ଓଡିଶା

odisha

ETV Bharat / entertainment

କାମରେ ଆସିଲାନି ବିଗ୍ ବଜେଟ କି ନେମ୍ ଫେମ୍, ଏ ବର୍ଷ ସୁପର୍ ଫ୍ଲପ୍ ହେଲା ଏହି ଫିଲ୍ମ - rajkumar rao

ଚଳିତ ବର୍ଷ ଅନେକ ସୁପରଷ୍ଟାରଙ୍କ ଫିଲ୍ମ ରିଲିଜ ହୋଇଛି । ଏହି ଫିଲ୍ମଗୁଡିକ ବିଗ୍ ବଜେଟରେ ବି ନିର୍ମିତ ହୋଇଛି । ହେଲେ ନା କାମରେ ଆସିଲା ବିଗ ବଜେଟ ନା କାମରେ ଆସିଲା ନାମୀଦାମୀ ଚେହେରା । ଫ୍ଲପ୍ ହେଲା ଫିଲ୍ମ । କେଉଁ ଅଭିନେତାଙ୍କ ଫିଲ୍ମ ଫ୍ଲପ୍ ହୋଇଛି ? ନଜର ପକାନ୍ତୁ

କାମରେ ଆସିଲାନି ବିଗ୍ ବଜେଟ କି ନେମ୍ ଫେମ୍, ଏହି ବର୍ଷ ଏହି ଫିଲ୍ମ ଗୁଡିକ ହେଲା ସୁପର୍ ଫ୍ଲପ୍
କାମରେ ଆସିଲାନି ବିଗ୍ ବଜେଟ କି ନେମ୍ ଫେମ୍, ଏହି ବର୍ଷ ଏହି ଫିଲ୍ମ ଗୁଡିକ ହେଲା ସୁପର୍ ଫ୍ଲପ୍

By ETV Bharat Odisha Team

Published : Sep 1, 2023, 7:55 PM IST

ହାଇଦ୍ରାବାଦ: ଚଳିତ ବର୍ଷ ସଲମାନ ଖାନ, ପ୍ରଭାସଙ୍କ ଭଳି ଅନେକ ସୁପରଷ୍ଟାରଙ୍କ ଫିଲ୍ମ ରିଲିଜ ହୋଇଛି । ଏହି ଫିଲ୍ମଗୁଡିକ ବିଗ୍ ବଜେଟରେ ବି ନିର୍ମିତ ହୋଇଛି । ସଲମାନ ଖାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ, ପ୍ରଭାସଙ୍କ ଫିଲ୍ମ ଆଦିପୁରୁଷ, କାର୍ତ୍ତିକ ଆର୍ଯ୍ୟନଙ୍କ ଶେହଜାଦା, ଅକ୍ଷୟ କୁମାରଙ୍କ ସେଲ୍‌ଫି ଭଳି ଅନେକ ଫିଲ୍ମ ବକ୍ସ ଅଫିସରେ ରିଲିଜ କରିଥିଲା । ହେଲେ ଏହି ଫିଲ୍ମଗୁଡିକ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛି । ହାଇ ବଜେଟ୍‌ ସହ ନାମୀଦାମୀ ତାରକା ହେବା ସତ୍ତ୍ବେ ଫିଲ୍ମଗୁଡିକ ସୁପର୍ ଫ୍ଲପ୍ ପ୍ରମାଣିତ ହୋଇଛି ।

ଓମ ରାଉତ୍‌ଙ୍କ ନିର୍ଦ୍ଦେଶିତ ଆଦିପୁରୁଷ ଚଳଚ୍ଚିତ୍ର ରାମାୟଣ ଉପରେ ଆଧାରିତ ଥିଲା । ଏହି ଚଳଚ୍ଚିତ୍ରର ବଜେଟ୍ ପ୍ରାୟ 700 କୋଟି ଥିଲା । ପ୍ରଭାସ କ୍ରିତି ସାନନଙ୍କ ସହ ସୈଫ ଅଲି ଖାନ ଭଳି ଷ୍ଟାର ଏହି ଫିଲ୍ମରେ ଅଭିନୟ କରିଥିଲେ । ଏହି ଫିଲ୍ମ 16 ଜୁନ୍‌ରେ ବଡ଼ ପରଦାରେ ମୁକ୍ତିଲାଭ କରିଥିଲା । ପ୍ରଥମ ଦିନରେ ଫିଲ୍ମଟି 86.75 କୋଟି ରୋଜଗାର କରିଥିଲା ​। ପରେ ବିବାଦୀୟ ସଂଳାପ ଏବଂ ଖରାପ VFX ଯୋଗୁଁ ଚଳଚ୍ଚିତ୍ରକୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଲା। ଏହି ଫିଲ୍ମ ବକ୍ସ ଅଫିସରେ ମାତ୍ର 300 କୋଟି ରୋଜଗାର କରିବାରେ ସକ୍ଷମ ହୋଇଥିଲା । ଯାହା ଏକପ୍ରକାର ଫ୍ଲପ୍ ବୋଲି ପ୍ରମାଣିତ ହେଲା । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ତାମିଲ, ମାଲାୟାଲମ୍, ତେଲୁଗୁ, ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାରେ OTT ପ୍ଲାଟଫର୍ମରେ ରିଲିଜ ହୋଇଛି ।

