ଓଡିଶା

odisha

By ETV Bharat Odisha Team

Published : Nov 22, 2023, 6:14 PM IST

ETV Bharat / entertainment

ଏବେବି ମନରେ କାର୍ତ୍ତିକ ! ଏପରି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସାରା

କାର୍ତ୍ତିକ ଆର୍ଯ୍ୟନଙ୍କ ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ । ଏହାରି ମଧ୍ୟରେ ବର୍ତ୍ତମାନ ସାରା ଅଲି ଖାନ କାର୍ତ୍ତିକଙ୍କୁ ତାଙ୍କ ଜନ୍ମଦିନରେ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ଏକ୍ସ ବୟଫ୍ରେଣ୍ଡ କାର୍ତ୍ତିକ ଆର୍ଯ୍ୟନଙ୍କୁ ଏପରି ବର୍ଥ ଡେ ୱିସ କଲେ ସାରା
ଏକ୍ସ ବୟଫ୍ରେଣ୍ଡ କାର୍ତ୍ତିକ ଆର୍ଯ୍ୟନଙ୍କୁ ଏପରି ବର୍ଥ ଡେ ୱିସ କଲେ ସାରା

ହାଇଦ୍ରାବାଦ:କାର୍ତ୍ତିକ ଆର୍ଯ୍ୟନଙ୍କ ଆଜି ୩୩ତମ ଜନ୍ମଦିନ । ଏହି ଅବସରରେ ଅଭିନେତା ମଧ୍ୟ ରାତ୍ରରେ ନିଜ ପୋଷା କୁକୁର ସହ ଜନ୍ମଦିନ ସେଲିବ୍ରେଟ କରିଥିଲେ । ଯାହାର ଫଟୋ ସେୟାର କରିବା ମାତ୍ରେ ଅଭିନେତାଙ୍କୁ ଫ୍ୟାନ୍ସଙ୍କ ସମେତ ସେଲିବ୍ରିଟିଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହାରି ମଧ୍ୟରେ କାର୍ତ୍ତିକଙ୍କ ପୂର୍ବତନ ପ୍ରେମିକା ସାରା ଅଲି ଖାନ ତାଙ୍କୁ ଖାସ୍ ଅନ୍ଦାଜରେ ବର୍ଥ ଡେ ୱିସ କରିଛନ୍ତି ।

ସାରା ଅଲି ଖାନ ତାଙ୍କ ଏକ୍ସ ବୟଫ୍ରେଣ୍ଡ କାର୍ତ୍ତିକ ଆର୍ଯ୍ୟନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଇନଷ୍ଟାଗ୍ରାମ ଷ୍ଟୋରୀରେ ସାରା କାର୍ତ୍ତିକଙ୍କ ସହ ଦୁଇଟି ଥ୍ରୋବ୍ୟାକ୍ ଫଟୋ କୋଲାଜ କରି ସେୟାର କରିଛନ୍ତି । ଏବଂ କ୍ୟାପସନରେ ଶୁଭ ଜନ୍ମଦିନ କାର୍ତ୍ତିକ ଲେଖିଛନ୍ତି । ଏହି ଫଟୋ ଗୁଡିକରେ କାର୍ତ୍ତିକ ଏବଂ ସାରା ବସିଥିବାର ନଜର ଆସିଛନ୍ତି । ସେପଟେ ଆୟୁଷ୍ମାନ ଖୁରାନା, ଟାଇଗର ଶ୍ରଫ ଏବଂ ମନୀଷ ମଲହୋତ୍ରାଙ୍କ ସମେତ ଅନେକ ସେଲିବ୍ରିଟି ମଧ୍ୟ କାର୍ତ୍ତିକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

କାର୍ତ୍ତିକ ଆର୍ଯ୍ୟନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସାରା ଅଲି ଖାନ

