ଓଡିଶା

odisha

ETV Bharat / entertainment

ରୋହିତ ଶେଟ୍ଟୀଙ୍କ କପ୍‌ ୟୁନିଭର୍ସରେ ଦୀପିକାଙ୍କ ଏଣ୍ଟ୍ରି, ହେବେ ଲେଡି ସିଙ୍ଘମ୍

ରୋହିତ ଶେଟ୍ଟୀଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର Singham Again ରେ ଦୀପିକା ପାଦୁକୋନ୍ ଲେଡି ସିଙ୍ଘମ୍ ଭାବରେ ପ୍ରବେଶ କରିଛନ୍ତି। ଏହି ଫିଲ୍ମରେ ଅଜୟ ଦେବଗନ ତାଙ୍କ ବିପକ୍ଷରେ ନଜର ଆସିବେ । ଅଧିକ ପଢନ୍ତୁ

By

Published : Dec 8, 2022, 10:35 PM IST

ରୋହିତ ଶେଟ୍ଟୀଙ୍କ କପ୍‌ ୟୁନିଭର୍ସରେ ଦୀପିକାଙ୍କ ଏଣ୍ଟ୍ରି, ହେବେ ଲେଡି ସିଙ୍ଘମ୍
ରୋହିତ ଶେଟ୍ଟୀଙ୍କ କପ୍‌ ୟୁନିଭର୍ସରେ ଦୀପିକାଙ୍କ ଏଣ୍ଟ୍ରି, ହେବେ ଲେଡି ସିଙ୍ଘମ୍

ହାଇଦ୍ରାବାଦ: ରୋହିତ ଶେଟ୍ଟୀଙ୍କ କପ୍‌ ୟୁନିଭର୍ସରେ ବର୍ତ୍ତମାନ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରବେଶ କରିଛନ୍ତି। ଦୀପିକାଙ୍କୁ ରୋହିତଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ସିଙ୍ଘମ୍ ଏଗେନରେ (Deepika Padukone In Singham Again) ଲେଡି ସିଙ୍ଘମ୍ ହୋଇ ଭିଲେନ୍ ସହିତ ଟକ୍କର ଦେଉଥିବା ନଜର ଆସିବେ । ଏହା ପ୍ରଥମ ଥର ହେବ ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସରେ ଜଣେ ମହିଳା ପୋଲିସ ଅଧିକାରୀଙ୍କ ପ୍ରବେଶ ହେବ। Singham Again ସିଙ୍ଘମ୍ ଫ୍ରାଞ୍ଚାଇଜ୍‌ର ତୃତୀୟ ଚଳଚ୍ଚିତ୍ର ହେବ ।

Singham Againରେ ପୂର୍ବ ଦୁଇଟି ଚଳଚ୍ଚିତ୍ର ପରି ଅଜୟ ଦେବଗନ ମୁଖ୍ୟ ଭୂମିକାରେ ନଜର ଆସିବେ। କିନ୍ତୁ ବଡ କଥା ହେଉଛି ଅଜୟଙ୍କ ସହ ଦୀପିକା ପାଦୁକୋନଙ୍କୁ ଏହି ଫିଲ୍ମରେ ଲେଡି ସିଙ୍ଘମ୍‌ ଭାବେ ଦେଖିବାକୁ ମିଳିବ । ଅର୍ଥାତ୍ ଦୀପିକା ପାଦୁକୋନ ପ୍ରଥମ ଥର ପାଇଁ ଅଜୟ ଦେବଗନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ। ନିକଟରେ ଖବର ଆସିଥିଲା ​​ଯେ ଭୋଲା ଫିଲ୍ମର ସୁଟିଂ ଶେଷ ହେବା ପରେ ଅଜୟ ଦେବଗନ୍ ପୁଣିଥରେ ସିଙ୍ଘମ୍ ପାଇଁ ସୁଟିଂ ଆରମ୍ଭ କରିବେ।

