ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଆଜିକାଲି ଫିଲ୍ମ 'ଆରଆରଆର'ର ଓସ୍କାର ସଫଳତା ପାଇଁ ଲାଇମ ଲାଇଟରେ ରହିଛନ୍ତି । ଏହି ଫିଲ୍ମ ପରେ ଅଭିନେତା NTR 30 ଫିଲ୍ମର ସୁଟିଂ ଆରମ୍ଭ କରିବାରେ ବ୍ୟସ୍ତ ଅଛନ୍ତି । ଜୁନିଅର ଏନଟିଆର କାମର ବିରତି ପରେ ନିଜ ପରିବାର ସହ ସମୟ ଅତିବାହିତ କରିଥାନ୍ତି ଏବଂ ପରିବାରର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିବା ଦେଖିବାକୁ ମିଳିଛି । ତେବେ ନିକଟରେ Jr NTR ନିଜ ପତ୍ନୀ ଲକ୍ଷ୍ମୀ ପ୍ରଣତୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆରେ ଉଭୟଙ୍କ ଏକ ଫଟୋ ସେୟାର କରି ଅଭିନନ୍ଦନ ଜଣାଇଥିବା ନଜର ଆସିଛି ।
ଜୁନିଅର ଏନଟିଆର ତାଙ୍କ ସୁନ୍ଦର ପତ୍ନୀ ପ୍ରଣତୀଙ୍କ ଜନ୍ମଦିନ ନେଇ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କୁ 'ଅମାଲୁ' ବୋଲି ସମ୍ବୋଧନ କରିଛନ୍ତି । ଅଭିନେତା ତାଙ୍କ ପତ୍ନୀଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି, ହାପି ବର୍ଥ ଡେ ଅମାଲୁ । ତେବେ ଏହି ଫଟୋରେ ଦମ୍ପତି ସ୍ମାଇଲ କରୁଥିବା ସହ ଏକ ଷ୍ଟାଇଲିସ ପୋଜ ଦେଉଥିବାର ନଜର ଆସିଛନ୍ତି । ଜୁନିଅର ଏନଟିଆର ଏକ ବ୍ଲାକ ସାର୍ଟ, ପ୍ୟାଣ୍ଟ ପିନ୍ଧିଥିବା ବେଳେ ହାତରେ ବ୍ଲାକ ଜ୍ୟାକେଟ ଧରିଥିବାର ନଜର ଆସିଛନ୍ତି । ସେହିପରି ତାଙ୍କ ପତ୍ନୀ ପ୍ରଣତୀ ବ୍କୁ ଜିନ୍ସ ସାର୍ଟ ସହ ବ୍ଲାକ ପ୍ୟାଣ୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି । ଫଟୋଟି ଏକ ରେସ୍ତୋରାଁ ଭିତର, ଯାହା ଖ୍ରୀଷ୍ଟମାସ ସାଜସଜ୍ଜାରେ ସଜାଯାଇଥିବା ଦେଖିବାକୁ ମିଳିଛି । ଏନେଇ ତାଙ୍କ ପ୍ରଶଂସକମାନେ ମଧ୍ୟ Jr NTRଙ୍କ ପତ୍ନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ସହ ପ୍ରତିକ୍ରିୟା ଦେଇଛନ୍ତି ।