ସୂଚନା ଥାଉ କି, ନିକଟରେ କଫି ୱିଥ୍ କରଣ ସିଜନ ୮ରେ ସାରା ଅଲି ଖାନ୍ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ । ଏହି ସମୟରେ କରଣ କାର୍ତ୍ତିକ ଆର୍ଯ୍ୟନଙ୍କ ବିଷୟରେ ମଧ୍ୟ ପଚାରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଏକ ସମୟରେ ସାରା ଏବଂ ଅନନ୍ୟା ସମାନ ବ୍ୟକ୍ତିଙ୍କୁ ଡେଟ କରିଥିଲେ । ଉଭୟ ପରୋକ୍ଷରେ କାର୍ତ୍ତିକଙ୍କୁ ଡେଟ କରୁଥିବା ସ୍ବୀକାର କରିଥିଲେ । ସାରା କାର୍ତ୍ତିକଙ୍କ ସହ ବ୍ରେକଅପ ପରେ ବନ୍ଧୁତା ବଜାୟ ରଖିବା ଉପରେ କହିଥିଲେ ଯେ, ଏହା ସହଜ ନଥିଲା । କିନ୍ତୁ ସବୁଥିରୁ ଆଗକୁ ବଢିବାକୁ ବଢିବ ।

ସେପଟେ ଏନେଇ କାର୍ତ୍ତିକ ଆର୍ଯ୍ୟନ ଏକ ସାକ୍ଷାତକାରରେ ଅନନ୍ୟା ଏବଂ ସାରାଙ୍କ ଏଭଳି ଖୁଲାସାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ, ସମ୍ପର୍କକୁ ସମ୍ମାନ ଦେବା ଉଚିତ । ଯଦି ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଥାଏ ତେବେ ଅନ୍ୟ ବ୍ୟକ୍ତି ମଧ୍ୟ ସେହି କଥା କହିବା ଉଚିତ୍ ନୁହେଁ । ଆମେ ସମସ୍ତେ ଆମର ସମ୍ପର୍କକୁ ସମ୍ମାନ ଦେବା ଉଚିତ୍ । ମୁଁ ମୋ ସାଥୀଙ୍କ ଠାରୁ ମଧ୍ୟ ସମାନ ଆଶା କରେ ।

ଏହା ମଧ୍ୟ ପଢନ୍ତୁ:କାର୍ତ୍ତିକଙ୍କ ସହ ବ୍ରେକଅପ୍‌ ନେଇ ସାରାଙ୍କ ପ୍ରତିକ୍ରିୟା, କହିଲେ 'ଏହା ସହଜ ନଥିଲା'

ସୂଚନା ଥାଉ କି, ଲଭ୍ ଆଜ କଲ୍ ଫିଲ୍ମ କରୁଥିବା ସମୟରେ କାର୍ତ୍ତିକ ଏବଂ ସାରା ଡେଟିଂ କରୁଥିବା ଚର୍ଚ୍ଚା ହୋଇଥିଲା । ପରେ ଫିଲ୍ମ ବଡ଼ ପରଦାରେ ରିଲିଜ ହେଲା ବେଳୁ ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଯାଇଥିଲା । ଦୀର୍ଘ ଦିନ ପରେ ଉଭୟଙ୍କୁ ନିକଟରେ ଗଦର-2ର ସଫଳତା ପାର୍ଟିରେ ଦେଖିବାକୁ ମିଳିଥିଲା । ଏହି ସମୟରେ ଉଭୟ ହଗ୍ କରୁଥିବାର ନଜର ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏଥିରୁ ଅନୁମାନ କରାଯାଇଥିଲା ଯେ, ଉଭୟ ଅଲଗା ହେବା ପରେ ବି ଉଭୟ ଭଲ ବନ୍ଧୁ ଅଟନ୍ତି । ପରେ କାର୍ତ୍ତିକ ଅନନ୍ୟାଙ୍କୁ ମଧ୍ୟ ଡେଟ କରିଥିଲେ ।

ABOUT THE AUTHOR

...view details