ଓଡିଶା

odisha

Shah Rukh Khan Y Plus: ଜବାନଙ୍କୁ ବିପଦ ! ଧମକ ପରେ ମିଳିଲା ୱାଇ ପ୍ଲସ୍‌ ସୁରକ୍ଷା

2023ରେ ଦୁଇଟି ବ୍ଲକବଷ୍ଟର ଚଳଚ୍ଚିତ୍ର ଜବାନ ଏବଂ ପଠାନ ଦେଇଥିବା ଶାହାରୁଖ ଖାନଙ୍କୁ ମିଳିଛି ହତ୍ୟା ଧମକ । ଯାହା ପରେ ସୁପରଷ୍ଟାରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି Y ପ୍ଲସ ସିକ୍ୟୁରିଟି ଦିଆଯାଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 9, 2023, 10:05 AM IST

Published : Oct 9, 2023, 10:05 AM IST

ଜବାନଙ୍କୁ ବିପଦ
ଜବାନଙ୍କୁ ବିପଦ

ହାଇଦ୍ରାବାଦ:ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପାଇଁ 2023 ବର୍ଷ ଏକ ଭଲ ବର୍ଷ । ଗୋଟିଏ ପଟେ ସେ ପଠାନ ଏବଂ ଜବାନ ସହିତ ବକ୍ସ ଅଫିସରେ ଧମାଲ ସୃଷ୍ଟି କରିଥିଲେ, ବର୍ତ୍ତମାନ ପ୍ରଶଂସକ ତାଙ୍କର ଆଗାମୀ ଫିଲ୍ମ ‘ଡଙ୍କି’କୁ ଅପେକ୍ଷା କରିଛନ୍ତି । ଆପଣଙ୍କୁ ମନେ ପକାଇଦେଉଛୁ ଯେ, ପଠାନକୁ ନେଇ ଅନେକ ବିବାଦ ଦେଖାଦେଇଥିଲା, ଯେଉଁ କାରଣରୁ ଶାହାରୁଖ ଖାନଙ୍କୁ ଧମକ ଦିଆଯାଇଥିଲା। ଏହି ସମୟରେ, କିଙ୍ଗ ଖାନଙ୍କ ସୁରକ୍ଷା ପୁଣି ଥରେ ଚର୍ଚ୍ଚାରେ ଅଛି ଏବଂ ଧମକ ଯୋଗୁଁ ତାଙ୍କୁ ଓ୍ୱାଇ ପ୍ଲସ ସୁରକ୍ଷା (Y+) ଦିଆଯାଇଛି।

ଶାହାରୁଖ ଖାନଙ୍କୁ Y ପ୍ଲସ୍ ସୁରକ୍ଷା

ନିକଟରେ ଶାହାରୁଖ ଖାନ୍‌ଙ୍କୁ କିଛି ଧମକ ମିଳିଛି, ଯାହାକୁ ମୁମ୍ବାଇ ପୋଲିସ ନିଶ୍ଚିତ କରିଛି କିନ୍ତୁ ଆନୁଷ୍ଠାନିକ ଭାବେ ସେମାନଙ୍କ ବିଷୟରେ କିଛି କହିବାକୁ ମନା କରିଦେଇଛି । ଏହି ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ ମହାରାଷ୍ଟ୍ର ରାଜ୍ୟ ଗୁପ୍ତଚର ବିଭାଗ(ଏସଆଇଡି) ଅକ୍ଟୋବର 5 ତାରିଖ ଦିନ ସମସ୍ତ ପୋଲିସ କମିଶନର, ଜିଲ୍ଲା ପୋଲିସ ଏବଂ ସ୍ୱତନ୍ତ୍ର ସୁରକ୍ଷା ୟୁନିଟ୍ (ଏସପିୟୁଏସ୍‌)କୁ ସୂଚନା ଦେଇଥିଲା ଏବଂ ତୁରନ୍ତ ଶାହାରୁଖଙ୍କୁ Y ପ୍ଲସ୍ ସୁରକ୍ଷା ପ୍ରଦାନ କରିବ । ଉଚ୍ଚ ସ୍ତରୀୟ କମିଟି ଦ୍ୱାରା ଧମକ ମିଳିଥିବା ନେଇ ଅନୁସନ୍ଧାନ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

Y ପ୍ଲସ୍ ବର୍ଗ ସୁରକ୍ଷା କ’ଣ ହେବ ?

