ଓଡିଶା

odisha

ETV Bharat / entertainment

ବିମାନବନ୍ଦରରେ ଶାହାରୁଖଙ୍କୁ ଅଟକ ରଖିଲା କଷ୍ଟମ ବିିଭାଗ, ଭରିଲେ ୭ ଲକ୍ଷ ଟଙ୍କାର ଜୋରିମାନା - ହାତଘଣ୍ଟା ପାଇଁ ଜରିମାନା

ଅଭିନେତା ଶାହାରୁଖ ଖାନକୁ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିିଭାଗ ଅଟକ ରଖିଥିଲା । ଏହି ଯାଞ୍ଚ ବେଳେ ୧୮ ଲକ୍ଷ ଟଙ୍କାର ଏକ ହାତଘଣ୍ଟା ଓ କିଛି କଭର ମିଳିଥିଲା । ଅଧିକ ପଢନ୍ତୁ

ବିମାନବନ୍ଦରରେ ଶାହାରୁଖଙ୍କୁ ଅଟକ ରଖିଲା କଷ୍ଟମ ବିିଭାଗ, ଭରିଲେ ୭ ଲକ୍ଷ ଟଙ୍କାର ଜୋରିମାନା
ବିମାନବନ୍ଦରରେ ଶାହାରୁଖଙ୍କୁ ଅଟକ ରଖିଲା କଷ୍ଟମ ବିିଭାଗ, ଭରିଲେ ୭ ଲକ୍ଷ ଟଙ୍କାର ଜୋରିମାନା

By

Published : Nov 12, 2022, 5:20 PM IST

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ବିଷୟରେ ପୁଣି ଥରେ ଆଶ୍ଚର୍ଯ୍ୟଜନକ ଖବର ଆସୁଛି । ଶାହରୁଖ ଖାନ ଏବଂ ତାଙ୍କ ଟିମ୍‌କୁ ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିିଭାଗ ଅଟକ ରଖିଥିଲା । ପ୍ରାୟ ଏକ ଘଣ୍ଟା ପଚରାଉଚରା ପରେ ଶାହରୁଖ ଖାନ ଏବଂ ତାଙ୍କ ମ୍ୟାନେଜର ପୂଜା ଦଦଲାନି ବିମାନବନ୍ଦରରୁ ବାହାରିଥିବାର ନଜର ଆସିଥିଲେ । କିନ୍ତୁ କିଙ୍ଗ ଖାନଙ୍କ ବଡିଗାର୍ଡ ରବି ଏବଂ ଟିମ୍‌କୁ କଷ୍ଟମ ବିଭାଗ ଅଟକ ରଖିଥିଲେ । ଖବର ଅନୁଯାୟୀ, ଭାରତକୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଘଣ୍ଟା ଆଣିବା, ତାଙ୍କ ବ୍ୟାଗରେ ଦାମୀ ଘଣ୍ଟାର ଖାଲି ବାକ୍ସ ମିଳିବା ଏବଂ ଏହାର ଘୋଷଣା କରି ନଥିବାରୁୁ ଶାହାରୁଖ ଖାନଙ୍କୁ ପଚରାଉଚରା କରାଯାଇଥିଲା ।

ପୂରା ମାମଲା କ’ଣ

ଶାହରୁଖ ଖାନ ତାଙ୍କ ଟିମ୍ ସହିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରାଇଭେଟ ଚାର୍ଟର୍ VTR - SG ରେ ଦୁବାଇ ଯାଇଥିଲେ । ଏହି ବ୍ୟକ୍ତିଗତ ଚାର୍ଟର୍ ଫ୍ଲାଇଟ୍ ରେ ଗତ ରାତି 12:30 ରେ ମୁମ୍ବାଇ ଫେରିଥିଲେ । ରେଡ ଚ୍ୟାନେଲ ଅତିକ୍ରମ କରୁଥିବାବେଳେ କଷ୍ଟମ୍ସ ଅଧିକାରୀ ଶାହରୁଖ ଖାନ ଏବଂ ତାଙ୍କ ଟିମ୍‌ର ବ୍ୟାଗରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଘଣ୍ଟା ପାଇଥିଲେ । ଏହା ପରେ କଷ୍ଟମ୍ ସମସ୍ତଙ୍କୁ ଅଟକାଇଲା ଏବଂ ବ୍ୟାଗ୍ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ବ୍ୟାଗରେ ଅନେକ ଦାମୀ ଘଣ୍ଟା BUBEN & ZORWEG ଘଣ୍ଟା, 6 ଟି ବାକ୍ସ ରୋଲକ୍ସ ୱାଚ୍, ସ୍ପିରିଟ୍-8 ବ୍ରାଣ୍ଡ ୱାଚ୍ (ପ୍ରାୟ 8 ଲକ୍ଷ ଟଙ୍କା), ଆପଲ୍ ସିରିଜ୍ ଘଣ୍ଟା ଦେଖିବାକୁ ମିଳିଥିଲା ​​। ଏହା ସହିତ ଘଣ୍ଟାର ଖାଲି ବକ୍ସ ମଧ୍ୟ ମିଳିଥିଲା । କଷ୍ଟମ ବିଭାଗ ଜାଣିବାକୁ ପାଇଥିଲା କି ଏହି ଘଣ୍ଟାର କଷ୍ଟମ ଡ୍ୟୁଟି ଡିପୋଜିଟ୍ ହୋଇନାହିଁ ।

