ହାଇଦ୍ରାବାଦ:28 ସେପ୍ଟେମ୍ବରରେ ରିଲିଜ ହେବ ସାଉଥ ସୁରଷ୍ଟାର ପ୍ରଭାସଙ୍କ ଦମଦାର ଫିଲ୍ମ ସାଲାର । ଏହି ଫିଲ୍ମକି ନେଇ ପ୍ରଭାସଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । କେବଳ ଭାରତରେ ନୁହେଁ ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ପ୍ରଭାସଙ୍କ ଫ୍ୟାନ୍ସ ଅପେକ୍ଷା କରିଛନ୍ତି ଫିଲ୍ମ ରିଲିଜ ଡେଟକୁ । ପ୍ରଭାସଙ୍କ ଏହି ଫିଲ୍ମର ଚର୍ଚ୍ଚା ଏବେ ୟୁଏସରେ ମଧ୍ୟ ଜୋରଧରିଛି । ତେବେ ଫିଲ୍ମର ଆଡଭାନ୍ସ ବୁକିଂକୁ ନେଇ ପ୍ରଡକ୍ସନ ପକ୍ଷରୁ ଏକ ଟ୍ବିଟ ଜାରି କରାଯାଇଛି । ଟ୍ବିଟ ଅନୁଯାୟୀ, ୟୁଏସଏରେ ଫିଲ୍ମର ଆଡଭାନ୍ସ ବୁକିଂ 25 ଅଗଷ୍ଟରୁ ଆରମ୍ଭ ହେବ ।
ପ୍ରଶାନ୍ତ ନୀଲଙ୍କ ଏହି ଫିଲ୍ମର କ୍ରେଜ ଏବେ ଲୋକମାନଙ୍କ ମଧ୍ୟରେ ବଢି ବଢି ଚାଲିଛି । ଦର୍ଶକମାନେ ଫିଲ୍ମ ସହିତ ଜଡିତ ପ୍ରତ୍ୟେକ ଅପଡେଟ୍ ପାଇଁ ଅପେକ୍ଷା କରୁଛନ୍ତି । ଯାହାର ଭରପୁର ଫାଇଦା ଉଠାଉଛି ପ୍ରଡକ୍ସନ ହାଉସ । ରିଲିଜ ପୂର୍ବରୁ କିଛି ନା କିଛି ଅପଡେଟ ସୋସିଆଲ ମିଡିଆ ସାଇଟରେ ଛାଡି ଲୋକଙ୍କ କ୍ରେଜକୁ ବିଢାଇବାରେ ଲାଗିଛି । ଫିଲ୍ମ ରିଲିଜର ଏକ ମାସ ପୂର୍ବରୁ ଆମେରିକାରେ ଆଡଭାନ୍ସ ବୁକିଂ କରି ଫିଲ୍ମ ତାର ହାଇପ୍ ଏବଂ ଷ୍ଟାଣ୍ଡାର୍ଡକୁ ବଢାଇବାରେ ଲାଗିଛି । ପ୍ରଭାସଙ୍କ ଏହି ଚଳଚ୍ଚିତ୍ରଟି ଆକ୍ସନ୍ ଏବଂ ଥ୍ରୀଲରରେ ପରିପୂର୍ଣ୍ଣ । ଫିଲ୍ମରେ ତାଙ୍କୁ ଏକ ଭିନ୍ନ ଅବତାର ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ଭାରତ ବ୍ୟତୀତ ୟୁରୋପ, ମଧ୍ୟ-ପୂର୍ବ ଏବଂ ଆଫ୍ରିକା ପରି ଅନେକ ଦେଶରେ ସୁଟିଂ କରାଯାଇଛି ।
ଫିଲ୍ମ ପ୍ରଡକ୍ସନ ପ୍ରଥ୍ୟାଙ୍ଗିର ପୋଷ୍ଟ କରିଥିବା ଟ୍ବିଟ ଅନୁଯାୟୀ, ସାଲାର ଫିଲ୍ମର ପାର୍ଟ-1 IMAX ତାଞ୍ଚାରେ ବିଶ୍ବସ୍ତରୀୟ ରିଲିଜ କରାଯିବ । ନିର୍ମାତାମାନେ ପ୍ରଭାସଙ୍କ ଚଳଚ୍ଚିତ୍ରକୁ IMAX ଏବଂ PLFରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । IMAX ଏବଂ PLF ପାଇଁ ଆଗୁଆ ବୁକିଂ କରିବା ଏହାର ତାରିଖ ଘୋଷଣା ହୋଇଛି ।