ଓଡିଶା

odisha

ETV Bharat / entertainment

ସଲମାନଙ୍କୁ Yପ୍ଲସ୍ ସୁରକ୍ଷା, ଅକ୍ଷୟ ଏବଂ ଅନୁପମ ଖେରଙ୍କୁ ବି ମିଳିଲା X ସୁରକ୍ଷା - ସଲମାନଙ୍କୁ Yପ୍ଲସ୍ ସୁରକ୍ଷା

ସଲମାନଙ୍କୁ Yପ୍ଲସ୍ ସୁରକ୍ଷା । ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ମିଳିଲା Yପ୍ଲସ୍ ସୁରକ୍ଷା । ସଲମାନଙ୍କ ବ୍ୟତୀତ ମହାରାଷ୍ଟ୍ର ସରକାର ଅକ୍ଷୟ କୁମାର ଏବଂ ଅନୁପମ ଖେରଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରିଛନ୍ତି । ଅଧିକ ପଢନ୍ତୁ

ସଲମାନଙ୍କୁ Y+ ସୁରକ୍ଷା, ଅକ୍ଷୟ ଏବଂ ଅନୁପମ ଖେରଙ୍କୁ ବି ମିଳିଲା X ସୁରକ୍ଷା
ସଲମାନଙ୍କୁ Y+ ସୁରକ୍ଷା, ଅକ୍ଷୟ ଏବଂ ଅନୁପମ ଖେରଙ୍କୁ ବି ମିଳିଲା X ସୁରକ୍ଷା

By

Published : Nov 1, 2022, 5:24 PM IST

ମୁମ୍ବାଇ: ସଲମାନଙ୍କୁ Yପ୍ଲସ୍ ସୁରକ୍ଷା । ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ମିଳିଲା Yପ୍ଲସ୍ ସୁରକ୍ଷା । ସଲମାନଙ୍କ ଖାନ୍‌ଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ମୁମ୍ବାଇ ପୁଲିସ ତାଙ୍କ ସୁରକ୍ଷାକୁ ଆହୁରି ବଢ଼ାଇ ଦେଇଛି। ସଲମାନଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ହତ୍ୟା ଧମକ ମିଳିବା ପରେ ତାଙ୍କୁ X କ୍ୟାଟେଗୋରୀର ସୁରକ୍ଷା ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ମହାରାଷ୍ଟ୍ର ସରକାରଙ୍କ ତରଫରୁ Yପ୍ଲସ୍ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି ।

ଏହାପୂର୍ବରୁ ସଲମାନ ଖାନଙ୍କ ସହ ଜଣେ ପୁଲିସ ଗାର୍ଡ ସବୁବେଳେ ଅସ୍ତ୍ରଶସ୍ତ୍ରରେ ରହିଥିଲେ । କିନ୍ତୁ ବର୍ତ୍ତମାନ ସଲମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇ ଜଣ ପୁଲିସ ଗାର୍ଡ ଅଭିନେତାଙ୍କୁ ୨୪ ଘଣ୍ଟା ସୁରକ୍ଷା ଦେବେ । ତେବେ ସଲମାନଙ୍କ ବ୍ୟତୀତ ମହାରାଷ୍ଟ୍ର ସରକାର ଅକ୍ଷୟ କୁମାର ଏବଂ ଅନୁପମ ଖେରଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରିଛନ୍ତି । ସେମାନଙ୍କୁ X ବର୍ଗର ସୁରକ୍ଷା ମିଳିଛି ।

ଚଳିତ ବର୍ଷ ମେ 29 ରେ, ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସାରା ଦେଶ ସିଦ୍ଧୁଙ୍କ ହତ୍ୟା ଦୁଃଖରୁ ବାହାରି ପାରିନଥିବା ବେଳେ ଜୁନ୍ ମାସରେ ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଏଥିରେ ଲେଖାଥିଲା, ସଲମାନଙ୍କର ଅବସ୍ଥା ମଧ୍ୟ ସିଦ୍ଧୁ ମୁସେୱାଲାଙ୍କ ପରି କରିବେ । ଅନ୍ୟପକ୍ଷରେ ପୋଲିସ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଅନେକ ଅପରାଧୀଙ୍କୁ ପୋଲିସ ଗିରଫ କରିଥିଲା । ଏହା ପରେ ମହାରାଷ୍ଟ୍ର ଗୃହବିଭାଗ ପକ୍ଷରୁ ଅଭିନେତାଙ୍କୁ ପୋଲିସର ସୁରକ୍ଷା ଦିଆଯାଇଛି ।

