ହାଇଦ୍ରାବାଦ:ବନ୍ଧୁତ୍ୱ ଦିବସର ଗୋଟିଏ ଦିନ ପରେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ସୋସିଆଲ ମିଡିଆରେ ତାଙ୍କ ସାଙ୍ଗମାନଙ୍କ ସହ ଅନେକ ଫଟୋ ସେୟାର କରିଛନ୍ତି । 10ବର୍ଷ ପୁରୁଣା ଫଟୋ ସହ ବର୍ତ୍ତମାନର ଫଟୋ ମିଶାଇ ସେୟାର କରି ସେହି ପୁରୁଣା ସ୍ମୃତିକୁ ତାଜା କରିଛନ୍ତି ସାରା । ପୁରୁଣା ଫଟୋ ଗୁଡିକରେ ସାରାଙ୍କୁ ଚିହ୍ନିବା କଷ୍ଟକର । ତେବେ ଏହି ଫଟୋ ସେୟାର ହେବା ପରେ ଫ୍ୟାନ୍ସ ଏହାକୁ ଲାଇକ୍ କରିବା ସହ କମେଣ୍ଟ ବର୍ଷା କରିଛନ୍ତି ।
ସାରା ଇନ୍ଷ୍ଟାଗ୍ରାମରେ ତାଙ୍କ ସାଙ୍ଗମାନଙ୍କ ସହ ଫଟୋ ସେୟାର କରିଛନ୍ତି । ସାରା 10ବର୍ଷର ପୁରୁଣା ଫଟୋ ସହ ବର୍ତ୍ତମାନର ଫଟୋ ସେୟାର କରିଛନ୍ତି । ତେବେ ବର୍ତ୍ତମାନର ଫଟୋଗୁଡିକ ଠିକ୍ 10 ବର୍ଷ ପୂର୍ବେ ସାଙ୍ଗମାନଙ୍କ ସହ ନେଇଥିବା ଫଟୋ ପୋଜ୍ ସହ ମେଳ ଖାଉଛି । ଫଟୋ ସେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି, "ଏକ ଦଶନ୍ଧି ପରେ ବି ଭଲପାଇବା, ମଜା , ହସଖୁସି, ଯୁକ୍ତିତର୍କ, ଝଗଡା ସବୁ ସମାନ ରହିଛି । କିଛି ଜିନିଷ କେବେ ବି ବଦଳେ ନାହିଁ ।" ଏହା ଲେଖିବା ସହ ଲାଲ୍ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି । ଫଟୋ ସେୟାର ହେବା ମାତ୍ରେ ଅଭିନେତ୍ରୀଙ୍କ ପ୍ରଶଂସକ ଏବଂ ଇଣ୍ଡଷ୍ଟ୍ରି ସାଙ୍ଗମାନେ ଏହାକୁ ଲାଇକ୍ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଅନେକ ଏଥିରେ ଲାଲ ହାର୍ଟ ଏବଂ ଫାୟାର ଇମୋଜି ଦେଇଛନ୍ତି । ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଜଣେ ପ୍ରଶଂସକ ଲେଖିଛନ୍ତି, ଏହା ବହୁତ ସୁନ୍ଦର ।