ହାଇଦ୍ରାବାଦ:ୱାର(2019) ଏବଂ ପଠାନ(2023) ଭଳି ସଫଳ ଫିଲ୍ମ ନିର୍ମାଣ କି ଭରପୁର ମନୋରଞ୍ଜନ କରିଥିବା ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ଅଛନ୍ତି । ଦୁଇଟି ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ତାଙ୍କ ଆଗାମୀ ଫିଲ୍ମ ଫାଇଟର୍ ରିଲିଜ୍ ପାଇଁ ପ୍ରସ୍ତୁତ ଅଛି । ଏହାରି ମଧ୍ୟରେ ଆଉ ଏକ ଫିଲ୍ମ ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ନିର୍ଦ୍ଦେଶକ । ସିଦ୍ଧାର୍ଥ ଆନନ୍ଦ ହଲିଉଡର କ୍ଲାସିକ୍ 'ରାମ୍ବୋ'ର ଭାରତୀୟ ଆଡପ୍ଟସନ୍ କରିବାକୁ ଯୋଜନା କରୁଛନ୍ତି । ନିର୍ଦ୍ଦେଶକ ନିଜେ 2017 ମସିହାରେ ଏହି ଚଳଚ୍ଚିତ୍ର ଘୋଷଣା କରିଥିଲେ । କିନ୍ତୁ କୌଣସି କାରଣରୁ ଫିଲ୍ମ ଉପରେ କାମ ଆରମ୍ଭ ହୋଇପାରିିନଥିଲା । ବର୍ତ୍ତମାନ ଖବର ଆସୁଛି ଯେ, ଏହି ଫିଲ୍ମରେ ମୁଖ୍ୟ ତାରାକା ଭାବେ ଟାଇଗର ଶ୍ରଫ ଏବଂ ଜାହ୍ନବୀ କପୁରଙ୍କୁ ମନୋନୀତ କରାଯାଇଛି ।
ଏହି ଚଳଚ୍ଚିତ୍ରଟି ଗତ 6 ବର୍ଷ ଧରି ପ୍ରଡକ୍ସନରେ ଅଛି କିନ୍ତୁ ଅନେକ କାରଣରୁ ଫିଲ୍ମର କାମ ବିଳମ୍ବ ହୋଇଛି। ଏବେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫ ଏବଂ ଜାହ୍ନବୀ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି ଜଣାଯାଇଛି । ଏହି ଫିଲ୍ମର ସୁଟିଂ 2024 ମସିହାରେ ଆରମ୍ଭ ହୋଇପାରେ । ଏହି ଆକ୍ସନ୍ ପ୍ୟାକ୍ ଫିଲ୍ମରେ ଟାଇଗର ଏବଂ ଜାନଭୀଙ୍କ ନୂଆ ଯୋଡ଼ିକୁ ପ୍ରଥମ ଥର ପରଦାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ୟୁରୋପରେ ସୁଟିଂ ହେବାକୁ ଯାଉଛି । ରିପୋର୍ଟ ଅନୁସାରେ, ଟାଇଗର ଏହି ଚଳଚ୍ଚିତ୍ର ପାଇଁ କଠିନ ପରିଶ୍ରମ କରୁଛନ୍ତି ଏବଂ ତାଙ୍କ ଫିଟନେସ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି । ଏହି ଚଳଚ୍ଚିତ୍ରରେ ଟାଇଗର ଷ୍ଟଣ୍ଟ୍ କରୁଥିବା ନଜର ଆସିବେ ।