ହାଇଦ୍ରାବାଦ: ବଲିଉଡର ପରବର୍ତ୍ତୀ ଷ୍ଟାର ଯୋଡି ରିଚା ଚଢା ଏବଂ ଅଲି ଫୈଜଲ ଦୀର୍ଘ ଦିନ ଧରି ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଲକ୍ଡାଉନ ହେତୁ ସେମାନଙ୍କ ବିବାହ ଦୀର୍ଘ ଦିନ ପାଇଁ ସ୍ଥଗିତ ରଖାଯାଇଥିଲା ଏବଂ ବର୍ତ୍ତମାନ ଉଭୟ ଅକ୍ଟୋବର 4ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଏଥିପାଇଁ ବିବାହ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ବିବାହ ପାଇଁ ରିଚା ଏବଂ ଅଲି ଦିଲ୍ଲୀ ବାହାରିଛନ୍ତି ଏବଂ ଉଭୟଙ୍କୁ ଆଜି ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ପୋଷାକ ଠାରୁ ଆରମ୍ଭ କରି ଖାଦ୍ୟ ଥାଳି ପର୍ଯ୍ୟନ୍ତ, ବର୍ତ୍ତମାନ ବିବାହ ସମ୍ବନ୍ଧୀୟ ଅନେକ ତଥ୍ୟ ସାମ୍ନାକୁ ଆସିଛି ।
ଏକ ରିପୋର୍ଟ ଅନୁଯାୟୀ, ରିଚା ଚଢା ଏବଂ ଅଲି ଫୈଜଲଙ୍କ ବିବାହ ରୀତିନୀତି ସେପ୍ଟେମ୍ବର 29ରୁ ଦିଲ୍ଲୀରେ ଆରମ୍ଭ ହେବ ଏବଂ ବିବାହ ପରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି ଦିଆଯିବ।
ଖାଦ୍ୟରେ ରହିବ ଦିଲ୍ଲୀର ସ୍ବାଦ
ରିଚା ଚଢା ଦିଲ୍ଲୀର ବାସିନ୍ଦା ଏବଂ ସେ ତାଙ୍କ ବିବାହରେ ଏହାର ଝଲକ ସାମିଲ କରିବାକୁ ଚାହୁଁଛନ୍ତି । ତେଣୁ, ବିବାହ କାର୍ଯ୍ୟରେ ପରିବେଷିତ ଖାଦ୍ୟର ମେନୁ ମଧ୍ୟ ସ୍ୱତନ୍ତ୍ର ରଖାଯାଇଛି । ରିପୋର୍ଟ ଅନୁଯାୟୀ, ତାଙ୍କ ମେହେନ୍ଦୀ, ସଂଗୀତ ଏବଂ କକଟେଲ ଫଙ୍କସନ୍ରେ ଯେଉଁ ଖାଦ୍ୟ ପରଷା ଯିବ ତାହା ସହରର ବିଭିନ୍ନ ସ୍ଥାନରୁ ଆସିବ ।
ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, “ରାଜୌରୀ ଗାର୍ଡେନର ଛୋଲେ ଭଟୁରେ, ନଟରାଜ କି ଚାଟ୍, ଚଟୋରୀ ଗଲି କା ରମ ଲଡୁ ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ସୁସ୍ବାଦୁ ଖାଦ୍ୟ ଅନ୍ତର୍ଭୁକ୍ତ କରାଯିବ।” ସଂଗୀତ ଏବଂ କକଟେଲ ପାଇଁ ଦୁଇଟି ସ୍ଥାନର ସାଜସଜ୍ଜା ଏକ ବିଶେଷ ଢଙ୍ଗରେ ପୂରା କରାଯିବ । ସଜବାଜ ପ୍ରାୟତଃ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହେବ ଏବଂ ସବୁଜ ରଙ୍ଗ ସାମିଲ ହେବ । ଏଥିରେ ବହୁ ଜୁଟ, କାଠ ଏବଂ ଫୁଲ ଅନ୍ତର୍ଭୁକ୍ତ ହେବ ।
ଫଙ୍କସନ୍ ପାଇଁ ଡିଜାଇନର୍ ପୋଷାକ
ରିଚା ଏବଂ ଅଲିଙ୍କୁ ବରକନିଆ ଭାବରେ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ରିଚା ତାଙ୍କ ସଂଗୀତ ପାଇଁ ଡିଜାଇନର୍ ରାହୁଲ ମିଶ୍ରାଙ୍କ ପୋଷାକ ଏବଂ କକଟେଲ ପାଇଁ କ୍ରେଶା ବଜାଜଙ୍କ ପୋଷାକ ପିନ୍ଧିବେ। ଏଥି ସହିତ ଅଲି ଦିଲ୍ଲୀ ସମାରୋହ ପାଇଁ ଅବୁ ଜାନି-ସନ୍ଦୀପ ଖୋସଲା ଏବଂ ଶାନ୍ତନୁ ଏବଂ ନିଖିଲ (ଡିଜାଇନର୍ ଯୋଡି)କୁ ଚୟନ କରିଛନ୍ତି।
ମେହେନ୍ଦୀ ଏବଂ ସଂଗୀତ