Y ପ୍ଲସ୍ ବର୍ଗର ସୁରକ୍ଷା କ୍ଷେତ୍ରରେ, ଶାହାରୁଖ ଖାନଙ୍କ ସୁରକ୍ଷାରେ 11 ଜଣ ବ୍ୟକ୍ତିଗତ ସୁରକ୍ଷା କର୍ମୀ ନିୟୋଜିତ ହେବେ, ଯେଉଁଥିରେ 6 ଜଣ କମାଣ୍ଡୋ, 4 ଜଣ ପୋଲିସ କର୍ମଚାରୀ ଏବଂ ଟ୍ରାଫିକ କ୍ଲିୟରାନ୍ସ ଗାଡ଼ି ରହିବ । ଶାହାରୁଖଙ୍କ ଘର ମନ୍ନତରେ ମଧ୍ୟ ସିକ୍ୟୁରିଟି ଉପସ୍ଥିତ ରହିବେ । ଯଦିଓ, ଏହି ସୁରକ୍ଷା ମାଗଣାରେ ଯୋଗାଇ ଦିଆଯିବ ନାହିଁ ଏବଂ ସୁରକ୍ଷା ସେପର୍ଯ୍ୟନ୍ତ ରହିବ ଯେପର୍ଯ୍ୟନ୍ତ କମିଟି ଏହି ଧମକକୁ ପୁନର୍ବାର ସମୀକ୍ଷା ନକରିଛି ।

ଏହା ମଧ୍ୟ ପଢନ୍ତୁ: ସଲମାନଙ୍କୁ Yପ୍ଲସ୍ ସୁରକ୍ଷା, ଅକ୍ଷୟ ଏବଂ ଅନୁପମ ଖେରଙ୍କୁ ବି ମିଳିଲା X ସୁରକ୍ଷା

ଶାହାରୁଖ ଖାନଙ୍କୁ ମିଳିଥିଲା ମୃତ୍ୟୁ ଧମକ

ଏଠାରେ ମନେ ପକାଇଦେଉଛୁ ଯେ, ପଠାନ ଚଳଚ୍ଚିତ୍ରର ବେଶରମ ରଙ୍ଗ ଗୀତରେ ଅଯୋଧ୍ୟାର ଜଣେ ସାଧୁ ପରମହଂସ ଆଚାର୍ଯ୍ୟ ଶାହାରୁଖ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ଏହା ବ୍ୟତୀତ ଅଗଷ୍ଟରେ ମନ୍ନତର ସୁରକ୍ଷା କିଛି ବୃଦ୍ଧି ପାଇଥିଲା, ଯେତେବେଳେ ଅନ୍‌ଲାଇନ୍ ଗେମିଂକୁ ପ୍ରୋତ୍ସାହିତ କରୁଥିବା କଳାକାରଙ୍କ ଉପରେ ବିବାଦ ଦେଖାଦେଇଥିଲା । ଏହା ବ୍ୟତୀତ ଆର୍ଯ୍ୟନ୍ ଖାନଙ୍କ କ୍ରୁଜ୍ ଡ୍ରଗ୍ସ ମାମଲାରେ ଶାହାରୁଖ ମଧ୍ୟ ଚର୍ଚ୍ଚାରେ ଥିଲେ । ଆମେ ଆପଣଙ୍କୁ କହି ରଖୁଛୁ ଯେ 2010 ମସିହା ପୂର୍ବରୁ, ଫିଲ୍ମ ମାଇଁ ନେମ୍‌ ଇଜ୍‌ ଖାନ ସମୟରେ ବିବାଦ ଦେଖାଦେଇଥିଲା ଏବଂ ସେହି ସମୟରେ ବି ଶାହରୁଖ ଖାନଙ୍କୁ ସୁରକ୍ଷା ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ ଲରେନ୍ସ ବିଷ୍ଣୋଇଙ୍କ ଧମକ ପରେ ସୁପରଷ୍ଟାର ସଲମାନ ଖାନଙ୍କୁ Y ପ୍ଲସ ସୁରକ୍ଷା ମଧ୍ୟ ଦିଆଯାଇଥିଲା ।

ABOUT THE AUTHOR

...view details