ହାଇଦ୍ରାବାଦ: ପୂର୍ବତନ ଟିମ୍ ଇଣ୍ଡିଆ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଏବଂ ପତ୍ନୀ ସାକ୍ଷୀ ଧୋନି ବର୍ତ୍ତମାନ ଚଳଚ୍ଚିତ୍ର ଜଗତରେ ଏଣ୍ଟ୍ରି କରିଛନ୍ତି । ଏହି ଷ୍ଟାର୍ ଦମ୍ପତି ନିକଟରେ ସେମାନଙ୍କର ପ୍ରଡକ୍ସନ୍ ହାଉସରୁ ସେମାନଙ୍କର ପ୍ରଥମ ସାଉଥ୍ ଫିଲ୍ମ 'ଏଲଜିଏମ୍'ର ଟ୍ରେଲର ଲଞ୍ଚ କରିଥିଲେ । କ୍ରିକେଟ୍ ପରେ ଧୋନି ଏବଂ ତାଙ୍କ ପତ୍ନୀ ସାକ୍ଷୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭାଗ୍ୟ ପରୀକ୍ଷା କରିଛନ୍ତି । ଏଠାରେ ଧୋନିଙ୍କ ପତ୍ନୀ ସାକ୍ଷୀ ଏଲଜିଏମ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ସମୟରେ ଏକ ସାକ୍ଷାତକାରରେ ସାକ୍ଷୀ ତାଙ୍କ ଚଳଚ୍ଚିତ୍ର ଏବଂ ଅଭିନେତାଙ୍କ ପସନ୍ଦ ବିଷୟରେ ମଧ୍ୟ ପ୍ରକାଶ କରିଛନ୍ତି । ସେ ସାଉଥ ଷ୍ଟାଇଲିସ୍ ଷ୍ଟାର୍ ଅଲୁ ଅର୍ଜୁନଙ୍କ ବହୁତ ବଡ ଫ୍ୟାନ ଥିବା କହିଛନ୍ତି ।
ରିପୋର୍ଟ ଅନୁଯାୟୀ, ସାକ୍ଷୀ 41 ବର୍ଷୀୟ ଅଲ୍ଲୁ ଅର୍ଜୁନଙ୍କ ଜଣେ ବଡ ପ୍ରଶଂସକ ଅଟନ୍ତି । ସେ ଅଲ୍ଲୁଙ୍କର ସମସ୍ତ ଫିଲ୍ମ ଦେଖିଛନ୍ତି । ସାକ୍ଷୀ କହିଛନ୍ତି ଯେ ପୁଷ୍ପା ଫେମ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଅଭିନୟରେ ବହୁତ ଆକର୍ଷିତ ହୋଇଛି । ଅଲ୍ଲୁଙ୍କ ହିନ୍ଦୀରେ ଡବ କରିଥିବା ସମସ୍ତ ସିନେମା ଦେଖିଛନ୍ତି । ସାକ୍ଷୀ କହିଛନ୍ତି ଯେ, ଅଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ପୁଷ୍ପା - ଦ ରାଇଜ୍ ତାଙ୍କୁ ଅଧିକ ପ୍ରଭାବିତ କରିଛି । ଏହି ଫିଲ୍ମରେ ଅଲୁ ଅର୍ଜୁନଙ୍କ ଅଭିନୟକୁ ସେ ପ୍ରଶଂସା କରିଛନ୍ତି ।