ଓଡିଶା

odisha

Shakti Kapoor Birthday: ଖାସ୍ ଅନ୍ଦାଜରେ ବାପାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଶ୍ରଦ୍ଧା କପୁର

By ETV Bharat Odisha Team

Published : Sep 3, 2023, 2:01 PM IST

ଆଜି ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତା ଶକ୍ତି କପୁରଙ୍କ ଜନ୍ମଦିନ । ଏହି ବିଶେଷ ଅବସରରେ ତାଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରଦ୍ଧା କପୁର ଏକ ସୁନ୍ଦର ଭିଡିଓ ସେୟାର କରି ବାପାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ନଜର ପକାନ୍ତୁ ଅଭିନେତ୍ରୀଙ୍କ ପୋଷ୍ଟ ଉପରେ,

ଖାସ୍ ଅନ୍ଦାଜରେ ବାପାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଶ୍ରଦ୍ଧା କପୁର
ଖାସ୍ ଅନ୍ଦାଜରେ ବାପାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଶ୍ରଦ୍ଧା କପୁର

ମୁମ୍ବାଇ: ବଲିଉଡ ଲୋକପ୍ରିୟ ହାସ୍ୟ ଅଭିନେତା ତଥା ଖଳନାୟକ ଭାବେ ପରିଚିତ ଶକ୍ତି କପୁର ଆଜି ତାଙ୍କ 71ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ତାଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରଦ୍ଧା କପୁର ବାପାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଏକ ସୁନ୍ଦର ଭିଡିଓ ସେୟାର କରି ଶକ୍ତି କପୁରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ପରେ ଫ୍ୟାନ୍ସ ଏବଂ ଅନେକ ସେଲିବ୍ରିଟି ମଧ୍ୟ ଶକ୍ତି କପୁରଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ଶ୍ରଦ୍ଧା କପୁର ଅନେକ ସମୟରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ତାଙ୍କ ପିତାଙ୍କ ଚିତ୍ର ଏବଂ ଭିଡିଓ ସେୟାର କରନ୍ତି । ଏହି ପିତା ଏବଂ ଝିଅଙ୍କ ଯୋଡିଙ୍କୁ ପ୍ରଶଂସକମାନେ ବେଶ ପ୍ରଶଂସା କରିଥାନ୍ତି । ଆଜି ତାଙ୍କ ପିତା ତାଙ୍କର 71 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଶ୍ରଦ୍ଧା ନିଜ ଇନଷ୍ଟାଗ୍ରାମରେ ଏକ ସ୍ୱତନ୍ତ୍ର ଭିଡିଓ ସେୟାର କରି ବାପାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଭିଡିଓ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, 'ମୋର ଅଲ୍ଟିମେଟ ରକଷ୍ଟାର, ମୋର ବାପୁ ଜନ୍ମଦିନର ଶୁଭେଚ୍ଛା।'

ଭିଡିଓରେ ଶକ୍ତି କପୁର ଏବଂ ତାଙ୍କ ଝିଅ ଶ୍ରଦ୍ଧାଙ୍କୁ ୱାଇଟ ଆଉଟଫିଟରେ ଦେଖିବାକୁ ମିଳିଛି । ଶକ୍ତି କପୁର ଏକ ୱାଇଟ କୁର୍ତ୍ତା ପିନ୍ଧିଥିବାବେଳେ ଶ୍ରଦ୍ଧା କପୁରଙ୍କୁ ଏକ ୱାଇଟ ଟି-ସାର୍ଟ ସହ ଉଭୟଙ୍କୁ ଗଗଲ୍ସରେ ଦେଖିବାକୁ ମିଳିଛି । ଭିଡିଓର ପୃଷ୍ଠଭୂମିରେ ଶକ୍ତି କପୁରଙ୍କ ସଂଳାପ ଶୁଣିବାକୁ ମିଳିଥିବା ବେଳେ ଉଭୟ ବିଭିନ୍ନ ଲୁକ ଦେଉଥିବା ଦେଖିବାକୁ ମିଳିଛି । ଶ୍ରଦ୍ଧା କପୁରଙ୍କ ଏହି ପୋଷ୍ଟରେ ପ୍ରତିକ୍ରିୟା ଦେଇ ବଲିଉଡ ଅଭିନେତା ରାକେଶ ରୋଶନ, ନୀଲ ନିତିନ ମୁକେଶ, ଜ୍ୟାକି ଶ୍ରଫଙ୍କ ଝିଅ କୃଷ୍ଣା ଶ୍ରଫ ଶକ୍ତି କପୁରଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ପ୍ରଶଂସକମାନେ ମଧ୍ୟ ଜନ୍ମଦିନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:ହରର କମେଡି ଫିଲ୍ମ ସ୍ତ୍ରୀ-2ର ସୁଟିଂ ଆରମ୍ଭ, ଏହି ଦିନ ରିଲିଜ ହେବ ଫିଲ୍ମ

ଶକ୍ତି କପୁରଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ, ସେ ଖଳନାୟକ ଭୂମିକା ହେଉ କିମ୍ବା କମେଡି ରୋଲ ସବୁ ଭୂମିକାରେ ନିଜର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କୁ ଦିୱାନା କରିଛନ୍ତି ଶକ୍ତି କପୁର । ଆଜି ବି ତାଙ୍କ ସଂଳାପ ଲୋକଙ୍କ ମୁହଁରେ ରହିଛି । ସେ ନିଜ କ୍ୟାରିଅରରେ ପ୍ରାୟ 700 ଫିଲ୍ମରେ କାମ କରିଛନ୍ତି । ଏହିପରି ସବୁଠାରୁ ଅଧିକ ଫିଲ୍ମ କରିଥିବା ଅଭିନେତାଙ୍କ ମଧ୍ୟରେ ଶକ୍ତି କପୁରଙ୍କୁ ବିବେଚନା କରାଯାଉଛି। କାରଣ ତାଙ୍କ ପରି ଆଉ କୌଣସି ଅଭିନେତା କିମ୍ବା ଅଭିନେତ୍ରୀ ଏତେ ମାତ୍ରାରେ ଫିଲ୍ମ କରିନାହାନ୍ତି ।

ଅଭିନେତାଙ୍କ ବ୍ୟତୀତ ଲଳିତା ପାୱାର 700 ପାଖାପାଖି ଫିଲ୍ମରେ କାମ କରିଛନ୍ତି । ସେପଟେ ଶ୍ରଦ୍ଧା କପୁରଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ତାଙ୍କୁ ଶେଷଥର ପାଇଁ 'ତୁ ଝୁଟି ମେ ମକ୍କାର' ଫିଲ୍ମରେ ରଣଭୀର କପୁରଙ୍କ ସହ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ଲୋକପ୍ରିୟତା ହାସଲ କରିବା ସହ ହିଟ୍ ହୋଇଥିଲା । ବର୍ତ୍ତମାନ ସେ ଆଗାମୀ ଫିଲ୍ମ 'ସ୍ତ୍ରୀ'ର ସିକ୍ୱେଲରେ ନଜର ଆସିବେ । ରାଜକୁମାର ରାଓଙ୍କ ସହ ସେ ପୁଣି ସ୍ତ୍ରୀ 2 ରେ ସ୍କ୍ରିନ ସେୟାର କରିବେ।

ABOUT THE AUTHOR

...view details