା । ଏହି ଅଭିନେତ୍ରୀ ଇମତିଆଜ ଅଲିଙ୍କ ଫିଲ୍ମ 'ଲେଲା ମଜନୁ'ରୁ କ୍ୟାରିଅର ଆରମ୍ଭ କରିଥିଲେ । ଏହା ବ୍ୟତୀତ ତାଙ୍କୁ 'ବୁଲ୍ବୁଲ୍'ରେ ମଧ୍ୟ ଦେଖିବାକୁ ମିଳିଛି । 'ଆନିମଲ' ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରରେ ଜୋୟା ୱହାବ ରିଆଜଙ୍କ ଭୂମିକାରେ ତ୍ରିପ୍ତୀଙ୍କୁ ଦେଖିବାକୁ ମିଳିଥିଲା । ଏବଂ ରଣବୀର କପୁରଙ୍କ ସହ ଇଣ୍ଟିମେଟ୍ ସିନ ଲୋକଙ୍କ ବେଶ ଦୃଷ୍ଟି ଆକର୍ଷଣ କରିଛନ୍ତି ଅଭିନେତ୍ରୀ ।