ଓଡିଶା

odisha

‘ଦ ଭ୍ୟାକ୍ସିନ୍ ୱାର’ ବଢାଇବ ଓସ୍କାର ଲାଇବ୍ରେରୀର ଶୋଭା, ଖୁସିରେ ଝୁମି ଉଠିଲେ ବିବେକ ଅଗ୍ନିହୋତ୍ରୀ

By ETV Bharat Odisha Team

Published : Oct 12, 2023, 12:47 PM IST

ବିବେକ ଅଗ୍ନିହୋତ୍ରୀଙ୍କ ‘ଦ ଭ୍ୟାକ୍ସିନ୍ ୱାର’ ଲୋକଙ୍କଠାରୁ ପ୍ରଶଂସା ସାଉଁଟିବା ପରେ ଏବେ ଏକ ନୂଆ ଉଚ୍ଚତାରେ ପହଞ୍ଚିଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଛି । ଅଧିକ ପଢ଼ନ୍ତୁ

ଦ ଭ୍ୟାକ୍ସିନ୍ ୱାର
ଦ ଭ୍ୟାକ୍ସିନ୍ ୱାର

ହାଇଦ୍ରାବାଦ: ଚଳଚ୍ଚିତ୍ର ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀ ତାଙ୍କ ନିକଟରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ଦ ଭ୍ୟାକ୍ସିନ୍ ୱାର’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ର ସାରା ଦେଶରେ ଅନେକ ପ୍ରଶଂସା ସାଉଁଟୁଥିବାବେଳେ ଅନ୍ୟପଟେ ଏହି ଚଳଚ୍ଚିତ୍ରଟି ବିଶ୍ୱବ୍ୟାପୀ ସଫଳତା ହାସଲ କରିଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ର ସମଗ୍ର ବିଶ୍ୱରେ ଦେଶ ପାଇଁ ଗୌରବ ଆଣିଛି । ଏହି ଚଳଚ୍ଚିତ୍ରଟି ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଛି ।

ସ୍କ୍ରିନ୍ ପ୍ଲେ'ର କପି ମାଗିଛି ଓସ୍କାର

ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଲାଇବ୍ରେରୀ 'ଦ ଭ୍ୟାକ୍ସିନ୍ ୱାର'ର ସ୍କ୍ରିନ୍ ପ୍ଲେ'ର ଏକ କପି ମାଗିଛନ୍ତି । ଏହି ସମ୍ମାନଜନକ ଲାଇବ୍ରେରୀ ହେଉଛି ସିନେମାଟିକ୍ ସାମଗ୍ରୀର ଏକ ଭଣ୍ଡାର, ଯାହା କେବଳ ଲାଇବ୍ରେରୀର ପଠନ କକ୍ଷରେ ଅଧ୍ୟୟନ ପାଇଁ ଉପଲବ୍ଧ । ସବୁଠୁ ଖାସ କଥା ହେଉଛି ଛାତ୍ର ଏବଂ ଚଳଚ୍ଚିତ୍ର ନିର୍ମାତାଠାରୁ ଆରମ୍ଭ କରି ଲେଖକ ଏବଂ ସିନେମା ଜଗତରେ ଆଗ୍ରହୀ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଏକାଡେମୀର ରିସର୍ଚ୍ଚ ଲାଇବ୍ରେରୀ ସମସ୍ତଙ୍କ ପାଇଁ ଖୋଲା ଅଛି ।

ଏହା ମଧ୍ୟ ପଢନ୍ତୁ: ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ବିବେକ ଅଗ୍ନିହୋତ୍ରୀ, ଗରିବ ପିଲାଙ୍କୁ ଦ ଭ୍ୟାକ୍ସିନ୍ ୱାର ଦେଖାଇବାକୁ କଲେ ଅନୁରୋଧ

ଦମଦାର ଷ୍ଟାର୍ କାଷ୍ଟ୍

'ଭ୍ୟାକ୍ସିନ୍ ୱାର' ମୁଖ୍ୟ ଭୂମିକାରେ ନାନା ପାଟେକର, ସପ୍ତମି ଗୌଡ଼ା, ରାଇମା ସେନ୍, ଅନୁପମ ଖେର୍‌ ଏବଂ ପଲ୍ଲବୀ ଯୋଶୀ ପ୍ରମୁଖ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଟି ସେତେବେଳର କଷ୍ଟଦାୟକ କାହାଣୀ ବର୍ଣ୍ଣନା କରେ, ଯେତେବେଳେ ଭାରତ ଭ୍ୟାକସିନ୍‌ ତିଆରି କରିଥିଲା । ପଲ୍ଲବୀ ଯୋଶୀ ଏବଂ ଆଇଏମ୍ ବୁଦ୍ଧାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି 28 ସେପ୍ଟେମ୍ବର 2023 ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିସାରିଛି ।

ଏହା ମଧ୍ୟ ପଢନ୍ତୁ: ଆଶା ପାରେଖଙ୍କ ଟାର୍ଗେଟରେ ବିବେକ ଅଗ୍ନିହୋତ୍ରୀ, ପଚାରିଲେ- ହିନ୍ଦୁ କାଶ୍ମୀରବାସୀଙ୍କୁ କେତେ ଟଙ୍କା ଦେଇଛ

'ଲଗାନ୍' ଏବଂ 'ଜ୍ୱିଗାଟୋ' ମଧ୍ୟ ଲାଇବ୍ରେରୀରେ ଅଛି

ଆପଣଙ୍କୁ କହିରଖୁଛୁ ଯେ ଏହାପୂର୍ବରୁ ଆମୀର ଖାନଙ୍କ 'ଲଗାନ', କପିଲ ଶର୍ମାଙ୍କ 'ଜ୍ବିଗାଟୋ', ଅକ୍ଷୟ କୁମାରଙ୍କ 'ଆକ୍ସନ ରିପ୍ଲେ', ଶାହାରୁଖ ଖାନଙ୍କ 'କଭି ଅଲବିଦା ନା କେହନା', ଫରହାନ ଅଖତରଙ୍କ 'ରକ୍ ଅନ୍' ଭଳି ଭାରତୀୟ ଚଳଚ୍ଚିତ୍ରକୁ ଏଥପାଇଁ ସମ୍ପର୍କ କରାଯାଇଥିଲା । ବର୍ତ୍ତମାନ 'ଦ ଭ୍ୟାକ୍ସିନ୍ ୱାର' ଏହି ସମ୍ମାନ ପ୍ରାପ୍ତ କରୁଛି ।

ABOUT THE AUTHOR

...view details