ସେହିପରି 'କିସି କା ଭାଇ କିସି କି ଜାନ୍‌' ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ଭୀରମର ରିମେକ୍ ଅଟେ । ସଲମାନ ଖାନଙ୍କ ଏହି ଫିଲ୍ମ 21 ଏପ୍ରିଲରେ ଇଦ୍ ଅବସରରେ ରିଲିଜ କରିଥିଲା । ସଲମାନ ଖାନ, ପୂଜା ହେଗଡେ, ଭୂମିକା ଚାୱଲା, ଭେଙ୍କଟେଶ ଭଳି ତାରକା ଏହି ଫିଲ୍ମରେ କାମ କରିଥିଲେ । ସଲମାନ ଖାନଙ୍କ ଏହି ଆକ୍ସନ୍ ଫିଲ୍ମର ପୁରା ବଜେଟ୍ 132.5 କୋଟିର ଥିଲା । ଏହି ଫିଲ୍ମ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଲା । ଏବଂ ଚଳଚ୍ଚିତ୍ରର ମୋଟ ରୋଜଗାର ପ୍ରାୟ 175.25 କୋଟି ପାଖାପାଖି ରହିଥିଲା ।

ଅକ୍ଷୟ କୁମାର ଏବଂ ଇମ୍ରାନ ହାସମିଙ୍କ ଫିଲ୍ମ 'ସେଲଫି' ଚଳଚ୍ଚିତ୍ର ମଧ୍ୟ ଏଥିରେ ସାମିଲ। ଯେଉଁଥିରେ ଉଭୟ ତାରକା ଏକାଠି ନଜର ଆସିଥିଲେ । ଫେବୃଆରୀରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ପ୍ରଥମ ଦିନର ଆୟ ମାତ୍ର 2 କୋଟି ଟଙ୍କା ଥିଲା । ଏହି ଚଳଚ୍ଚିତ୍ରର ପୁରା କଲେକ୍ସନ୍ 19 କୋଟିରେ ଅଟକି ଯାଇଥିଲା । ସେହିପରି କାର୍ତ୍ତିକ ଆର୍ଯ୍ୟନଙ୍କ ଶେହଜାଦା ଚଳଚ୍ଚିତ୍ର ସାଉଥ ଚଳଚ୍ଚିତ୍ର ବୈକୁଣ୍ଠପୁର୍ମୁଲୁର ରିମେକ୍ ଥିଲା । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଲ୍ଲୁ ଅର୍ଜୁନ, ପୂଜା ହେଗଡେ ଥିଲେ। ଏବଂ ଏହାର ହିନ୍ଦୀ ରିମେକ୍ ଶେହଜାଦାରେ କାର୍ତ୍ତିକ ଆର୍ଯ୍ୟନ ଏବଂ କ୍ରିତି ସାନନ ନଜର ଆସିଥିଲେ। ହେଲେ ସାଉଥ ଫିଲ୍ମ ଭଳି ଏହାର ଯାଦୁ ଚାଲିପାରିଲା ନାହିଁ । ଶେହଜାଦା ଚଳଚ୍ଚିତ୍ର 65 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମଟି ବକ୍ସ ଅଫିସରେ ମାତ୍ର 37.8 କୋଟି ଟଙ୍କା ରୋଜଗାର କରିଥିଲା ।

ଏହା ମଧ୍ୟ ପଢନ୍ତୁ:ଦୁଇ ଦଶନ୍ଧୀରେ ବଲିଉଡ ଏହି 9 ଫିଲ୍ମ ପାର୍‌ କରିଛି 300 କୋଟି, ସବୁଠୁ ଆଗରେ କିଏ ଜାଣନ୍ତୁ

ଅନ୍ୟପଟେ ବିଶାଲ ଭରଦ୍ୱାଜଙ୍କ ପୁଅ ଆସମାନ ଭରଦ୍ୱାଜଙ୍କ ନିର୍ଦ୍ଦେଶିତ ଏବଂ ଅର୍ଜୁନ କପୁରଙ୍କ ଅଭିନୀତ ଫିଲ୍ମ 'କୁତେ' ମାତ୍ର 8 କୋଟି ଟଙ୍କା ଆୟ କରିଛି । ଚଳଚ୍ଚିତ୍ରର ପୁରା ବଜେଟ୍ ଥିଲା 50 କୋଟି । କିନ୍ତୁ ବକ୍ସ ଅଫିସରେ ଏହା କମାଲ କରି ପାରିନଥିଲା । ସେପଟେ ରାଜକୁମାର ରାଓଙ୍କ 'ଭିଡ' ମଧ୍ୟ ପରଦାରେ ଫ୍ଲପ୍ ଫିଲ୍ମ ତାଲିକାରେ ଅନ୍ତର୍ଭୁକ୍ତ । ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ, ଭୂମି ପେଡ୍‌ନେକର, ଦିଆ ମିର୍ଜା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ଭିଡ଼ କୋରୋନା ସମୟର ଭୟାନକ ଦୃଶ୍ୟ ବର୍ଣ୍ଣନା କରିଛି । ଏହି ଚଳଚ୍ଚିତ୍ରଟି ମାତ୍ର 2 କୋଟି ଟଙ୍କା ରୋଜଗାର କରିଛି ।

For All Latest Updates

ABOUT THE AUTHOR

...view details