ଏହା ବି ପଢନ୍ତୁ: ୟୁଏଇରେ ଶାହାରୁଖ ଖାନ୍‌ଙ୍କୁ ମିଳିଲା ଗ୍ଲୋବାଲ ଆଇକନ୍‌ ଆଓ୍ବାର୍ଡ

କଷ୍ଟମ୍ସ ଏହି ଘଣ୍ଟାଗୁଡିକର ମୂଲ୍ୟାଙ୍କନ କଲା, ତା’ପରେ ସେମାନଙ୍କ ଉପରେ 17 ଲକ୍ଷ 56 ହଜାର 5ଶହର କଷ୍ଟମ୍ ଡ୍ୟୁଟି କରାଯାଇଥିଲା । ଏହା ପରେ କୋଟି କୋଟି ଟଙ୍କାର ଏହି ଘଣ୍ଟା ଉପରେ ଲକ୍ଷ ଲକ୍ଷ ଟଙ୍କା ଟ୍ୟାକ୍ସ ଦେବାକୁ କୁହାଯାଇଥିଲା । ଏକ ଘଣ୍ଟା ଧରି ଚାଲିଥିବା ପ୍ରକ୍ରିୟା ପରେ ଶାହାରୁଖ ଏବଂ ପୂଜା ଦଦଲାନୀଙ୍କୁ ବିମାନ ବନ୍ଦର ଛାଡିବାକୁ ଅନୁମତି ଦିଆଯାଇଥିଲା, କିନ୍ତୁ ଶାହାରୁଖ ଖାନଙ୍କ ବଡିଗାର୍ଡ ରବି ଏବଂ ଟିମ୍‌ର ସଦସ୍ୟଙ୍କୁ ଅଟକାଇ ଦିଆଯାଇଥିଲା । ଅନ୍ୟପକ୍ଷରେ ଶାହାରୁଖ ଖାନଙ୍କ ଟିମ୍‌ କହିଛି ଯେ ସମସ୍ତ ଘଣ୍ଟା ଏବଂ ବାକ୍ସର ମୂଲ୍ୟ ପ୍ରାୟ 18 ଲକ୍ଷ ଟଙ୍କା । ବିଲ୍ ଯାଞ୍ଚ କରିବା ପରେ ଶାହାରୁଖଙ୍କ ଉପରେ ୬.୮୩ ଲକ୍ଷ ଟଙ୍କାର ଜୋରିମାନା ରାଶି ଲଗାଇଥିଲା କଷ୍ଟମ ବିଭାଗ । ଏହି ଜୋରିମାନା ଡିପୋଜିଟ କରିବା ପରେ ଶାହାରୁଖ ଓ ତାଙ୍କ ଟିମକୁ କଷ୍ଟମ ବିଭାଗ ଛାଡି ଦେଇଥିଲା ।

SRKଙ୍କ ବଡିଗାର୍ଡ ଭରିଲେ କଷ୍ଟମ୍ ଡ୍ୟୁଟି

ଶାହରୁଖ ଖାନଙ୍କ ବଡିଗାର୍ଡ ରବି 6 ଲକ୍ଷ 83 ହଜାର ଟଙ୍କାର କଷ୍ଟମ୍‌ ଡ୍ୟୁଟି ଦେଇଛନ୍ତି । ଯାହାର ବିଲ୍ ଶାହାରୁଖ ଖାନଙ୍କ ବଡିଗାର୍ଡ ରବିଙ୍କ ନାମରେ ତିଆରି ହୋଇଛି । ତେବେ ସୂଚନାନୁସାରେ, ଏହି ଟଙ୍କା ଶାହାରୁଖ ଖାନଙ୍କ କ୍ରେଡିଟ କାର୍ଡରୁ ଦିଆଯାଇଛି । କଷ୍ଟମ୍ସର ଆସିଷ୍ଟାଣ୍ଟ କମିଶନର ପଗୁଲ୍ ଏବଂ ଯୁଧିଷ୍ଠିର ଯାଦବ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହା ପରେ ଶାହାରୁଖ ଖାନଙ୍କ ବଡିଗାର୍ଡ ରବିଙ୍କୁ ସକାଳ 8 ଟାରେ ଛାଡି ଦିଆଯାଇଥିଲା ।

ABOUT THE AUTHOR

...view details