ଦୀପିକା ପାଦୁକୋନ ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସରେ ସାମିଲ ହୋଇଛନ୍ତି ବୋଲି ଗୁରୁବାର ଦିନ ରୋହିତ ଶେଟ୍ଟୀ ନିଜେ ଘୋଷଣା କରିଛନ୍ତି। ରୋହିତ ଶେଟ୍ଟୀ ମୁମ୍ବାଇରେ ସର୍କସ ଚଳଚ୍ଚିତ୍ର ଗୀତ 'କରେଣ୍ଟ ଲଗା ରେ' ଉନ୍ମୋଚନ ସମୟରେ ଏହି ଖବରକୁ ନିଶ୍ଚିତ କରିଥିଲେ। ଏହି ସମୟରେ ରୋହିତ ଶେଟ୍ଟୀ କହିଛନ୍ତି ଯେ ମୋତେ ସବୁବେଳେ ପ୍ରଶ୍ନ ପଚରାଯାଏ ଯେ ମୁଁ ଜଣେ ମହିଳା ପୋଲିସ ଅଧିକାରୀଙ୍କ ଉପରେ କେବେ ଫିଲ୍ମ କରିବି। ତେଣୁ ମୁଁ କହିବାକୁ ଚାହେଁ ଯେ ଖୁବ୍ ଶୀଘ୍ର କପ୍ ୟୁନିଭର୍ସର ସିଙ୍ଘମ୍ ମୁକ୍ତିଲାଭ କରିବାକୁ ଯାଉଛି ଏବଂ ଦୀପିକା ପାଦୁକୋନ୍ ଏହି ଚଳଚ୍ଚିତ୍ରରେ ଲେଡି ସିଙ୍ଘମ୍ ଭୂମିକାରେ ଅଭିନୟ କରିବେ।

ଏହି ପ୍ରୋଜେକ୍ଟ ପାଇଁ ଦୀପିକା ପାଦୁକୋନ ବହୁତ ଉତ୍ସାହିତ ଅଛନ୍ତି । ସେ କହିଛନ୍ତି ଯେ ରୋହିତ ଶେଟ୍ଟୀଙ୍କ ଫିଲ୍ମ ଚେନ୍ନାଇ ଏକ୍ସପ୍ରେସ ତାଙ୍କୁ ଏକ ଆଇକନିକ ଚରିତ୍ର ଦେଇଛି ଏବଂ ସେ ସବୁବେଳେ ତାଙ୍କ ସହ କାମ କରିବାକୁ ଚାହାଁନ୍ତି। କହିବାକୁ ଗଲେ ଚେନ୍ନାଇ ଏକ୍ସପ୍ରେସ ପରେ ରୋହିତ ଶେଟ୍ଟୀ ଏବଂ ଦୀପିକା ପାଦୁକୋନ ଦ୍ୱିତୀୟ ଥର ପାଇଁ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଚେନ୍ନାଇ ଏକ୍ସପ୍ରେସ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା ​​।

ଉଲ୍ଲେଖନୀୟ ଯେ, ଆଜି ଯେତେବେଳେ ରୋହିତ ଶେଟ୍ଟୀଙ୍କୁ ପଚରାଗଲା ଯେ ତାଙ୍କ ଫିଲ୍ମ ଗୋଲମାଲର ପ୍ରିକ୍ୱେଲ ହେବ କି? ଏହି ପ୍ରଶ୍ନର ଉତ୍ତର ଦେଇ ରୋହିତ ଶେଟ୍ଟୀ କହିଛନ୍ତି, ଏହି କାହାଣୀ ସେଠାରୁ ଆରମ୍ଭ ହେବ, ଯେଉଁ ଅନାଥ ଆଶ୍ରମରୁ ଗୋଲମାଲର 5 ଜଣ ଥିଲେ। ସର୍କସର ହିରୋ ମଧ୍ୟ ସମାନ ଅନାଥ ଆଶ୍ରମର। ବର୍ତ୍ତମାନ ଏହି କାହାଣୀ କିପରି ଆଗକୁ ବଢିବ ତାହା ଫିଲ୍ମରେ ଜଣା ପଡିବ ।

ABOUT THE AUTHOR

...view details