ଓଡିଶା

odisha

By

Published : Apr 25, 2023, 12:02 PM IST

Updated : Apr 25, 2023, 12:32 PM IST

ETV Bharat / entertainment

ଜବାନ ପରେ ଡଙ୍କି ଉପରେ ଫୋକସ, ଫିଲ୍ମ ସୁଟିଂ ପାଇଁ କାଶ୍ମୀର ପହଞ୍ଚିଲେ କିଙ୍ଗ୍‌ଖାନ

ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ତାଙ୍କ ଆଗାମୀ ଫିଲ୍ମ ଡଙ୍କି ସୁଟିଂ ପାଇଁ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ କାଶ୍ମୀରରେ ପହଞ୍ଚିଛନ୍ତି । ସେଟରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଯାହାର ଭିଡିଓ ଏବେ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଫିଲ୍ମ ଡଙ୍କି ସୁଟିଂ ପାଇଁ କାଶ୍ମୀର ପହଞ୍ଚିଲେ କିଙ୍ଗଖାନ, ଫ୍ୟାନ୍ସ କଲେ ଭବ୍ୟ ସ୍ବାଗତ
ଫିଲ୍ମ ଡଙ୍କି ସୁଟିଂ ପାଇଁ କାଶ୍ମୀର ପହଞ୍ଚିଲେ କିଙ୍ଗଖାନ, ଫ୍ୟାନ୍ସ କଲେ ଭବ୍ୟ ସ୍ବାଗତ

ଜବାନ ପରେ ଡଙ୍କି ଉପରେ ଫୋକସ, ଫିଲ୍ମ ସୁଟିଂ ପାଇଁ କାଶ୍ମୀର ପହଞ୍ଚିଲେ କିଙ୍ଗ୍‌ଖାନ

ହାଇଦ୍ରାବାଦ:ପଠାନ ତାରକା ଶାହାରୁଖ ଖାନ ତାଙ୍କର ଆଗାମୀ ଫିଲ୍ମ ଡଙ୍କିର ସୁଟିଂ ପାଇଁ କାଶ୍ମୀରରେ ଅଛନ୍ତି । ଏହି ସ୍ଥାନ ସହ ଶାହାରୁଖଙ୍କ ଏକ ବିଶେଷ ସମୟ ବିତାଇଥିବାରୁ କାଶ୍ମୀରରେ ସୁପରଷ୍ଟାରଙ୍କୁ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ । 11 ବର୍ଷର ବ୍ୟବଧାନ ପରେ ସେ କାଶ୍ମୀର ଆସିଥିବାରୁ କିଙ୍ଗଖାନଙ୍କୁ ଫ୍ୟାନ୍ସ ଭବ୍ୟ ସ୍ବାଗତ କରିଥିଲେ । ବର୍ତ୍ତମାନ ସୁପରଷ୍ଟାରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହୋବାରେ ଲାଗିଛି ।

ଭାଇରାଲ ଭିଡିଓରେ କିଙ୍ଗ୍‌ ଖାନଙ୍କୁ ସୋନମର୍ଗ ହୋଟେଲରେ ସୁନ୍ଦର ଶୈଳୀରେ ଅଭିବାଦନ କରାଯାଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ଶାହାରୁଖଙ୍କୁ ବ୍ଲାକ୍‌ ଆଉଟଫିଟ୍‌ରେ ନଜର ଆସିଥିଲେ । ତାଙ୍କର ଏକ କର୍ମଚାରୀ ଏକ ସୁନ୍ଦର ଫୁଲତୋଡ଼ା ଧରିଥିବା ଦେଖା ଯାଇଛି । ଏଥିସହ ଏହି ଅଭିନେତା ତାଙ୍କ ମ୍ୟାନେଜର ପୂଜା ଦଦଲାନୀଙ୍କ ସହ ନଜର ଆସିଛନ୍ତି । ଶାହାରୁଖ କାଶ୍ମୀରରେ ରାଜକୁମାର ହିରାନୀଙ୍କ ଫିଲ୍ମ ଡଙ୍କିର ସୁଟିଂ କରିବେ । ଏହି ଫିଲ୍ମରେ ଅଭିନେତ୍ରୀ ତାପସୀ ପନ୍ନୁ ଶାହାରୁଖଙ୍କ ବିପକ୍ଷରେ ନଜର ଆସିବେ ।

