ହାଇଦ୍ରାବାଦ:କଙ୍ଗନା ବିବାହ କରିବାକୁ ଚାହୁଁଛନ୍ତି କିନ୍ତୁ, ତାଙ୍କୁ ତାଙ୍କ ମନ ପସନ୍ଦର ପୁଅ ମିଳୁ ନାହିଁ । ଫିଲ୍ମ 'ଧାକଡ'ର ପ୍ରମୋସନରେ ବ୍ୟସ୍ତ ଥିବା ଅଭିନେତ୍ରୀ କଙ୍ଗନା ରଣାୱତ ଏକ ସାକ୍ଷାତକାର ସମୟରେ ବିବାହକୁ ନେଇ ଏମିତି ଏକ ଖୁଲାସା କରିଛନ୍ତି । ବଲିଉଡର ପଙ୍ଗା କୁଇନ କଙ୍ଗନା ରଣାୱତ ତାଙ୍କର ଦମଦାର ଅଭିନୟ ପାଇଁ ଚଳଚ୍ଚିତ୍ର ଜଗତରେ ଏକ ଭିନ୍ନ ସ୍ଥାନ ହାସଲ କରିଛନ୍ତି । ଫିଲ୍ମ ବ୍ୟତୀତ ବିବାଦୀୟ ବୟାନ ଦେବାରେ ମଧ୍ୟ ସେ ଖୁବ୍ ଜଣାଶୁଣା। ଗତ କିଛି ବର୍ଷ ମଧ୍ୟରେ, କଙ୍ଗନା ମୁଖ୍ୟ ଅଭିନେତ୍ରୀ ଭାବରେ ବହୁ ହିଟ୍ ଫିଲ୍ମ ଦେଇଛନ୍ତି। ତେବେ ତାଙ୍କ ବିବାହ ନକରିବା ପଛରେ ଅନେକ ଗୁଜବ ପ୍ରଚାରିତ ହୋଇଛି।
ଅର୍ଜୁନ ରାମପାଲଙ୍କ ସହ କଙ୍ଗନା ଫିଲ୍ମର ପ୍ରମୋସନ ପାଇଁ ଆରଜେ ସିଦ୍ଧାର୍ଥ କନନଙ୍କ ସୋ’ରେ ପହଞ୍ଚିଥିଲେ। ଏହି ସମୟରେ ଆରଜେ ତାଙ୍କୁ ବିବାହ ବିଷୟରେ ପଚାରିଥିଲେ କି, ଲୋକମାନେ ଭାବୁଛନ୍ତି ଯେ ତୁମେ ବହୁତ ରାଗି, କ'ଣ ସେଥିପାଇଁ ତୁମର ବିବାହ ହୋଇପାରୁନି ? ଏହା ଉପରେ କଙ୍ଗନା ହସି ହସି କହିଥିଲେ କି ଗୁଜବ ଗୁଡିକ ତାଙ୍କ ବିଷୟରେ ଏକ ଚିନ୍ତା ଧାରା ସୃଷ୍ଟି କରିଛି। ଯେଉଁଥିପାଇଁ ତାଙ୍କୁ ଉପଯୁକ୍ତ ପୁଅ ମିଳି ପାରୁ ନାହିଁ । ପୁଣି କଙ୍ଗନାକୁ ପଚରାଯାଇଥିଲା କି, ତୁମର ରିୟଲ୍ ଲାଇଫ୍ ବି କ'ଣ ଧାକଡ ଫିଲ୍ମ ଭଳି ? ଏହାକୁ ନେଇ ସେ କହିଛନ୍ତି -ଏମିତି କିଛି ନାହିଁ । ମୁଁ ତ ବିବାହ କରି ପାରୁ ନାହିଁ, କାହିଁକି ନା ମୁଁ କୁଆଡେ ପୁଅମାନଙ୍କୁ ମାଡ ମାରୁଛି। ଆପଣ ମାନେ ମୋ ନାଁରେ ବିଭିନ୍ନ ପ୍ରକାରର ଗୁଜବ କରୁଛନ୍ତି। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।