ହାଇଦ୍ରାବାଦ:ଦର୍ଶକଙ୍କ ମନ ଜିତୁଛି ଆଲିଆ ଭଟ୍ଟ ଏବଂ ରଣଭୀର ସିଂଙ୍କ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀ । ଫିଲ୍ମରେ ଅନେକ ବଲିଉଡ ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ର ଏବଂ ଅଭିନେତ୍ରୀ ଜୟା ବଚ୍ଚନ, ଶବାନା ଆଜମୀ ମଧ୍ୟ ଅଭିନୟ କରିଛନ୍ତି । ବର୍ତ୍ତମାନ ଫିଲ୍ମର ଏକ ସିନ୍ରେ ଧର୍ମେନ୍ଦ୍ର ଏବଂ ଶବାନାଙ୍କୁ କିସ୍ କରୁଥିବା ଦେଖିବାକୁ ମିଳିଛି । ଫିଲ୍ମର ଏହି ସିନ୍କୁ ନେଇ ଖୁବ୍ ଟ୍ରୋଲ କରାଯାଉଛି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମର ଡାଇଲଗ ତଥା ସ୍କ୍ରିନ୍ ପ୍ଲେ' ରାଇଟର୍ ଇଶିତା ମୋଇତ୍ରା ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, 'ଏହି ସିନ୍ ପାଇଁ କାହାରି ଅସୁବିଧା ନଥିଲା।'
ନିକଟରେ ଏକ ସାକ୍ଷାତକାରରେ ଫିଲ୍ମ ବିଷୟରେ କଥାବାର୍ତ୍ତା କରିଥିଲେ ଫିଲ୍ମର ସଂଲାପ ଲେଖିକା ଇଶିତା ମୋଇତ୍ରା । ଏହି ସମୟରେ ସେ ଧର୍ମେନ୍ଦ୍ର ଏବଂ ଶବାନାଙ୍କ ଚୁମ୍ବନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଥିଲେ, 'ଯେଉଁ ସିନ୍ ରହିଛି ତାହା ଲୋକମାନେ ଆଶା କରିନଥିଲେ । କିସ୍ ସବୁବେଳେ ସ୍କ୍ରିପ୍ଟରେ ଥିଲା । ଏହାକୁ କିପରି ସମ୍ମାନଜନକ ଢଙ୍ଗରେ ଦେଖାଇବେ, କରଣ ଏହାର ଯତ୍ନ ନେଇଥିଲେ । ମୁଁ ଭାବୁନାହିଁ ଯେ ଏଥିରେ କାହାରି ସମସ୍ୟା ଅଛି ।'
ଏହାପୂର୍ବରୁ ଧର୍ମେନ୍ଦ୍ର ମଧ୍ୟ ଚଳଚ୍ଚିତ୍ରରେ ତାଙ୍କର ରୋମାଣ୍ଟିକ ଚୁମ୍ବନ ବିଷୟରେ କହିଥିଲେ । ସେ କହିଥିଲେ ଯେ, “ମୁଁ ଶୁଣୁଛି ଯେ ଅନେକ ଲୋକଙ୍କୁ ଶବାନା ଏବଂ ମୋର ଚୁମ୍ବନ ସିନ୍ ଆଶ୍ଚର୍ଯ୍ୟ କରିଛି । ଅନେକ ଲୋକ ଏହାକୁ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ମୁଁ ଭାବୁଛି ଲୋକମାନେ ଏହା ଆଶା କରୁନାହାଁନ୍ତି ଏବଂ ଏହା ହଠାତ୍ ହୋଇଗଲା ଯେଉଁଥିପାଇଁ ଏହା ଏକ ପ୍ରଭାବ ସୃଷ୍ଟି କଲା । ଶେଷ ଥର ପାଇଁ ମୁଁ ନାଫିସା ଅଲିଙ୍କ ସହ ଲାଇଫ୍ ଇନ୍ ମେଟ୍ରୋରେ ଏକ କିସ୍ ସିନ୍ କରିଥିଲି ଏବଂ ସେହି ସମୟରେ ଅନେକ ଲୋକମାନେ ମଧ୍ୟ ଏହାକୁ ପ୍ରଶଂସା କରିଥିଲେ ।”