ମୁମ୍ବାଇ: ଅଭିନେତ୍ରୀ ରିଚା ଚଢା ଦୀର୍ଘ ଦିନର ପ୍ରେମିକ ଅଲି ଫୈଜଲଙ୍କୁ ଅକ୍ଟୋବରରେ ବିବାହ କରିଛନ୍ତି । ବିବାହର ଏକ ମାସ ପରେ ଅଭିନେତ୍ରୀ ଫିଲ୍ମର ସ୍କ୍ରିପ୍ଟ ଚୂଡ଼ାନ୍ତ କରିବା ମଧ୍ୟ ଆରମ୍ଭ କରିଛନ୍ତି । ବିବାହ ପରେ ରିଚା ଚଢା ପୁଣିଥରେ ଫିଲ୍ମ ଦୁନିଆକୁ ଫେରୁଛନ୍ତି, କିନ୍ତୁ ଏଥର ଆରମ୍ଭ ବଲିଉଡରୁ ନୁହେଁ, ବରଂ ହଲିଉଡ ଫିଲ୍ମରୁ ହେବ । ଖବର ଅନୁଯାୟୀ, ରିଚା ଚଢା ବର୍ତ୍ତମାନ ଅନ୍ତର୍ଜାତୀୟ ସିନେମାରେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛନ୍ତି । ଅଭିନେତ୍ରୀ ବ୍ରିଟିଶ ନିର୍ଦ୍ଦେଶକଙ୍କ ଫିଲ୍ମ ସହିତ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିବେ ।
ରିଚା ଚଢା ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ଚଳଚ୍ଚିତ୍ରକୁ ନେଇ ଉତ୍ସାହିତ ଅଛନ୍ତି । ମିଡିଆ ହାଉସ ସହ ବାର୍ତ୍ତାଳାପରେ ସେ କହିଛନ୍ତି, "ବର୍ତ୍ତମାନ କିଛି କହିବା ଠିକ ହେବ ନାହିଁ । କିନ୍ତୁ ହଁ, ମୁଁ ସ୍କ୍ରିପ୍ଟ ପଢିଛି ଏବଂ ଏଥିପାଇଁ ହଁ ମଧ୍ୟ କହିଛି । କାହାଣୀଟି ବହୁତ ଭଲ ଏବଂ ମୋତେ ମୋର ଚରିତ୍ର ପସନ୍ଦ ଆସିଛି । ଏହା ଦେଖି ବହୁତ ଭଲ ଲାଗୁଛି କି, ଭାରତୀୟ କଳାକାରଙ୍କ ପାଇଁ ଆନ୍ତର୍ଜାତୀୟ ପ୍ରଡକ୍ସନରେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ଲେଖାଯାଉଛି ।"