ସଲମାନ ଖାନ (Salman Khan Security) ପୂର୍ବରୁ ମୁମ୍ବାଇ ପୋଲିସର ସୁରକ୍ଷା ପାଇଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ସୁରକ୍ଷାକୁ ଆହୁରି ବୃଦ୍ଧି କରାଯାଇଛି । ବର୍ତ୍ତମାନ ତାଙ୍କୁ Yପ୍ଲସ୍ ବର୍ଗର ସୁରକ୍ଷା ଦିଆଯିବ । ଏଥିରେ 1 କିମ୍ବା 2 କମାଣ୍ଡୋ ଏବଂ 2 PSO ମଧ୍ୟ ଅନ୍ତର୍ଭୁକ୍ତ ରହିବେ । ଅର୍ଥାତ ବର୍ତ୍ତମାନ ସଲମାନଙ୍କ ସହିତ 11 ଜଣ ଯବାନ ତାଙ୍କ ସୁରକ୍ଷା ପାଇଁ ସବୁବେଳେ ତାଙ୍କ ସହିତ ରହିବେ । ଅସ୍ତ୍ରଶସ୍ତ୍ର ଥିବା 4 ସୁରକ୍ଷା କର୍ମୀ 24 ଘଣ୍ଟା ତାଙ୍କ ସହିତ ରହିବେ ।

ଖବର ଅନୁଯାୟୀ, ସଲମାନ ଖାନଙ୍କୁ ଦୁଇ ଥର ଟାର୍ଗେଟ କରିବା ପାଇଁ ଏହି ଗ୍ୟାଙ୍ଗଷ୍ଟର ଷଡଯନ୍ତ୍ର କରିଥିଲେ । 2017 ରେ ଥରେ ତାଙ୍କ ଜନ୍ମଦିନରେ ଏବଂ 2018 ରେ ଦ୍ୱିତୀୟ ଥର ପାଇଁ ପନଭେଲ ଫାର୍ମହାଉସରେ । ତେବେ ଦୁଇ ଥର ଯାକ ହତ୍ୟାକାରୀ ତାଙ୍କ ଉଦ୍ଦେଶ୍ୟରେ ସଫଳ ହୋଇପାରିନଥିଲେ ।

ଅକ୍ଷୟ-ଅନୁପମଙ୍କୁ ମଧ୍ୟ ସୁରକ୍ଷା

​​ସଲମାନ ଖାନଙ୍କ ବ୍ୟତୀତ ମହାରାଷ୍ଟ୍ର ସରକାର ଅକ୍ଷୟ କୁମାର ଏବଂ ଅନୁପମ ଖେରଙ୍କୁ X ବର୍ଗର ସୁରକ୍ଷା ଦେଇଛନ୍ତି । ବର୍ତ୍ତମାନ ତାଙ୍କ ସୁରକ୍ଷା କ୍ଷେତ୍ରରେ ତିନିଜଣ ଯବାନ ଉପସ୍ଥିତ ରହିବେ । ଯେତେବେଳେ ଅନୁପମ ଖେରଙ୍କ ଚଳଚ୍ଚିତ୍ର 'କାଶ୍ମୀର ଫାଇଲ' ରିଲିଜ ହୋଇଥିଲା, ସେତେବେଳେ ତାଙ୍କୁ ଧମକ ମିଳିଥିଲା । ଏଥି ସହିତ ଅକ୍ଷୟ କୁମାର ତାଙ୍କର ନାଗରିକତ୍ୱ ପାଇଁ ସୋସିଆଲ ମିଡିଆରେ ଧମକ ଦିଆଯାଉଛି । ଏକ ରିପୋର୍ଟ ଅନୁଯାୟୀ ଏହାର ଖର୍ଚ୍ଚ ସେଲିବ୍ରିଟି ନିଜେ ବହନ କରିବେ ।

ABOUT THE AUTHOR

...view details