ହାଇଦ୍ରାବାଦ: ପ୍ରଭାସ ପୁଣି ଥରେ 'ସାଲାର' ସହ ପରଦାକୁ ଫେରୁଛନ୍ତି । ଏହି ଫିଲ୍ମ ଡିସେମ୍ବର 22 ରେ ରିଲିଜ ହେବାକୁ ଯାଉଛି । ପୂର୍ବରୁ ସେପ୍ଟେମ୍ବର ୨୮ରେ 'ସାଲାର' ରିଲିଜ ହେବାର ଥିଲା । ପରେ ତାରିଖ ଘୁଞ୍ଚାଯାଇ ଡିସେମ୍ବର 22 ରେ ଫିଲ୍ମ ରିଲିଜ ହେବା ନେଇ ଘୋଷଣା କରିଥିଲେ ନିର୍ମାତା । ଯାହା ପରେ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଥିଲା ଯେ ଶାହରୁଖ ଖାନଙ୍କ 'ଜବାନ' କ୍ରେଜ ଦେଖି ନିର୍ମାତାମାନେ ଭୟଭୀତ ହୋଇ 'ସାଲାର'ର ରିଲିଜ ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଏହି ଆଲୋଚନା ମଧ୍ୟରେ 'ସାଲାର' ଫିଲ୍ମ ରିଲିଜ ତାରିଖ ଘୁଞ୍ଚାଯାଇଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ନିର୍ମାତା । ସେ କହିଛନ୍ତି, 'ଜବାନ'କୁ ଡରିକି ନୁହଁ ବରଂ ଜ୍ୟୋତିଷଙ୍କ ଅନୁଯାୟୀ 'ସାଲାର' ରିଲିଜ ତାରିଖ ଘୁଞ୍ଚାଯାଇଛି ।
ନିର୍ମାତାମାନେ ଏହି କାରଣରୁ ସାଲାର ରିଲିଜ୍ ତାରିଖ ଘୁଞ୍ଚାଇଥିଲେ
ଏକ ସାକ୍ଷାତକାରରେ କଥାବାର୍ତ୍ତା ବେଳେ ନିର୍ମାତା ତଥା ହମ୍ବଲ ଫିଲ୍ମସ ମାଲିକ ବିଜୟ କିରାଗାନ୍ଦୁର କହିଛନ୍ତି, "ଯେତେବେଳେ ଏକ ଫିଚର ଫିଲ୍ମ ତିଆରି ହୁଏ, ସେଠାରେ ଅନେକ ବିଭାଗରେ କାମ ହୋଇଥାଏ । ସେ ସଙ୍ଗୀତ ହେଉ, ଭିଏଫଏକ୍ସ, ଡବିଂ ହେଉ କିମ୍ବା ସାଉଣ୍ଡ । ଯେତେବେଳେ ଆମେ ଏହି ସବୁ ଜିନିଷକୁ ଏକାଠି ରଖୁ, ସେତେବେଳେ ଆମେ ଅନୁଭବ କରିବୁ ଯେ କିଛି ବିଭାଗ ଅବଶିଷ୍ଟ କାର୍ଯ୍ୟ ସମୟ ନେବ । ଆମେ ଆମର VFX ଟିମକୁ ଅଗଷ୍ଟ ମଧ୍ୟଭାଗ ପର୍ଯ୍ୟନ୍ତ ସମୟ ଦେଇଥିଲୁ, କିନ୍ତୁ ସେତେବେଳକୁ ଆମର VFX କାର୍ଯ୍ୟର ମାତ୍ର ୫୦ ପ୍ରତିଶତ କାମ ସରିଯାଇଥିଲା । ସେହି ସମୟରେ ଆମେ ଅନୁଭବ କରିଥିଲୁ ଯେ ସାଲାରକୁ ସେପ୍ଟେମ୍ବର ୨୮ରେ ରିଲିଜ କରାଯାଇପାରିବ ନାହିଁ । ଏନେଇ ଆମେ ସମସ୍ତ ଷ୍ଟେକ୍ ହୋଲ୍ଡରଙ୍କ ସହ କଥା ହେବା ପରେ ଆମେ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଲୁ ।"