ହାଇଦ୍ରାବାଦ:2007ରେ ରିଲିଜ ହୋଇଥିବା ବଲିଉଡ ଡେବ୍ୟୁ ଫିଲ୍ମ 'ତାରେ ଜମିନ ପର୍' ଦର୍ଶିଲ ସଫାରିଙ୍କୁ ଦେଇଥିଲା ଏକ ନୂଆ ପରିଚୟ । ଏହି ଫିଲ୍ମରେ ସେ ଷ୍ଟାର କିଡ୍ସ ଇଶାନ ଅବସ୍ତି ଭୂମିକାରେ ନଜର ଆସିଥିବା ବେଳେ ତାଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଇଥିଲା । ଏବଂ ଏହି ଡେବ୍ୟୁ ଫିଲ୍ମ ତାଙ୍କୁ ସେ ରାତାରାତି ଷ୍ଟାର କରିଥିଲା । ଏହି ଫିଲ୍ମରେ ତାଙ୍କ ସହ ବଲିଉଡ୍ ଅଭିନେତା ଅମୀର ଖାନ ନଜର ଆସିଥିବା ବେଳେ ସେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ତେବେ ବର୍ତ୍ତମାନ ୧୬ ବର୍ଷ ପରେ ଦର୍ଶିଲ ଏକ ସାକ୍ଷାତକାରରେ ନିଜ କ୍ୟାରିଅର ଏବଂ ଅମୀର ଖାନଙ୍କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।
ଏକ ସାକ୍ଷାତକାରରେ ଦର୍ଶିଲ ସଫାରୀଙ୍କୁ ପଚାଗଲା, "ତାରେ ଜମିନ ପର ପରେ କଣ ଆମୀର ଖାନ୍ ତାଙ୍କ କ୍ୟାରିଅରକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିଛନ୍ତି କି ? ଏହାର ଉତ୍ତରରେ ସେ କହିଛନ୍ତି, ନା, ମୁଁ ବହୁତ ଲାଜୁଆ । ଏମିତି ଜିନିଷକୁ ନେଇ ମୁଁ ବହୁତ ଅସହଜ ମନେ କରେ । ମୋତେ ବହୁତ ଥର ବହୁତ ଜଣ କହିଛନ୍ତି କି, ତୁମେ ଅମୀରଙ୍କ ସହ ସମ୍ପର୍କରେ ଅଛି । ତେବେ ତାଙ୍କୁ କଲ କର, ମେସେଜ କର । କିନ୍ତୁ ମୋତେ ଏହା ଭଲ ଲାଗେ ନାହିଁ । ମୁଁ କେବେ ବି ଆମୀରଙ୍କୁ କଲ କରି କାମ ମାଗିନି । ମୁଁ ଚାହୁଁଛି ଏହା ଆପେ ଆପେ ହୋଇଯାଏ ।"