ନୂଆଦିଲ୍ଲୀ: ବଲିଉଡର ଆଉ ଏକ ପ୍ରେମ କାହାଣୀ ପୂରା ହେବାକୁ ଯାଉଛି । ରିଚା ଚଢା ଏବଂ ଅଲି ଫୈଜଲ ସେମାନଙ୍କ ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ଯାଉଛନ୍ତି । ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିବା ରିଚା ଏବଂ ଅଲି ଆସନ୍ତା ୪ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଗତକାଲି ରିଚା ତାଙ୍କ ହାତରେ ଅଲ୍ଲି ଫୈଜଲଙ୍କ ନାଁର ମେହେନ୍ଦି ଲଗାଇଥିଲେ । ଆଜି ସଂଗୀତ ସମାରୋହର ଏକ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ରିଚା ଏବଂ ଅଲି ବହୁତ ଗ୍ଲାମରସ୍ ଦେଖାଯାଉଛନ୍ତି । ଯୋଡିଙ୍କ ଚେହେରାରେ ବିବାହର ଚମକ ସ୍ପଷ୍ଟ ଦେଖାଯାଉଛି ।
ରିଚା ଚଢା ଏବଂ ଅଲି ଫୈଜଲଙ୍କ ବିବାହ କାର୍ଯ୍ୟ ଆରମ୍ଭ ହୋଇଛି । କିଛି ସମୟ ପୂର୍ବରୁ ଦମ୍ପତ୍ତି ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ସଂଗୀତ ସମାରୋହର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଦମ୍ପତି ଏକ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ରିଚା କ୍ୟାପସନ୍ରେ ଲେଖିଛନ୍ତି- #RiAli Mohabbat Mubarak ❣️🫶🏽❣️️️️️️ ଫଟୋରେ ଅଲି ଆଇବରୀ ରଙ୍ଗପାଇଜାମା ପିନ୍ଧିଥିବାବେଳେ ରିଚା ହାଲୁକା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତତି। ରିଚା ତାଙ୍କ କେଶକୁ ଖୋଲା କରି ଲୁକ୍କୁ ପୂରା କରିଛନ୍ତି ।
ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ତୀବ୍ର ଅଭିନନ୍ଦନ ଜଣାଇଛନ୍ତି । ଅଧିକାଂଶ ପ୍ରଶଂସକ କମେଣ୍ଟ ବକ୍ସରେ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିକଟରେ ଏହି ଦମ୍ପତି ବିବାହ ପାଇଁ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି । ଏହାପୂର୍ବରୁ ରିଚା ତାଙ୍କ ହାତର ମେହେନ୍ଦୀର ଏକ ଝଲକ ଦେଖାଇଥିଲେ । ଅଭିନେତ୍ରୀ ପାର୍ଲରରୁ ଏହି ଫଟୋ ସେୟାର କରିଥିଲେ । ଏହାପୂର୍ବରୁ ଦିଲ୍ଲୀରେ ପହଞ୍ଚିବା ପରେ ଏହି ଦମ୍ପତି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଦୁଇ ବର୍ଷର ମହାମାରୀ ସେମାନଙ୍କ ବିବାହ ଉପରେ କିପରି ପ୍ରଭାବ ପକାଇଛି ତାହା କହିଥିଲେ ।
ରିଚା-ଅଲିଙ୍କ ଭଏସ୍ ମେସେଜ୍