ଓଡିଶା

odisha

ଥିଏଟରରେ ପ୍ରଭାସଙ୍କ ଯାଦୁ, ପ୍ରଥମ ଦିନରେ ରେକର୍ଡ କଲେକ୍ସନ କଲା ସାଲାର

By ETV Bharat Odisha Team

Published : Dec 23, 2023, 1:48 PM IST

Salaar box office collection: ପ୍ରଥମ ଦିନରେ ବମ୍ପର କଲେକ୍ସନ କଲା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ ସାଲାର । ଏତିକି ହୋଇଛି କଲେକ୍ସନ

Salaar box office collection
Salaar box office collection

ହାଇଦ୍ରାବ୍ରାଦ:ପଠାନ, ଜବାନ ନା ଆନିମଲ.. ସମସ୍ତଙ୍କୁ ପଛରେ ପକାଇଲେ ସାଉଥ ସୁପରଷ୍ଟାର ପ୍ରଭାସ । ପ୍ରଥମ ଦିନରେ ରେକର୍ଡ ଭାଙ୍ଗିଲା ପ୍ରଭାସଙ୍କ ସାଲାର । ଆଡଭାନ୍ସ ବୁକିଂରେ ଶାହାରୁଖ ଖାନଙ୍କ ଡଙ୍କିକୁ ପଛରେ ପକାଇ ଦେଇଛି ପ୍ରଭାସଙ୍କ ସାଲାର । ପ୍ରଥମ ଦିନରେ ବମ୍ପର କଲେକ୍ସନ କରିଛି ଏହି ଫିଲ୍ମ । ପ୍ରଭାସଙ୍କ ଦମଦାର ଆକ୍ସନ ଦର୍ଶକଙ୍କୁ ଆକୃଷ୍ଟ କରିଥିବା ବେଳେ ସାରା ବିଶ୍ବରେ ଏହାର କ୍ରେଜ ଦେଖିବାକୁ ମିଳିଛି । ଗତ 22 ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା ପ୍ରଭାସଙ୍କ ସାଲାର । ରିଲିଜ ହେବା ପରଠାରୁ ପ୍ରେକ୍ଷାଳୟରେ ଏହା ଧମାଲ ମଚାଇଥିବା ବେଳେ ଏବେ କଲେକ୍ସନରେ ମଧ୍ୟ ରେକର୍ଡ କରିଛି । ତେବେ ବିଶ୍ବସ୍ତରେ କଲେକ୍ସନରେ ଚଳିତ ବର୍ଷର ସମସ୍ତ ଫିଲ୍ମକୁ ପଛରେ ପକାଇ ଶୀର୍ଷକୁ ଆସିଛି ସାଲାର । କେଜିଏଫ୍‌ର ଦମଦାର ସଫଳତା ପରେ ବର୍ତ୍ତମାନ 'ସାଲାର' ସହ କମବ୍ୟାକ୍‌ କରିଛନ୍ତି ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ।

ବିଶ୍ବ ସ୍ତରରେ ସାଲାରର କଲେକ୍ସନ:ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଆକ୍ସନ ଯେମିତି ଫିଲ୍ମର କଲେକ୍ସନ ମଧ୍ୟ ସେମିତି ହୋଇଥାଏ, ଏହା ସମସ୍ତେ ଜାଣନ୍ତି । ଟ୍ରେଡ ବିଶ୍ଲଷଣକାରୀ ମନୋବାଲା ବିଜୟବାଲାନଙ୍କ କହିବା ଅନୁସାରେ, ବିଶ୍ବସ୍ତରରେ ଚଳିତ ବର୍ଷର ବମ୍ପର କଲେକ୍ସନ ତାଲିକାରେ ଶୀର୍ଷରେ ରହିଛି ପ୍ରଭାସଙ୍କ ସାଲାର । ତେବେ ବାଦ ବିବାଦ ହୋଇଥିଲେ ହେଁ ଏହା ପୂର୍ବରୁ ଓପନିଂ କଲେକ୍ସନରେ ଆଗରେ ରହିଥିଲା ଆଦିପୁରୁଷ । ତେବେ ପ୍ରଥମ ଦିନର କଲେକ୍ସନ ଅର୍ଥାତ ଓପନିଂରେ ସାଲାର ବିଶ୍ବ ସ୍ତରରେ 175 କୋଟି ଆୟ କରିଥିବା ନେଇ ସେ କହିଛନ୍ତି । ସେହପରି ଅନ୍ୟଜଣେ ବିଶ୍ଲଷଣକାରୀ ରମେଶ ବାଲା ମଧ୍ୟ ଏହି ତଥ୍ୟ ସହିତ ସମହମତି ପ୍ରକାଶ କରିଛନ୍ତି । ପୂର୍ବରୁ କୌଣସି ଫିଲ୍ମ ଏତିକି ଆୟ କରିନଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଯାଦୁ ଦେଖାଇଛନ୍ତି ପ୍ରଭାସ ।

ଭାରତରେ ସାଲାରର କଲେକ୍ସନ:ବିଶ୍ବରେ ବମ୍ପର କଲେକ୍ସନ ହୋଇଥିବା ବେଳେ ଭାରତରେ ମଧ୍ୟ କମିନଥିଲା କ୍ରେଜ। ପ୍ରଥମ ଦିନରେ ଭାରତରେ 95 କୋଟି ଟଙ୍କାର କଲେକ୍ସନ କରିଛି ପ୍ରଭାସଙ୍କ ଅଭିନୀତ ଫିଲ୍ମ ସାଲାର। ତେବେ ଭାରତରେ ହିନ୍ଦୀ, ତେଲୁଗୁ, ଇଂରାଜୀ, ତାମିଲ ଏବଂ କନ୍ନଡ ଭାଷାରେ ଏହି ଫିଲ୍ମ ରିଲିଜ ହୋଇଥିବା ବେଳେ ତେଲୁଗୁ ଭାଷାରେ ସବୁଠାରୁ ଅଧିକ ଆୟ କରିଥିବା ନେଇ ଅନୁମାନ କରାଯାଉଛି। ତେବେ ଦ୍ବିତୀୟ ଦିନରେ ଅର୍ଥାତ ବର୍ତ୍ତମାନ ସୁଦ୍ଧା ସାଲାର 100ରୁ ଅଧିକ କୋଟି ଆୟ କରିସାରିଥିବା ନେଇ କେତେକ ରିପୋର୍ଟରେ ପ୍ରକାଶ ପାଇଛି।

ଏହା ମଧ୍ୟ ପଢନ୍ତୁ: 'ସାଲାର' ସହ ରିବେଲ୍‌ ଷ୍ଟାର୍‌ଙ୍କ ଦମଦାର କମବ୍ୟାକ୍, ପ୍ରଥମ ଦିନରେ ଫିଲ୍ମ କରିବ ୧୦୦କୋଟି କଲେକ୍ସନ !

ଏହି ଚଳଚ୍ଚିତ୍ରରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି। ଏହା 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ତେବେ ପ୍ରଭାସଙ୍କ ଦବରଦସ୍ତ ଆକ୍ସନକୁ ଦେଖି ବ୍ୟାପକ ପରିବର୍ତ୍ତନ କହିଛନ୍ତି ଫ୍ୟାନ୍ସ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details