ଭୁବନେଶ୍ବର:ସମଗ୍ର ରାଜ୍ୟରେ ରିଲିଜ ହେଲା ବହୁ ପ୍ରତିକ୍ଷିତ ଓଡ଼ିଆ ଫିଲ୍ମ 'ଟି' । କିନ୍ନରଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ହୋଇଛି ଫିଲ୍ମ । ପ୍ରଥମ ଦିନରେ ଫିଲ୍ମ ଭଲ ପ୍ରଦର୍ଶନ କରିଛି । ସିନେମାହଲରେ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଛି । ପୂର୍ବରୁ ଫିଲ୍ମର ଟିଜର ଏବଂ ଟ୍ରେଲର ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ଏବେ ଫିଲ୍ମ ମଧ୍ୟ ଆଗାମୀ ଦିନରେ ବେଶ ଲୋକପ୍ରିୟତା ହାସଲ କରିବ ବୋଲି ଆଶା ।
ପୂର୍ବରୁ ଟ୍ରାନ୍ସଜେଣ୍ଡରଙ୍କ ସଂଘର୍ଷ ଜୀବନୀ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମକୁ ପୂର୍ବରୁ 'ଟି'କୁ ୟୁ/ଏ ସାର୍ଟିଫିକେଟ ମିଳିଛି । ଏଥିସହ ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଉଚ୍ଚ ପ୍ରଶଂସା ସହ ଅନେକ ସାର୍ଟିଫିକେଟ ହାତେଇଛି ଚଳଚ୍ଚିତ୍ର 'ଟି' । ଓଡ଼ିଆ ମୌଳିକ କଥାବସ୍ତୁ ସହ କିନ୍ନର ମାନଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ଚଳଚ୍ଚିତ୍ର 'ଟି' ନିର୍ମାଣ ହୋଇଛି । ଏହା ସାଧାରଣତଃ କିନ୍ନର ମେଘନା ସାହୁଙ୍କ ଜୀବନୀ ଉପରେ ଆଧାର କରି ଫିଲ୍ମଟି ନିର୍ମିତ ହୋଇଛି ।
ଉଚ୍ଚ ଶିକ୍ଷିତ ବିଷ୍ଣୁ ସାହୁ କିଭଳି ସମାଜରେ କିନ୍ନର ହୋଇଥବାରୁ ବିଭିନ୍ନ ମହଲରୁ ପ୍ରତାଡ଼ିତ ହୋଇ ମଧ୍ୟ ସଂଘର୍ଷ କରି ନିଜ ପରିଚୟ ସୃଷ୍ଟି କରି ମେଘନା ସାହୁ ହୋଇଛନ୍ତି ତାହା ଏହି ସିନେମାରେ ଦେଖାଯାଇଛି । ଫିଲ୍ମରେ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ଦେବାଶିଷ ସାହୁ । ଯିଏ ମେଘନା ସାହୁ ଚରିତ୍ରରେ ନଜର ଆସିଛନ୍ତି । ଅଭିନେତା ରଣବୀର କଲସିଙ୍କୁ ମଧ୍ୟ ଏଥିରେ ମେଘନାଙ୍କ ସାଙ୍ଗ ଚରିତ୍ରରେ କିନ୍ନର ଚରିତ୍ରରେ ଦେଖିବାକୁ ମିଳିଛି ।