ହାଇଦ୍ରାବାଦ:ଅଭିନେତ୍ରୀ ସନା ଖାନ 2020ରେ ମନୋରଞ୍ଜନ ଇଣ୍ଡଷ୍ଟ୍ରି ଛାଡିବା ପରେ ବ୍ୟବସାୟୀ ମୌଲାନା ଅନସ ସୟିଦଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସନା ପ୍ରଥମ ଥର ପାଇଁ ମାଆ ହୋଇଛନ୍ତି । ଜୁଲାଇ 5ରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ସୋସିଆଲ ମିଡିଆରେ ଏକ ସୁନ୍ଦର ଭିଡିଓ ସେୟାର କରି ଏହି ଦମ୍ପତି ପିତାମାତା ହେବାର ଖୁସି ଖବର ସେୟାର କରିଛନ୍ତି । ବର୍ତ୍ତମାନ ଏହି ଦମ୍ପତି ନିଜ ସନ୍ତାନର ନାମ ପ୍ରକାଶ କରିଛନ୍ତି । ଏହାସହିତ ସେ ଏହି ନାମର ଅର୍ଥ ମଧ୍ୟ କହିଛନ୍ତି ।
ସନା ଖାନଙ୍କ ସନ୍ତାନର ନାମ କ’ଣ ?
ସନା ଖାନ ଏବଂ ଅନସ ସେମାନଙ୍କର ପ୍ରଥମ ସନ୍ତାନର ନାମ 'ସୟିଦ ତାରିକ୍ ଜାମିଲ' ରଖିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସନା ଏହା ସ୍ପଷ୍ଟ କରିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କ ଉପରେ ଏହି ନାମର ବହୁତ ପ୍ରଭାବ ପଡିଥାଏ । ତେଣୁ ଆମେ ଏପରି ଏକ ନାମ ଚାହୁଁଥିଲୁ ଯାହା ପବିତ୍ରତା, ଭଦ୍ରତା, ଯତ୍ନ ଏବଂ ସଚ୍ଚୋଟତାକୁ ବୁଝାଇବ । ଜାମିଲର ଅର୍ଥ ହେଉଛି ସୌନ୍ଦର୍ଯ୍ୟ ଏବଂ ତାରିକ୍ ଅର୍ଥ ସୁଖ ବା ଖୁସି ।
ମାଆ ହେବା ବିଷୟରେ କଥାବାର୍ତ୍ତା କରି ସାନା କହିଥିଲେ, ମାଆ ହେବା ଦୁନିଆର ସବୁଠାରୁ ଭଲ ଭାବନା ମଧ୍ୟରୁ ଗୋଟିଏ । ଏହା ହେଉଛି ଆଜୀବନ ଦାୟିତ୍ବ । ତୁମ ଶିଶୁର ଜୀବନରେ ଘଟୁଥିବା ସମସ୍ତ ଭଲ ବା ଖରାପ ପାଇଁ ତୁମେ ଦାୟୀ । ଜଣେ ମହିଳା ଏହି ସମୟ ମଧ୍ୟରେ ଅନେକ ପରିବର୍ତ୍ତନ ଦେଇ ଗତି କରନ୍ତି । ଯେତେବେଳେ ତୁମର ଶିଶୁ କାନ୍ଦେ, ତୁମେ ତାହା ଅନୁଭବ କର । ସେ ଏତେ ଛୋଟ ଯେ ଆମେ କିପରି ତାକୁ ଧରିବା ଜାଣୁ ନାହିଁ । ତେଣୁ ବର୍ତ୍ତମାନ ପାଇଁ ମୋ ଶାଶୁ ତାଙ୍କ ଡାଏପର ବଦଳାଉଛନ୍ତି ।"