ଓଡିଶା

odisha

By ETV Bharat Odisha Team

Published : Dec 15, 2023, 7:07 AM IST

Updated : Dec 15, 2023, 7:23 AM IST

ETV Bharat / entertainment

ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେଙ୍କୁ ହୃଦଘାତ

Shreyas Talpade Suffers Heart Attack: ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେ ହୃଦଘାତର ଶିକାର । ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେଙ୍କୁ ହୃଦଘାତ
ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେଙ୍କୁ ହୃଦଘାତ

ମୁମ୍ବାଇ: ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେଙ୍କୁ ହୃଦଘାତ । ଗତକାଲି(ଗୁରୁବାର) ସନ୍ଧ୍ୟାରେ ସୁଟିଂ ସାରି ଘରକୁ ଫେରିବା ପରେ 'ଗୋଲମାଲ୍' ଅଭିନେତା ଶ୍ରେୟସ ହୃଦଘାତର ଶିକାର ହୋଇଛନ୍ତି । ତାଙ୍କୁ ମୁମ୍ବାଇର ଅନ୍ଧେରୀ ୱେଷ୍ଟ ସ୍ଥିତ ବେଲଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ତାଙ୍କର ଆଞ୍ଜିଓପ୍ଲାଷ୍ଟି କରିଛନ୍ତି । ତେବେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ସେ ହସ୍ପିଟାଲରେ ଅଛନ୍ତି । ଅଭିନେତାଙ୍କ ହୃଦଘାତ ଖବର ତାଙ୍କର ଫ୍ୟାନ୍ସଙ୍କୁ ଝଟ୍‌କା ଦେଇଛି ।

ସୂଚନା ଅନୁସାରେ, ୪୭ ବର୍ଷୀୟ ଶ୍ରେୟସ ଆଜିକାଲି ମୁମ୍ବାଇରେ ନିଜର ଆଗାମୀ ଫିଲ୍ମ 'ୱେଲକମ ଟୁ ଜଙ୍ଗଲ' ସୁଟିଂରେ ବ୍ୟସ୍ତ ରହୁଥିଲେ । କାଲି ସନ୍ଧ୍ୟାରେ ସୁଟିଂ ସାରି ଘରକୁ ଫେରିଥିଲେ । ଘରେ ପହଞ୍ଚିବା ପରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା ଏବଂ ସେ ବେହୋସ୍ ହୋଇଯାଇଥିଲେ । ଅଭିନେତାଙ୍କୁ ସଙ୍ଗେ ସଙ୍ଗେ ଅନ୍ଧେରୀ ୱେଷ୍ଟ ଅଞ୍ଚଳର ବେଲଭ୍ୟୁ ହସ୍ପିଟାଲକୁ ନିଆଯାଇଥିଲା । ରାତି ପ୍ରାୟ ୧୦ଟା ବେଳେ ଡାକ୍ତର ଶ୍ରେୟସଙ୍କ ଆଞ୍ଜିଓପ୍ଲାଷ୍ଟି କରିଥିବା ସୂଚନା ମିଳିଛି । ସେ ଏବେ ହସ୍ପିଟାଲରେ ଅଛନ୍ତି । ରିପୋର୍ଟ ଅନୁସାରେ ଆଞ୍ଜିଓପ୍ଲାଷ୍ଟି ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅଭିନେତାଙ୍କ ସର୍ଜରୀ ସଫଳ ହୋଇଥିବା ଏବଂ ସେ ସୁସ୍ଥ ଥିବାର ଡାକ୍ତର ଜଣାଇଛନ୍ତି । ତେବେ ଶ୍ରେୟସ ସୁଟିଂ ସେଟ୍‌ରେ ପୁରା ଠିକଠାକ୍ ଥିଲେ ଏବଂ ସହଯୋଗୀଙ୍କ ସହ ଥଟ୍ଟମଜା ମଧ୍ୟ କରିଥିବା ଶୁଣିବାକୁ ମିଳୁଛି ।

ହସ୍ପିଟାଲ ପକ୍ଷରୁ କୁହାଯାଇଛି, ''ଗୁରୁବାର ସନ୍ଧ୍ୟାରେ ଅଭିନେତା ଶ୍ରେୟସ ତଲପଡେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ରାତି ୧୦ଟାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ସେ ସୁସ୍ଥ ହେଉଛନ୍ତି ଏବଂ କିଛି ଦିନ ମଧ୍ୟରେ ଡିସଚାର୍ଜ ହୋଇଯିବେ ।''

ଏହା ମଧ୍ୟ ପଢନ୍ତୁ: ‘ଡଙ୍କି’ ରିଲିଜ ପୂର୍ବରୁ ସାଇବାବାଙ୍କ ଶରଣରେ ଶାହରୁଖ, ସାଥିରେ ଝିଅ ସୁହାନା

ଶ୍ରେୟସ ତଲପଡେ ଅନେକ ହିନ୍ଦୀ ଫିଲ୍ମ ସହ ମରାଠୀ ଫିଲ୍ମରେ କାମ କରିଛନ୍ତି । ୨୦୦୫ରେ ରିଲିଜ୍ ଫିଲ୍ମ 'ଇକବାଲ'ରୁ ସେ ବିପୁଳ ଲୋକପ୍ରିୟତା ହାସଲ କରିଥିଲେ । ଫିଲ୍ମରେ ଶ୍ରେୟସ ଜଣେ ଦିବ୍ୟାଙ୍ଗ ଆଥଲେଟ୍ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ଓମ୍ ଶାନ୍ତି ଓମ୍, ଗୋଲମାଲ ରିଟର୍ଣ୍ଣସ, ହାଉସଫୁଲ ୨ ଭଳି ଅନେକ ବକ୍ସ ଅଫିସ ହିଟ୍ ମୁଭିରେ ମଧ୍ୟ ଅଭିନୟ କରିଛନ୍ତି । ଯଦି ତାଙ୍କର ୱାର୍କଫ୍ରଣ୍ଟ କଥା କହିବା, ଶ୍ରେୟସ ତଲପଡେ କଙ୍ଗନା ରଣାୱତଙ୍କ ନିର୍ଦ୍ଦେଶତ 'ଏମର୍ଜେନ୍ସି'ରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିଛନ୍ତି ।

Last Updated : Dec 15, 2023, 7:23 AM IST

ABOUT THE AUTHOR

...view details