ଶାହାରୁଖ ଏହି ସମୟରେ ଏହି ସ୍ଥାନର ଏକ ବିଶେଷ ସ୍ମୃତିକୁ ମନେ ପକାଇ କହିଛନ୍ତି ଯେ ସେ ପ୍ରାୟ 11 ବର୍ଷ ପୂର୍ବେ କାଶ୍ମୀରରେ ତାଙ୍କ ଫିଲ୍ମ ଜବ୍ ତକ୍ ହେ ଜାନର ସୁଟିଂ ଏଠାକୁ ଆସିଥିଲେ । ଯାହାକି ନିର୍ଦ୍ଦେଶକ ୟଶ ଚୋପ୍ରାଙ୍କ ଶେଷ ସିନେମା ଥିଲା । ଏହାପରେ କାଶ୍ମୀର ଗସ୍ତ ଏକ ଦଶନ୍ଧିରୁ ଅଧିକ ସମୟ ପରେ ସେ ପୁଣି ଏଠାକୁ ଆସିଛି । ତେବେ ଶାହାରୁଖଙ୍କ କାଶ୍ମୀର ଗସ୍ତର ଏହି ଭିଡିଓ ଏବେ ଭାଇରାଲ ହେଉଛି । ଯାହାକୁ ଫ୍ୟାନ୍ସ ଲାଇକ୍‌ କରିବା ସହ କମେଣ୍ଟ ବର୍ଷା କରିଛନ୍ତି । ଫ୍ୟାନ୍ସମାନେ ତାଙ୍କ ପ୍ରିୟ ଅଭିନେତାଙ୍କ ପାଇଁ ଭଲପାଇବା ଦେଖାଇ ଫାୟାର ଏବଂ ଲାଲ୍ ହାର୍ଟ ଇମୋଜି ସେୟାର କରିଛନ୍ତି । ଏଥିସହ ଫିଲ୍ମ ଡଙ୍କି ପାଇଁ ଶୁଭକାମନା ଜଣାଇଛନ୍ତି ।

ସୂଚନା ଥାଉ କି, ନିକଟରେ ରିଲିଜ କରିଥିବା 'ପଠାନ' ଫିଲ୍ମ ବେଶ ଲୋକପ୍ରିୟତା ହାସଲ କରିବା ସହ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଥିଲା । ଫିଲ୍ମ ପଠାନରେ ବଲିଉଡ ମସ୍ତାନୀ ଦୀପିକା ପାଦୁକୋନ ଶାହାରୁଖଙ୍କ ବିପକ୍ଷରେ ନଜର ଆସିଥିଲେ । ଫିଲ୍ମ ପଠାନ ସହ ଶାହାରୁଖ 4 ବର୍ଷ ପରେ ବଡ଼ ପରଦାକୁ ଫେରିଥିଲେ । ଯାହା ବକ୍ସ ଅଫିସରେ ହିଟ୍ ହୋଇଥିଲା । ତେବେ ପଠାନର ସଫଳତା ପରେ ପ୍ରଶଂସକମାନେ ତାଙ୍କୁ ଅଟଲିଙ୍କ ଜବାନ୍ ଏବଂ ରାଜକୁମାର ହିରାନୀଙ୍କ ଡଙ୍କିରେ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଉଭୟ ନିର୍ଦ୍ଦେଶକଙ୍କ ସହ ଶାହାରୁଖଙ୍କ ଏହା ପ୍ରଥମ ଫିଲ୍ମ ଅଟେ ।

Last Updated : Apr 25, 2023, 12:32 PM IST

ABOUT THE AUTHOR

...view details