ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ 'କାଶ୍ମୀର ଫାଇଲ୍ସ' ବକ୍ସ ଅଫିସରେ ହିଟ୍ ହୋଇଥିଲା । ଗତ ବର୍ଷ ମାର୍ଚ୍ଚ 11ରେ ରିଲିଜ କରିଥିବା ଅନୁପମ ଖେରଙ୍କ ଅଭିନୀତ ଚଳଚ୍ଚିତ୍ର 1990 କାଶ୍ମୀର ବିଦ୍ରୋହ ସମୟରେ କାଶ୍ମୀର ହିନ୍ଦୁମାନଙ୍କ ଦେଶ ଛାଡିବା ଉପରେ ଆଧାରିତ ଥିବା ଦାବି କରା ଯାଇଥିଲା । ଏହି ଫିଲ୍ମକୁ ନେଇ ଅନେକ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ଫିଲ୍ମର ନିର୍ଦ୍ଦେଶକ ବିବେକ ବର୍ତ୍ତମାନ ତାଙ୍କର ଆଗାମୀ ଡକ୍ୟୁମେଣ୍ଟାରୀ 'ଦି କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ' ଘୋଷଣା କରିଛନ୍ତି । ଏହା 'କାଶ୍ମୀର ଫାଇଲ'ର ଏକ ଫୋଲୋଅପ୍ କୁହାଯାଇଛି । ଫିଲ୍ମ ନିର୍ଦ୍ଦେଶକ ଏହାର ଟିଜର ବି ରିଲିଜ କରିଛନ୍ତି ।
ଫିଲ୍ମର ଟିଜର ସେୟାର କରିବା ସହ ବିବେକ ଅଗ୍ନିହୋତ୍ରୀ ଦାବି କରିଛନ୍ତି ଯେ, କାଶ୍ମୀର ଫାଇଲ୍ସ ଫିଲ୍ମ ତିଆରି ବେଳେ ତାଙ୍କ ଟିମ୍ ଦ୍ୱାରା କରାଯାଇଥିବା ରିସର୍ଚ୍ଚରୁ 'ଦି କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ' ତିଆରି କରାଯାଇଛି । ବିବେକ ଟ୍ୱିଟରରେ 'ଦି କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ'ର ଟିଜର ସେୟାର କରି ଏହି ସୂଚନା ଦେଇଛନ୍ତି । କ୍ୟାପସନରେ ଲେଖିଛନ୍ତି, "କାଶ୍ମୀର ଗଣହତ୍ୟାକୁ ମାନୁନଥିବା ଲୋକ, ଆତଙ୍କୀଙ୍କ ସମର୍ଥକ ଏବଂ ଭାରତର ଶତ୍ରୁମାନେ 'ଦି କାଶ୍ମୀର ଫାଇଲ୍ସ' ଉପରେ ପ୍ରଶ୍ନ ଉଠାଇଥିଲେ । ବର୍ତ୍ତମାନ ଆମେ ଆପଣଙ୍କ ପାଇଁ କାଶ୍ମୀରରେ ହିନ୍ଦୁମାନଙ୍କର ନରସଂହାରର ସତ ନେଇ ଆସିଛୁ ।" ଯାହାକୁ ନେଇ କେବଳ ସୈତାନମାନେ ହିଁ ପ୍ରଶ୍ନ ଉଠାଇବେ । ଶୀଘ୍ର ଆସୁଛି 'ଦ କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ'।