ମୁମ୍ବାଇ: ବଲିଉଡର ଏଭର ଗ୍ରୀନ ସୁପରଷ୍ଟାର ଏବଂ ଟାଇମଲେସ ବ୍ୟୁଟି ରେଖା ଆଜି 68 ବର୍ଷରେ ପାଦ ଦେଇଛନ୍ତି । ସେ ତାଙ୍କ ସମୟରେ ଯେତିକି ସୁନ୍ଦର ଏବଂ ଅଭିନୟର ଜଲଓ୍ବା ବିସ୍ତାର କରୁଥିଲେ, ତାହା ଆଜି ବି ଜାରି ରହିଛି। 1954 ଅକ୍ଟୋବର 10ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ରେଖାଙ୍କ ସୌନ୍ଦର୍ଯ୍ୟର ଦିୱାନା ଲକ୍ଷ ଲକ୍ଷ ଦର୍ଶକ । ସୌନ୍ଦର୍ଯ୍ୟର ଯାଦୁ ଦେଖାଇବା ସହିତ ହିନ୍ଦୀ ସିନେମାରେ ମଧ୍ୟ ତାଙ୍କ ଯୋଗଦାନ ଅନେକ ରହିଛି । ତେବେ ରେଖାଙ୍କ ଜନ୍ମଦିନ ଅବସରରେ ତାଙ୍କର କିଛି ମହାନ ତଥା ଦମଦାର ଚଳଚ୍ଚିତ୍ର ଉପରେ ନଜର ପକାଇବା ।
ସିଲସିଲା:
ସିଲସିଲା 1981ରେ ରିଲିଜ୍ ହୋଇଥିବା ହିନ୍ଦୀ ଭାଷାର ରୂମାନୀ ନାଟ୍ୟ ଫିଲ୍ମ ଅଟେ । ଏଥିରେ ୟଶ ଚୋପ୍ରା ନିର୍ଦ୍ଦେଶନା ଦେଇଥିଲେ ଏବଂ ଏହି ଚଳଚ୍ଚିତ୍ରରେ ରେଖାଙ୍କ ସହ ଅମିତାଭ ବଚ୍ଚନ, ଜୟା ବଚ୍ଚନ, ସଞ୍ଜୀବ କୁମାର ଏବଂ ଶଶି କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ତିନି ତାରକା ଅମିତାଭ-ଜୟା-ରେଖାଙ୍କ ରିଅଲ୍ ଲାଇଫ୍ର ତ୍ରିକୋଣୀୟ ପ୍ରେମ କାହାଣୀ ଦ୍ବାରା ଅନୁପ୍ରାଣିତ ହୋଇଥିଲା, ଯାହା ସେହି ସମୟରେ ସବୁଠି ଚର୍ଚ୍ଚାରେ ଥିଲା।
ଉମ୍ରାଓ ଜାନ:
ଉମ୍ରାଓ ଜାନ 1981 ରିଲିଜ୍ ହୋଇଥିବା ଏକ ହିନ୍ଦୀ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟି ମିର୍ଜା ହାଡି ରୁଷୱାଙ୍କ ଉପନ୍ୟାସ ଉମ୍ରାଓ ଜାନ ଅଦା ଉପରେ ଆଧାରିତ । ଫିଲ୍ମରେ ରେଖାଙ୍କ ଚରିତ୍ରର ନାମ ଥିଲା ଅମିରନ୍ ।